ETV Bharat / city

ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା: ଦୃଢ଼ ନିନ୍ଦା ସହ କାର୍ଯ୍ୟାନୁଷ୍ଠାନ ଦାବି କଲା ଅଭିଭାବକ ମହାସଂଘ - ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା

ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା । ଏହାକୁ ଦୃଢ଼ ନିନ୍ଦା କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କଲା ଅଭିଭାବକ ମହାସଂଘ l ଅଧିକ ପଢନ୍ତୁ

ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା: ଦୃଢ଼ ନିନ୍ଦା ସହ କାର୍ଯ୍ୟାନୁଷ୍ଠାନ ଦାବି କଲା ଅଭିଭାବକ ମହାସଂଘ

author img

By

Published : Jul 3, 2022, 5:24 PM IST

ଭୁବନେଶ୍ବର : ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା । ଏହାକୁ ଦୃଢ଼ ନିନ୍ଦା କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କଲା ଅଭିଭାବକ ମହାସଂଘ । ରାଜଧାନୀରେ ବିଜେବି କଲେଜ ପରି ଓଡିଶାର ଏକ ନମ୍ବର କଲେଜରେ +3 ଛାତ୍ରୀ ଆତ୍ମହତ୍ୟା ଘଟଣା ଅତ୍ୟନ୍ତ ସ୍ପର୍ଶକାତର ଓ ସମ୍ବେଦନଶୀଳ । ୨୪ ଘଣ୍ଟିଆ ଆଣ୍ଟି-ରାଗିଂ ହେଲ୍ପ ଲାଇନ୍‌ ଆରମ୍ଭ କରିବାକୁ ଦାବି ହୋଇଛି ।

ସୂଚନା ଅନୁସାରେ,ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ‌ର ଯୁକ୍ତ ୩ ପ୍ରଥମ ବର୍ଷ କଳା ଛାତ୍ରୀ କଟକ ଆଠଗଡ଼ର ରୁଚିକା ମହାନ୍ତି ଶନିବାର ପୂର୍ବାହ୍ନରେ କାରୁବାକୀ ଛାତ୍ରୀନିବାସରେ ଆତ୍ମହତ୍ୟା କରିଛନ୍ତି। ବେକରେ ରଶି ଲଗାଇ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ୩ ସିନିୟର ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦେଉଥିବାରୁ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି ବୋଲି ରୁଚିକାଙ୍କ ପକେଟ୍‌ରୁ ପୋଲିସ ପାଇଥିବା ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ ଥିବା ଜଣାପଡ଼ିଛି ।

ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା: ଦୃଢ଼ ନିନ୍ଦା ସହ କାର୍ଯ୍ୟାନୁଷ୍ଠାନ ଦାବି କଲା ଅଭିଭାବକ ମହାସଂଘ

ରାଗିଂ ଭଳି ସଙ୍ଗୀନ ଅଭିଯୋଗ ପ୍ରସଙ୍ଗ ଉଠିବା ପରେ ବଡ଼ଗଡ଼ ଥାନା ପୋଲିସ ଘଟଣାକୁ ଗୁରୁତର ସହ ନେଇ ଛାନ୍‌ଭିନ୍ ଆରମ୍ଭ କରିଛି। ସେହିଭଳି ବିଜେବି କଲେଜରେ ଏଭଳି ସମ୍ବେଦନଶୀଳ ମାମଲା ହୋଇଥିବାରୁ ବିଭିନ୍ନ ସାମାଜିକ ସଂଗଠନ ମଧ୍ୟ ଉପଯୁକ୍ତ ତଦନ୍ତ ଦାବି କରିଛନ୍ତି। ରାଜ୍ୟସ୍ତରରେ ଆଣ୍ଟି ରାଗିଂ ଟାସ୍କଫୋର୍ସ ଗଠନ ତଥା ମାନବାଧିକାର ସୁରକ୍ଷା ସେଲ୍‌ରେ ୨୪ ଘଣ୍ଟିଆ ଆଣ୍ଟି-ରାଗିଂ ହେଲ୍ପଲାଇନ୍‌ ଆରମ୍ଭ କରିବାକୁ ଦାବି ହୋଇଛି।

ଏହାବି ପଢନ୍ତୁ: BJB ଛାତ୍ରୀ ଆତ୍ମହତ୍ୟା ଘଟଣା: ତଦନ୍ତ ରିପୋର୍ଟ ପରେ ସରକାର ପଦକ୍ଷେପ ନେବେ କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ସେପଟେ ଏ ଘଟଣାରେ ହଷ୍ଟେଲ୍‌ର ୱାର୍ଡେନ୍, ସୁପରିନଟେଣ୍ଡେଣ୍ଟ ଓ ସିନିୟର୍‌ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅଭିଭାବକ ମହାସଂଘର ସହ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଦାବି କରିଛନ୍ତି। ସିନିୟରଙ୍କ ମାନସିକ ନିର୍ଯ୍ଯାତନା, ଅନେକ ସମୟରେ ହଷ୍ଟେଲ ଓ୍ବାର୍ଡେନ୍‌ଙ୍କ ମାତ୍ରାଧିକ ଚାପ ଓ ଦୁର୍ବ୍ୟବହାର ମଧ୍ୟ ଏଥିପାଇଁ ଦାୟୀ ।

ଏଥିପାଇଁ ଆଇଏଏସ୍‌ ହେବାର ସ୍ବପ୍ନ ଦେଖୁଥିବା ଜଣେ ମେଧାବୀ ଛାତ୍ରୀଙ୍କ ଜୀବନ ଚାଲିଗଲା ବୋଲି ମହାସଂଘ ଅଭିଯୋଗ କରିଛି । ତେବେ ହଷ୍ଟେଲରେ ରହୁଥିବା ସିନିୟର ଛାତ୍ରୀଙ୍କୁ ଦାୟୀ କରି ତୁରନ୍ତ ଗିରଫ କରିବାକୁ ଦାବି କରିଛି ମହାସଂଘ କର୍ମକର୍ତ୍ତା । କଲେଜ ଅଧ୍ୟକ୍ଷଙ୍କ ବହିଷ୍କାର ମଧ୍ୟ ଦାବୀ କରିଛି ଉତ୍କଳ ଅଭିଭାବକ ସଂଘ।

ରାଜ୍ୟରେ ଗୋଟିଏ ପରେ ଗୋଟିଏ କଲେଜରେ ରାଗିଂ ଯୋଗୁଁ ଅନେକ ଛାତ୍ରଛାତ୍ରୀ ବଳି ପଡୁଛନ୍ତି। ସମ୍ବଲପୁର, ବୁର୍ଲା, ଭଳି କଲେଜରେ ରାଗିଂ ହେବା ସହ ବିଜେବି କଲେଜରେ ରାଗିଂରେ ଛାତ୍ରୀଙ୍କର ମୃତ୍ୟୁ ଘଟିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.