ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ନଦୀରେ କମିବାର ଲାଗିଛି ଜଳପତନ । କିନ୍ତୁ ବ୍ରାହ୍ମଣୀ ନଦାର ଜଳସ୍ତର ବଢୁଥିବାରୁ ପାନପୋଷଠାରେ ବିପଦ ସଂକେତ ତଳେ ନଦୀ ଜଳ ପ୍ରବାହିତ ହେଉଛି। ସେହିପରି ବୈତରଣୀର ଆଖୁଆପଦାଠାରେ ବିପଦ ସଂକେତ ତଳେ ପ୍ରବାହିତ ହେଉଛି ଜଳ। ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି କେନ୍ଦୁଝର ଓ ଯାଜପୁର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପ୍ରଦ ସେଠୀ ।
ବିପଦସଂକେତ 17.83 ଥିବା ବେଳେ ଜଳସ୍ତର 17.60 ମିଟର ରହିଛି। କିନ୍ତୁ ରାତି 9 ଟା ବେଳକୁ ଏହା ବିପଦ ସଂକେତ ଉପରେ ଅତିକ୍ରମ କରିବ ବୋଲି ଚିଠିରେ ଉଲ୍ଲେଖ ରହିଛି । କେନ୍ଦ୍ରୀୟ ଜଳ ଆୟୋଗଙ୍କ ସୂଚନା ପରେ ଏନେଇ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି। ସମସ୍ତ ତଳି ଅଞ୍ଚଳର ଲୋକଙ୍କୁ ପ୍ରସ୍ତୁତ ରହିବା ସହ ସ୍ଥାନାତରିତ କରିବାକୁ ମଧ୍ୟ ନିର୍ଦେଶ ରହିଛି । ସେହିପରି ଆନନ୍ଦପୁର ଠାରେ ମଧ୍ୟ ବୈତରଣୀ ଫୁଲିବାରେ ଲାଗିଛି। ସୁବର୍ଣ୍ଣରେଖାର ଜାମ୍ଶୋଲା ଘାଟ ଓ ରାଜଘାଟ ଠାରେ ବଢୁଛି ଜଳସ୍ତର। ସେପଟେ ଜଳକା ନଦୀ ମଧ୍ୟ ବିପଦସଂକେତ ଉପରେ ଉଛୁଳୁଛି। ନଦୀର ଜଳସ୍ତର 5.50 ମିଟର ଥିବା ବେଳେ ଏବେ 6.47 ମିଟର ରହିଛି।
ହୀରାକୁଦରେ ଜଳସ୍ତର ବର୍ତମାନ 620 ଫୁଟ ରହିଛି । କିନ୍ତୁ ପାଗ ପରିବର୍ତ୍ତନ ହୋଇଥିବାବେଳେ ଆଉ ବିଶେଷ ବର୍ଷା ନାହିଁ। ତେଣୁ ବନ୍ୟାକୁ ନେଇ ଆଉ ଭୟଭୀତ ହବାର ନାହିଁ ବୋଲି କହିଛନ୍ତି ଯୁଗ୍ମ ରିଲିଫ କମିଶନର। ସେପଟେ ଜିଲ୍ଲାପାଳ ମଧ୍ୟକ୍ଷୟକ୍ଷତି ରିପୋର୍ଟ ଦେଇଛନ୍ତି। ଏହାର ଅନୁଧାନ ପରେ ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି।
ଭୁବନେଶ୍ବରରୁ ସଞ୍ଜୀବ ରାୟ ଓ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ