ETV Bharat / city

ବିଦ୍ୟାଳୟରେ ଶିକ୍ଷକଶିକ୍ଷୟିତ୍ରୀ ଅଭାବ: ସ୍କୁଲରେ ତାଲା ପକାଇଲେ ଅଭିଭାବକ

ଶିକ୍ଷକ ଶିକ୍ଷୟିତ୍ରୀ ଅଭାବରୁ ସ୍କୁଲରେ ତାଲା ପକାଇଲେ ଅଭିଭାବକ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବମିଖାଲ ଦେବରାଜ ବିଦ୍ୟାଳୟରେ । ଅଧିକ ପଢନ୍ତୁ

ଶିକ୍ଷକ ଶିକ୍ଷୟିତ୍ରୀ ଅଭାବକୁ କେନ୍ଦ୍ରକରି ସ୍କୁଲରେ ତାଲା ପକାଇଲେ ଅଭିବାବକ

author img

By

Published : Jul 4, 2022, 12:28 PM IST

Updated : Jul 4, 2022, 12:35 PM IST

ଭୁବନେଶ୍ବର: ଶିକ୍ଷକ ଶିକ୍ଷୟିତ୍ରୀ ଅଭାବକୁ ନେଇ ତାତିଲେ ଅଭିଭାବକ । ଉତ୍ତେଜିତ ହୋଇ ସ୍କୁଲରେ ତାଲା ପକାଇଲେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ବର ଅନ୍ତର୍ଗତ ବମିଖାଲ ଦେବରାଜ ବିଦ୍ୟାଳୟରେ ।

ବିଦ୍ୟାଳୟରେ ଶିକ୍ଷକଶିକ୍ଷୟିତ୍ରୀ ଅଭାବ: ସ୍କୁଲରେ ତାଲା ପକାଇଲେ ଅଭିଭାବକ

ସୂଚନାଅନୁସାରେ, ଦେବରାଜ ବିଦ୍ୟାଳୟରେ 500 ରୁ 600 ପିଲା ପାଠ ପଢ଼ୁଥିବାବେଳେ ମାତ୍ର 4 ଜଣ ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି। ଯାହା ଫଳରେ ପିଲାଙ୍କ ପାଠ ପଢାରେ ଅବହେଳା ହେଉଛି ବୋଲି ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ବାରମ୍ବାର ଶିକ୍ଷା ବିଭାଗର ଅଧିକାରୀଙ୍କୁ ଅବଗତ କରାଇବା ସତ୍ତ୍ବେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରିଛନ୍ତି ଅଭିଭାବକମାନେ । ତେବେ ଆଜି ଏହି ଘଟଣାକୁ ନେଇ ଉତ୍ତେଜିତ ହୋଇ ଅଭିଭାବକମାନେ ନାରାବାଜି ଦେବାସହ ସ୍କୁଲରେ ତାଲା ପକାଇଦେଇଛନ୍ତି । ଘଟଣାସ୍ଥଳରେ ଅନେକ ଲୋକଙ୍କ ଜନସମାଗମ ହୋଇଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 4, 2022, 12:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.