ETV Bharat / city

କରୋନା ଆଲର୍ଟ, 139 ନମ୍ବରରେ ଫୋନକରି ବାତିଲ ଟିକେଟର ମୂଲ୍ୟ ପାଇବେ ରେଳଯାତ୍ରୀ - ରେଳ ବିଭାଗର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ରେଳୱେ ଷ୍ଟେସନରେ ବଢୁଥିବା ଜନଗହଳିକୁ ଦୃଷ୍ଟିରେ ରଖି ରେଳ ବିଭାଗର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ପୂର୍ବରୁ ଟ୍ରେନ ବାତିଲ ହେଲେ 3 ଦିନ ମଧ୍ୟରେ ଟିକେଟ ଫେରାଇବାର ନିୟମ ଥିଲା । କିନ୍ତୁ ବର୍ତ୍ତମାନ ସ୍ଥିତିରେ 45 ଦିନ ମଧ୍ୟରେ ଟିକେଟ ଫେରାଇବାକୁ ନିଷ୍ପତ୍ତି । ଅଧିକ ପଢନ୍ତୁ...

Passengers will get their money back at No. 139, an important decision of the Railways
କରୋନାକୁ ନେଇ ରେଳ ବିଭାଗର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି, 139 ନମ୍ବରରେ ଯାତ୍ରୀ ଫେରିପାଇବେ ଟଙ୍କା
author img

By

Published : Mar 21, 2020, 7:35 PM IST

ଭୁବନେଶ୍ବର: ସମଗ୍ର ଦେଶକୁ ଘାରିଛି କରୋନା ଭୟ । ଏହି ଭୂତାଣୁର ମାତ୍ରା ବୃଦ୍ଧି ପାଉଥିବା ବେଳେ ରେଳୱେ ଷ୍ଟେସନରେ ବଢୁଥିବା ଜନଗହଳିକୁ ଦୃଷ୍ଟିରେ ରଖି ରେଳ ବିଭାଗର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ପୂର୍ବରୁ ଟ୍ରେନ ବାତିଲ ହେଲେ 3 ଦିନ ମଧ୍ୟରେ ଟିକେଟ ଫେରାଇବାର ନିୟମ ଥିଲା । କିନ୍ତୁ ବର୍ତ୍ତମାନ ସ୍ଥିତିରେ 45 ଦିନ ମଧ୍ୟରେ ଟିକେଟ ଫେରାଇବାକୁ ନିଷ୍ପତ୍ତି ନିଆଯାଇଛି ।

ଯଦି ଟ୍ରେନ ବାତିଲ ହୋଇନଥିବ କିନ୍ତୁ ଯାତ୍ରୀ ଯଦି ଯାତ୍ରା କରିବାକୁ ଚାହୁଁନଥିବ ତେବେ ସେ 3 ଦିନ ବଦଳରେ 30 ଦିନ ଭିତରେ ଟିଡିଆର ଫାଇଲ କରି ପାରିବେ । ସେହିପରି ଯାତ୍ରୀ ଯଦି 139 ନମ୍ବରରେ କଲ କରି ନିଜ ଟିକେଟ କ୍ୟାନସଲ କରିବେ ତେବେ ନିଜ ଯାତ୍ରା ତାରିଖରୁ 30 ଦିନ ଭିତରେ କାଉଣ୍ଟରରୁ ନିଜ ଅର୍ଥ ପାଇପାରିବେ । ତେବେ କରୋନା ସମୟରେ ଯାତ୍ରୀ ଷ୍ଟେସନକୁ ନଆସି ଏହି ପ୍ରକାର ସୁବିଧା ପାଇପାରିବା ନେଇ ପୂର୍ବତଟ ରେଳପଥ ପକ୍ଷରୁ ଏକ ସୂଚନା ଜାରି କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.