ଭୁବନେଶ୍ବର: କଂଗ୍ରେସ ଭବନରେ ବାଉନ୍ସର ମୁତୟନ ଘଟଣାର ତଦନ୍ତ ହେବ। ଏନେଇ ତିନି ଜଣିଆ କମିଟି ଗଠନ କରିଛି ପିସିସି । ସବୁଆଡୁ ସମାଲୋଚନା ଶିକାର ହେବା ପରେ ପିସିସି ସଭାପତି ଶେଷରେ ତଦନ୍ତ କରିବାକୁ ଟିମ ଗଠନ କରିଛନ୍ତି ।
ରାଜ୍ୟସଭା ସାଂସଦ ରଞ୍ଜୀବ ବିଶ୍ବାଳଙ୍କ ଅଧକ୍ଷ୍ୟତାରେ ଗଠିତ କମିଟିରେ କଂଗ୍ରେସର ବରିଷ୍ଠ ନେତା ବଟକୃଷ୍ଣ ତ୍ରିପାଠୀ ଓ ନିଶିକାନ୍ତ ମିଶ୍ର ମଧ୍ୟ ସଦସ୍ୟ ରହିଛନ୍ତି । ତୁରନ୍ତ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ପିସିସି ତରଫରୁ କମିଟିକୁ କହାଯାଇଛି ।
କିଛି ଦିନ ତଳେ ଅନୁଷ୍ଠିତ ହୋଇଥିବା ନିର୍ବାଚନ ପରବର୍ତ୍ତୀ ସମୀକ୍ଷା ବୈଠକରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦରୁ ଦେଖାଦେଇଥିଲା ଉତ୍ତେଜନା । ଫଳରେ କଂଗ୍ରେସ ଭବନରେ ଦେଖିବାକୁ ମିଳିଥିଲେ କଳା ସାର୍ଟ ପିନ୍ଧା ବାଉନ୍ସର । ଯାହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ