ETV Bharat / city

ଚଳଚଞ୍ଚଳ ପାଟକୁରା ରାଜନୈତିକ ପାଗ, ଜୋରଦାର ଚାଲିଛି ପ୍ରଚାର - କେନ୍ଦ୍ରାପଡା ରାଜନୀତି

ପାଟକୁରା ନିର୍ବାଚନ ପାଇଁ ପ୍ରଚାର ସରଗରମ । ମୈଦାନ ଦଖଲ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି ଜୋରଦାର କସରତ ।

ଡିଜାଇନ ଫଟୋ
author img

By

Published : Jul 14, 2019, 10:35 PM IST

ଭୁବନେଶ୍ବର: ପାଟକୁରା ନିର୍ବାଚନ ପାଇଁ ପାଞ୍ଚଦିନ ବାକି । ପ୍ରଚାର ସରଗରମ । ପ୍ରାର୍ଥୀମାନେ ଘରକୁ ଘର ବୁଲି ଚଳାଇଛନ୍ତି ପ୍ରଚାର । କେଉଁଠି ପଦଯାତ୍ରା ତ ଆଉ କେଉଁଠି ପଥପ୍ରାନ୍ତ ସଭା କରି ଭୋଟରଙ୍କୁ ନିଜ ଆଡକୁ ଢଳାଉଛନ୍ତି ।

ତେବେ ବିଜେଡି ପ୍ରଚାର ସମୟରେ ଛାତ୍ର ଓ ଯୁବ ଭୋଟରଙ୍କୁ ଟାର୍ଗଟେ କରିଥିବାବେଳେ ବିଜେପି ନିଜ କର୍ମୀଙ୍କୁ ଏକଜୁଟ କରିବାରେ ଲାଗିଛି । ଅନ୍ୟପକ୍ଷରେ ଦଳର ପୁରୁଖା ନେତାଙ୍କୁ ପ୍ରଚାରରେ ଲଗାଇଛି କଂଗ୍ରେସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବିଜେଡି ନିଜ ନେତାଙ୍କୁ ନେଇ ପାଟକୁରା, ଗରଦପୁର ଓ ଡେରାବିଶରେ ଡେରା ପକାଇଛି । ନିଜ ସପକ୍ଷରେ ଭୋଟ ଭିକ୍ଷା କରି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ଜିତାଇବା ପାଇଁ ପ୍ରୟାସ ଚଲାଇଛି । ସେପଟେ ବିଜେପି ମଧ୍ୟ ପଛରେ ପଡିନାହିଁ । ବିଜୟ ମହାପାତ୍ରଙ୍କୁ ବିଜୟ କରାଇବା ପାଇଁ ଦଳ ରଣନୀତି କରିବା ସହ ଦଳର ହେଭିୱେଟ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ।

ଅନ୍ୟପଟେ ପ୍ରଚାର ପ୍ରସାର କ୍ଷେତ୍ରରେ ପଛରେ ରହିଯାଇଥିବା କଂଗ୍ରେସ ପକ୍ଷରୁ ଆଜି(ରବିବାର) ଡେରାବିଶ ଓ ଗରଦପୁର ବ୍ଲକରେ ପ୍ରଚାର ଭାର ସମ୍ଭାଳିଛନ୍ତି ଦଳୀୟ ନେତା । ଦଳର ପୁରୁଖା ନେତାଙ୍କୁ ସାଙ୍ଗରେ ନେଇ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ପ୍ରାର୍ଥୀ ଜୟନ୍ତ ମହାନ୍ତି । ବିଜେପି ଓ ବିଜେଡି ଭିତରେ ମିଶିଛନ୍ତି, ଉପରେ ଲଢୁଛନ୍ତି କହି କଂଗ୍ରେସ ତାର କ୍ୟାମ୍ପେନକୁ ଜୋରଦାର କରିଛି ।

ଆଜି ସାଂସଦ ସପ୍ତଗିରି ଉଲାକା, ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ରୁଦ୍ର ରାଜୁ ଡୋର ଟୁ ଡୋର ବୁଲି ପ୍ରଚାର କରିଛନ୍ତି । ଗତକାଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ସୁର ରାଉତରାୟ ପ୍ରମୁଖ ପ୍ରଚାର କରିଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଆଉ ମାତ୍ର 5 ଦିନ । ପାଟକୁରାରେ ନିର୍ବାଚନ ନେଇ ପ୍ରଚାର ସରଗରମ । ପ୍ରାର୍ଥୀମାନେ ଏବେ ଘରେ ଘରେ ବୁଲି ପ୍ରଚାର କରୁଛନ୍ତି । କେଉଠି ପଦଯାତ୍ରା ତ ଆଉ କେଉଠି ପଥପ୍ରାନ୍ତ ସଭା। ତେବେ ବିଜେଡି ପ୍ରଚାର ସମୟରେ ଛାତ୍ର ଓ ଯୁବ ଭୋଟରଙ୍କୁ ଟାର୍ଗଟେ କରିଥିବା ବେଳେ ବିଜେପି ନିଜ କର୍ମୀଙ୍କୁ ଏକଜୁଟ କରିବାରେ ଲାଗିଛି । ଅନ୍ୟପକ୍ଷରେ ଦଳର ପୁରୁଖା ନେତାଙ୍କୁ ପ୍ରଚାରରେ ଲଗେଇଛି କଂଗ୍ରେସ । Body:କଂଗ୍ରେସ ପକ୍ଷରୁ ଆଜି ଡେରାବିଶ ଓ ଗରଦପୁର ବ୍ଲକ୍ ରେ ପ୍ରଚାର ଭାର ସମ୍ଭାଳିଛନ୍ତି ଦଳୀୟ ନେତା। ଦଳର ପରୁଖା ନେତାମାନଙ୍କୁ ସାଙ୍ଗରେ ନେଇ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପ୍ରାର୍ଥୀ ଜୟନ୍ତ ମହାନ୍ତି। ବିଜେପି ଓ ବିଜେଡି ଭିତରେ ମିଶିଛନ୍ତି ଉପରେ ଲଢୁଛନ୍ତି କହି କଂଗ୍ରେସ ତାର କ୍ୟାମ୍ପେନକୁ ଜୋରଦାର କରିଛି । ଆଜି ସାଂସଦ ସପ୍ତଗିରି ଉଲାକା, ସନ୍ତୋଷ ସିଂହ ସାଲୁଜା ଓ ରୁଦ୍ର ରାଜୁ ଡୋର ଟୁ ଡୋର ବୁଲି ପ୍ରଚାର କରିଛନ୍ତି। ଗତକାଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର, ସୁର ରାଉତରାୟ ପ୍ରମୁଖ ପ୍ରଚାର କରିଥିଲେ। ପିସିସି ସଭାପତି କହିଛନ୍ତି, କଂଗ୍ରେସ ଭଲ କରିବ। ବିଜେଡି କହିଛି, କଂଗ୍ରେସ ର ସ୍ଥିତି ନାହିଁ। ବିଜେଡି ହି ବିଜୟ ଲାଭ କରିବ। ବିଜେପିର ହେଭିୱେ ଟ ନେତା ମଧ୍ୟ ଆଜି ପ୍ରଚାର କରିଥିଲେ।Conclusion:ବାଇଟ ନିରଞ୍ଜନ ପଟ୍ଟନାୟକ, ପିସିସି ସଭାପତି
ବାଇଟ ନବ ଦାସ, ସ୍ୱାସ୍ଥ୍ୟ ମନ୍ତ୍ରୀ
ବାଇଟ ଗୋଲକ ମହାପତ୍ର, ବିଜେପି ମୁଖପାତ୍ର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.