ETV Bharat / city

ଧାନ କିଣା ହେବାର ୪୮ ଘଣ୍ଟା ମଧ୍ୟରେ ଦେୟ ପୈଠ କର: ମୁଖ୍ୟ ଶାସନ ସଚିବ

author img

By

Published : May 5, 2022, 10:51 PM IST

୨୦୨୧-୨୨ ରବି ଋତୁରେ ଚାଷୀମାନଙ୍କଠାରୁ ଧାନ କିଣିବା ନିମନ୍ତେ ପ୍ରଶାସନିକ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏ ନେଇ ଏକ ରାଜ୍ୟସ୍ତରୀୟ ଧାନ ସଂଗ୍ରହ ବୈଠକ ଅନୁଷ୍ଠିତ ହୋଇଛି । ଧାନ କିଣା ହେବାର ୪୮ ଘଣ୍ଟା ମଧ୍ୟରେ ଦେୟ ପୈଠ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

ଧାନ କିଣା ହେବର ୪୮ ଘଣ୍ଟା ମଧ୍ୟରେ ଦେୟ ପୈଠ କର: ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ୨୦୨୧-୨୨ ରବି ଋତୁରେ ଚାଷୀମାନଙ୍କଠାରୁ ଧାନ କିଣିବା ନିମନ୍ତେ ପ୍ରଶାସନିକ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏ ନେଇ ଏକ ରାଜ୍ୟସ୍ତରୀୟ ଧାନ ସଂଗ୍ରହ ବୈଠକ ଅନୁଷ୍ଠିତ ହୋଇଛି । ଧାନ କିଣା ହେବାର ୪୮ ଘଣ୍ଟା ମଧ୍ୟରେ ଦେୟ ପୈଠ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଲୋକସେବା ଭବନରୁ ଡ଼ିଜିଟାଲ୍ ମୋଡ୍‌ରେ ଅନୁଷ୍ଠିତ ହୋଇଛି ଏହି ବୈଠକ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇଥିବା ପ୍ରଶାସନିକ ଓ ବୈଷୟିକ ପ୍ରସ୍ତୁତି ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଛନ୍ତି । ସାଟେଲାଇଟ୍ ଚିତ୍ର ଏବଂ କ୍ଷେତ୍ରସ୍ତରୀୟ ସତ୍ୟାପନ ମାଦ୍ୟମରେ ଯୋଗ୍ୟ ବିବେଚିତ ସମସ୍ତ ଚାଷୀଙ୍କଠାରୁ ଧାନ କିଣିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସମଗ୍ର ପ୍ରକ୍ରିୟାକୁ ଚାଷୀମାନଙ୍କ ନିମନ୍ତେ ସରଳ ଓ ସୁଗମ କରିବା ସହ ଧାନ କିଣାର ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଦେୟ ପୈଠ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ରବିଋତୁରେ ଅଧିକ ସଂଖ୍ୟକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କ ମାଧ୍ୟମରେ ଧାନ ସଂଗ୍ରହ କରିବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଧାନ ସଂଗ୍ରହ ଓ ଦେୟ ପୈଠ ପାଇଁ ଯଥାକ୍ରମେ ପି ପାସ୍ ଏବଂ ଆଇ.ଏଫ୍.ଏମ୍.ଏସ୍. ଅନ୍‌ଲାଇନ୍ ବ୍ୟବସ୍ଥା ଗ୍ରହଣ କରିବାକୁ ମଧ୍ୟ ସେ କହିଛନ୍ତି । ଚଳିତ ବର୍ଷ ରବିଋତୁରେ ୧୪ ଲକ୍ଷ ମାଟ୍ରିକ୍ ଟନ୍ ଧାନ ସଂଗ୍ରହ କରିବାକୁ ବୈଠକରେ ସ୍ଥିର ହୋଇଛି । ମେ ୧ ତାରିଖ ଠାରୁ ଜୁନ୍‌ ୩୦ ତାରିଖ ମଧ୍ୟରେ ଧାନ ସଂଗ୍ରହ କରାଯିବ । ତେବେ ପ୍ରତି ଜିଲ୍ଲା ପାଇଁ ପ୍ରଯୁଜ୍ୟ ଧାନ ସଂଗ୍ରହ ଦିନ ସଂପୃକ୍ତ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ ବୈଠକରେ ସ୍ଥିର କରାହେବ । ଇତି ମଧ୍ୟରେ ସମସ୍ତ ଜିଲ୍ଲାର ବୈଠକ ଅନୁଷ୍ଠିତ ହୋଇ ଦିନ ଧାର୍ଯ୍ୟ କରାଯାଇଛି । ସର୍ବ ପ୍ରଥମେ ମେ ୧୩ ତାରିଖ ଦିନ ସମ୍ବଲପୁର ଜିଲ୍ଲାରେ ଧାନ କିଣା ଆରମ୍ଭ ହେବ । ରବି ଧାନର କ୍ୱିଣ୍ଟାଲ୍ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୧୯୪୦ ଟଙ୍କାରେ ଧାର୍ଯ୍ୟ କରାଯାଇଛି । ୧୭ ଟି ଜିଲ୍ଲାର ଜଳସେଚିତ ଅଂଚଳର କୃଷକମାନଙ୍କ ଠାରୁ ଜଳସେଚନ ତଥ୍ୟନୁଯାୟୀ ଏକର ପିଛା ୨୪ ରୁ ୨୬ କ୍ଵିଣ୍ଟାଲ୍ ଧାନ ସଂଗ୍ରହ କରାଯିବ ।

ବିଭାଗୀୟ ପ୍ରମୁଖ ଶାସନ ସଚିବ କହିଛନ୍ତି ଯେ, ଚଳିତ ରବିଋତୁରେ ଧାନ ବିକ୍ରି ପାଇଁ ୨.୫୮ ଲକ୍ଷ ଚାଷୀ ୭.୬୨ ଲକ୍ଷ ଏକର ଜମି ପଞ୍ଜିକରଣ କରିଛନ୍ତି । ଗତ ୨୦୨୦-୨୧ ବର୍ଷରେ ସମୁଦାୟ ୨.୩୩ ଲକ୍ଷ ଚାଷୀ ନିଜର ୭.୬୦ ଲକ୍ଷ ଏକର ଜମି ରବି ଧାନ ବିକ୍ରି ନିମନ୍ତେ ପଞ୍ଜିକରଣ କରିଥିଲେ । ଚଳିତ ବର୍ଷ ଅଧିକ ସଂଖ୍ୟକ କ୍ଷୁଦ୍ର ଓ ନାମକୁ ମାତ୍ର ଚାଷୀ ପଞ୍ଜୀକୃତ କରିଛନ୍ତି । ୨୦୨୦ - ୨୧ ବର୍ଷରେ ୪.୫୧ ଲକ୍ଷ ନାମକୁ ମାତ୍ର ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ଚଳିତ ବର୍ଷ ଏହା ୬.୨୨ ଲକ୍ଷକୁ ବୃଦ୍ଧି ପାଇଛି । ସେହିପରି କ୍ଷୁଦ୍ର ଚାଷୀଙ୍କ ପଞ୍ଜିକରଣ ମଧ୍ୟ ଚଳିତ ବର୍ଷ ୪.୫୬ ଲକ୍ଷରୁ ଚଳିତ ବର୍ଷ ୪.୭୦ କୁ ବୃଦ୍ଧି ପାଇଛି । ପଂଜୀକୃତ ଚାଷୀଙ୍କ ମଧ୍ୟରେ ପ୍ରାୟ ୨୨, ୨୨୮ ଜଣ ଭାଗ ଚାଷୀ ଅଛନ୍ତି । ଧାନ କିଣାରେ ଅଂଶଗ୍ରହଣ ପାଇଁ ପଞ୍ଜୀକୃତ କରିଥିବା ୧୨୨ ଟି ମହିଳା ସ୍ବୟଂସହାୟକ ଗୋଷ୍ଠୀଙ୍କୁ ଏଥିରେ ସାମିଲ କରାଯିବ । ଗତ ବର୍ଷ ରବିଋତୁରେ ୧୦୧ ଟି ମହିଳା ସ୍ବୟଂସହାୟକ ଗୋଷ୍ଠୀ ସାମିଲ ହୋଇଥିଲେ ।

ପ୍ରତି ଜିଲ୍ଲାରେ ଅଧିକ ସଂଖ୍ୟକ ମହିଳା ସ୍ବୟଂସହାୟକ ଗୋଷ୍ଠୀଙ୍କୁ ସାମିଲ କରିବା ପାଇଁ ମୁଖ୍ୟ ଶାସନ ସଚିବ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପି-ପାସ୍ ଅନ୍‌ଲାଇନ୍ ବ୍ୟବସ୍ଥା ମାଧ୍ୟମରେ ଧାନ କିଣାଯିବ ଏବଂ ଆଇ.ଏଫ୍.ଏମ୍.ଏସ୍. ବ୍ୟବସ୍ଥା ଭିତ୍ତିରେ ଚାଷୀଙ୍କୁ ଦେୟ ପୈଠ କରାଯିବ । କୃଷକମାନଙ୍କୁ ଧାନ କିଣା ବିଷୟରେ ଏସ୍.ଏମ୍.ଏସ୍ ମାଧ୍ୟମରେ ଜଣାଇ ଦିଆଯିବ । କେବେ ଧାନ ବିକ୍ରୀ କରିବେ କେତେ ଧାନ ବିକ୍ରି କଲେ ଏବଂ ଧାନର ଦାମ ପୈଠ ଆଦି ବାବଦରେ କୃଷକମାନଙ୍କୁ ଏସ୍.ଏମ୍.ଏସ୍ ବାର୍ତ୍ତା ପଠାଯିବ । ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଛଡା ପ୍ରାୟ ୮୧୭ଟି ପ୍ରାଥମିକ କୃଷି ସମବାୟ ସମିତି ଧାନ ସଂଗ୍ରହରେ ସାମିଲ ହେବେ ।

ଓଡ଼ିଶା ରାଜ୍ୟ ସାଧାରଣ ଯୋଗାଣ ନିଗମଙ୍କ ତରଫରୁ ଏହି ସମିତି ଏବଂ ମହିଳା ଗୋଷ୍ଠୀମାନେ ଧାନ ସଂଗ୍ରହ କରିବେ । ପି-ପାସ୍ ବ୍ୟବସ୍ଥା ମାଧ୍ୟମରେ ଧାନ କିଣା ବିଷୟରେ ସଂପୃକ୍ତ ମିଶନ ଶକ୍ତି ଗ୍ରୁପ୍ ଏବଂ ସମବାୟ ସମିତିର ଧାନ କିଣା ଅଫିସର ଓ ଡାଟା ଏଣ୍ଟ୍ରି ଅପରେଟରମାନଙ୍କୁ ତାଲିମ ଦିଆଯାଇଛି ବୋଲି ପ୍ରମୁଖ ଶାସନ ସଚିବ କହିଛନ୍ତି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ସଂଜୀବ ଚୋପ୍ରା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସମବାୟ ବିଭାଗ ଶାସନ ସଚିବ ସଞ୍ଜୀବ ଚଢ଼ା, ମିଶନ ଶକ୍ତି ବିଭାଗ ଶାସନ ସଚିବ ସୁଜାତା କାର୍ତ୍ତିକେୟାନ, ରାଜ୍ୟ ସାଧାରଣ ଯୋଗାଣ ନିଗମ ଅଧ୍ୟକ୍ଷଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.