ଭୁବନେଶ୍ବର: ରୋଗୀ ମୃତ୍ୟୁ ନେଇ ଏମ୍ସରେ ଉତ୍ତେଜନା। ଦୀର୍ଘ ସମୟ ଧରି ଲୋକଙ୍କ ହୋ ହାଲ୍ଲା। ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ସ୍ଥିତିକୁ ନିୟନ୍ତ୍ରଣ ପାଇଁ ଉଦ୍ଯମ।
ସୂଚନା ମୁତାବକ, ରବିବାର ସକାଳୁ ତମାଣ୍ଡୋର ରାଜଲକ୍ଷ୍ମୀ ବରାଳ ନାମକ ରୋଗୀ ଏମ୍ସ ଆସିଥିଲେ ପରେ ତାଙ୍କୁ ଅବଜରଭେସନରେ ରଖାଯାଇଥିଲା। ହେଲେ ସନ୍ଧ୍ଯାରେ ତାଙ୍କର ମୃତ୍ଯୁ ହୋଇଥିଲା।
ରୋଗୀ ମୃତ୍ଯ ପରେ ଡାକ୍ତରଙ୍କ ଅବହେଳା ଅଭିଯୋଗ କରି ପରିବାର ଲୋକେ ଏମ୍ସରେ ହୋ ହାଲ୍ଲା କରି ଡାକ୍ତରଙ୍କୁ ମାଡ ମାରିବାକୁ ଉଦ୍ଯମ କରିଥିଲେ। ହେଲେ ପୋଲିସ ପହଁଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ