ETV Bharat / city

ପାରାଦୀପ ପୋର୍ଟ ଲାଞ୍ଚ କାରବାର ମାମଲା, ଭଏସ ଟେଷ୍ଟ ପାଇଁ ଆଜି କୋର୍ଟରେ ଶୁଣାଣି

author img

By

Published : Aug 27, 2022, 12:34 PM IST

Updated : Aug 27, 2022, 1:59 PM IST

ଆଜି ସିବିଆଇ କୋର୍ଟରେ ପାରାଦୀପ ପୋର୍ଟ ଲାଞ୍ଚ କାରବାର ମାମଲାରେ ଅଡିଓ କଲର ଭଏସ ଟେଷ୍ଟ ପାଇଁ ଆବେଦନ ଉପରେ ଶୁଣାଣି । ଅଧିକ ପଢନ୍ତୁ

ପାରାଦୀପ ପୋର୍ଟ ଲାଞ୍ଚ କାରବାର ମାମଲା, ଭଏସ ଟେଷ୍ଟ ପାଇଁ ଆଜି କୋର୍ଟରେ ଶୁଣାଣି
ପାରାଦୀପ ପୋର୍ଟ ଲାଞ୍ଚ କାରବାର ମାମଲା, ଭଏସ ଟେଷ୍ଟ ପାଇଁ ଆଜି କୋର୍ଟରେ ଶୁଣାଣି

ଭୁବନେଶ୍ବର: ବହୁ ଚର୍ଚ୍ଚିତ ପାରାଦୀପ କନଭେୟର ବେଲ୍ଟ ମରାମତି ପାଇଁ ଲାଞ୍ଚ କାରବାର ମାମଲା । ଭଏସ ଟେଷ୍ଟ ପାଇଁ ଆଜି କୋର୍ଟରେ ସିବିଆଇ(CBI) ଆବେଦନର ଶୁଣାଣି ହେବ । ଲାଞ୍ଚ କାରବାର ମାମଲାରେ ହୋଇଥିବା ଏକ ଅଡିଓ କଲର ଭଏସ ଟେଷ୍ଟ ପାଇଁ ଅଭିଯୁକ୍ତଙ୍କୁ 2ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ସିବିଆଇ ପକ୍ଷରୁ ଆବେଦନ କରାଯାଇଥିଲା । ଆଜି ଏହାର ଶୁଣାଣି ହେବ । ସ୍ବତନ୍ତ୍ର CBI କୋର୍ଟରେ ଏନେଇ ଗତ 23 ତାରିଖରେ ଶୁଣାଣି ହୋଇଥିବା ବେଳେ ରାୟ ସଂରକ୍ଷିତ ଥିଲା ।

ଏହା ମଧ୍ୟ ପଢନ୍ତୁ- ଲାଞ୍ଚ କାରବାର ମାମଲା: ଜେଲ ଗଲେ ଚର୍ଚ୍ଚିତ

ପାରାଦୀପ କନଭେୟର ବେଲ୍ଟ ମରାମତି ପାଇଁ ଲାଞ୍ଚ କାରବାରରେ ଏଯାଏ ମୋଟ ୭ ଜଣ ଗିରଫ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ର, ଓଡ଼ିଶା ଷ୍ଟିଭେଡର ପ୍ରାଇଭେଟ୍ ଲିମିଟେଡର ଡିଜିଏମ ଅପରେସନ ସୂର୍ଯ୍ୟନାରାୟଣ ସାହୁ, କେ.ସି.ଟି ଗୃପ ମ୍ୟାନେଜର ଶଙ୍ଖ ଶୁଭ୍ର ମିତ୍ର, ଦେବପ୍ରିୟ ମହାନ୍ତି, ବିଲଡର ଶିଶିର ଦାସ, ପାରାଦୀପ ପୋର୍ଟ ଚିଫ ମେକାନିକାଲ ଇଞ୍ଜିନିୟର ସରୋଜ କୁମାର ଦାସ ଏବଂ ମିଡିଲମ୍ୟାନ ସୁମନ୍ତ ରାଉତ ରହିଛନ୍ତି । ତେବେ ପରବର୍ତ୍ତୀ ସମୟରେ ବିଲଡର ଶିଶିର ଦାସଙ୍କୁ ଜାମିନ ମିଳିଥିଲା ।

ପୂର୍ବରୁ ସମସ୍ତ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଥିଲା ସିବିଆଇ । ପୁଣି ଦ୍ବିତୀୟ ଥର ଅଡ଼ିଓ କଲ ଭାଇରାଲକୁ ନେଇ ଆଉ ଥରେ ରିମାଣ୍ଡରେ ନେବାକୁ ସିବିଆଇ ପକ୍ଷରୁ କୋର୍ଟରେ ଆବେଦନ ହୋଇଥିଲା ।

Last Updated : Aug 27, 2022, 1:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.