ETV Bharat / city

ଡରାଉଛି କୋରୋନା, ପୁଣି ଫେରିଲା ଆଇସୋଲେସନ - ଯାତ୍ରୀଙ୍କୁ ପୁଣି ଆଇସୋଲେସନ

ରାଜ୍ୟକୁ ପୁଣି ଫେରିଲା ଆଇସୋଲେସନ। ଏଣିକି 12 ରାଜ୍ୟରୁ ଫେରିଥବା ଯାତ୍ରୀଙ୍କୁ ଆଇସୋଲେସନରେ ରହିବାକୁ ହେବ। ଅଧିକ ପଢ଼ନ୍ତୁ...

ଡରାଉଛି କୋରୋନା, ପୁଣି ଫେରିଲା ଆଇସୋଲେସନ
ଡରାଉଛି କୋରୋନା, ପୁଣି ଫେରିଲା ଆଇସୋଲେସନ
author img

By

Published : Feb 26, 2021, 10:25 PM IST

Updated : Feb 26, 2021, 10:50 PM IST

ଭୁବନେଶ୍ବର: ରାଜ୍ୟକୁ ପୁଣି ଫେରିଲା ଆଇସୋଲେସନ। ଏଣିକି 12 ରାଜ୍ୟରୁ ଫେରିଥବା ଯାତ୍ରୀଙ୍କୁ ଆଇସୋଲେସନରେ ରହିବାକୁ ହେବ। ଏହି ତାଲିକାରେ ମହାରାଷ୍ଟ୍ର, କେରଳ, ତାମିଲନାଡୁ, ଛତିଶଗଡ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ପଞ୍ଜାବ, ଦିଲ୍ଲୀ, ଚଣ୍ଡିଗଡ଼, କର୍ଣ୍ଣାଟକ, ଏବଂ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟ ସାମିଲ ରହିଛନ୍ତି। ଏହି ରାଜ୍ୟରୁ ଫେରିଥିବା ଯାତ୍ରୀଙ୍କୁ 7 ଦିନ ବାଧ୍ୟତାମୂଳକ ହୋମ ଆଇସୋଲେସନରେ ରହିବାକୁ ହେବ। ଏହାକୁ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶ ଦେଇଛି।

12 ଟି ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ରଖାଯିବ କଡ଼ା ନଜର । କୋଭିଡ୍‌ ଲକ୍ଷଣ ଥିଲେ ଯାତ୍ରୀଙ୍କ ଆଣ୍ଟିଜେନ ଟେଷ୍ଟ କରାଯିବ। ହୋମ ଆଇସୋଲେସନ ବେଳେ ଲକ୍ଷଣ ପ୍ରକାଶ ପାଇଲେ RT-PCR ପରୀକ୍ଷା ହେବ। ମହାରାଷ୍ଟ୍ର, କେରଳ, ତାମିଲନାଡୁ, ଛତିଶଗଡ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ପଞ୍ଜାବ, ଦିଲ୍ଲୀ, ଚଣ୍ଡିଗଡ଼, କର୍ଣ୍ଣାଟକ, ଏବଂ ଆନ୍ଧ୍ରପ୍ରଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ପ୍ରୋଟୋକଲ୍ ଅନୁଯାୟୀ ବିମାନବନ୍ଦର ଏବଂ ରେଳ ଷ୍ଟେସନରେ ପହଞ୍ଚିବା ସମୟରେ ସ୍କ୍ରିନିଂ କରାଯିବ। ଲକ୍ଷଣ ଦେଖାଗଲେ ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା ନିଶ୍ଚିତ କରିବାକୁ ପଡିବ ।

ଦେଶରେ ଅନେକ ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢୁଥିବା ଦେଖା ଦେଇଛି। ଏନେଇ ରାଜ୍ୟକୁ ଯେଉଁମାନେ ବିମାନ ଓ ରେଳ ଯୋଗେ ପ୍ରବେଶ କରୁଛନ୍ତି ସେମାନଙ୍କ ଉପରେ ନଜର ରଖିବା ସ୍ବାସ୍ଥ୍ୟ ବିଭାଗ। ପଜିଟିଭ ଚିହ୍ନଟ ହେଲେ ସଙ୍ଗେ ସଙ୍ଗେ ତାଙ୍କୁ ଆଇସଲେସନରେ ରଖାଯିବ।

ରାଜ୍ୟରେ COVID-19 ସଂକ୍ରମଣର ବୃଦ୍ଧି ଯୋଗୁଁ ବିମାନ ବନ୍ଦର ଏବଂ ରେଲୱେ ଷ୍ଟେସନରେ ସ୍କ୍ରିନିଂ ବ୍ୟବସ୍ଥା କରାଇଥିଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Feb 26, 2021, 10:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.