ETV Bharat / city

ଘରୋଇ ସ୍କୁଲ ଫି ଛାଡ଼କୁ ବିରୋଧ, ବର୍ଷିଲା ଅଭିଭାବକ ମହାସଂଘ

author img

By

Published : Sep 12, 2020, 8:03 PM IST

ଆଗାମୀ ଦିନରେ ଘରୋଇ ସ୍କୁଲକୁ ଚେତାବନୀ ଦେଇଛି ଅଭିଭାବକ ମହାସଂଘ ।

ଘରୋଇ ସ୍କୁଲ ଫି ଛାଡ଼କୁ ବିରୋଧ, ସ୍କୁଲ ଉପରେ ବର୍ଷିଲା ଅଭିଭାବକ ମହାସଂଘ

ଭୁବନେଶ୍ବର: କୋରୋନା କାଳରେ ସ୍କୁଲରେ ଫି ବୃଦ୍ଧି ପ୍ରଙ୍ଗରେ ଆପୋଷ ବୁଝାମଣାକୁ ନେଇ ହାଇକୋର୍ଟରେ ମାମଲା ଚାଲିଛି। କିନ୍ତୁ ଅଭିଭାବକ ମହାସଂଘର ଅଭିଯୋଗ ଅନୁଯାଇ କୌଣସି ସ୍କୁଲ ହାଇକୋର୍ଟର ମତକୁ ମାନୁ ନାହାଁନ୍ତି । ଯାହା ଫଳରେ ଆଗାମୀ ଦିନରେ ଘରୋଇ ସ୍କୁଲକୁ ଚେତାବନୀ ଦେଇଛି ଅଭିଭାବକ ମହାସଂଘ ।

ଉଚ୍ଚ ନ୍ୟାୟାଳୟଙ୍କ ଅଧ୍ୟକ୍ଷତାରେ ଶିକ୍ଷା ସଚିବଙ୍କର ଦୁଇଥର ଆପୋଷ ସମାଧାନ ପାଇଁ ବୈଠକ କରାଯାଇଥିଲା। ଆନୁଷଙ୍ଗିକ ଫି ଛାଡ଼ କରିବା ସହିତ ଟିୟୁସନ ଫିର କିଛି ଅଂଶ ଛାଡ଼ କରିବା ପାଇଁ ଦାବି କରିଥିଲା ଅଭିଭାବକ ମହାସଂଘ । ଏହାକୁ ବିରୋଧ କରିଛନ୍ତି ଅନେକ ସ୍କୁଲ । ଯେଉଁ ସ୍କୁଲ ଗୁଡିକ ଏହି ଆପୋଷ ସମାଧାନକୁ ମାନୁନଥିବାବେଳେ ସମସ୍ତ ଘରୋଇ ସ୍କୁଲ କତ୍ତୃପକ୍ଷଙ୍କୁ ଅଭିଭାବକ ମହାସଂଘ ଚେତାବନୀ ଦେଇଛି । ଅଭିଭାବକ ମହାସଂଘର ସଭାପତି ବାସୁଦେବ ଭଟ୍ଟ କହିଛନ୍ତି ଯେ ଅନଲାଇନ କ୍ଳାସରେ 50 ଭାଗ ପିଲାରୁ ଅଧିକ ପିଲାମାନେ ପାଠ ପଢ଼ିଛନ୍ତି । ତେବେ ଏସମସ୍ତ ହିସାବ ଅଭିଭାବକମାନଙ୍କୁ ଦିଅନ୍ତୁ । ହେଲେ ହାଇକୋର୍ଟଙ୍କର କୌଣସି ମତକୁ ଗୁରୁତର ସହ ନେଉ ନାହାଁନ୍ତି କି କାର୍ଯ୍ୟରେ ଲଗାଉ ନାହାଁନ୍ତି । ଯାହା ଫଳରେ ଅଭିଭାବକ ମହାସଂଘ ଏନେଇ ତୀବ୍ର ଅସନ୍ତୋଷ ଜାହିର କରିଛି ।ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.