ETV Bharat / city

ପାରାଅଲମ୍ପିକ ୨୦୨୦: ବ୍ୟାଡମିଣ୍ଟନ ମିକ୍ସ ଡବଲ୍ସରେ ଯୋଗ୍ୟତା ହାସଲ କଲେ ପ୍ରମୋଦ - BWF

ଓଡିଶାର ପାରା ବ୍ୟାଡମିଣ୍ଟନ ଷ୍ଟାର ପ୍ରମୋଦ ଭଗତ ପାରାଅଲମ୍ପିକ ୨୦୨୦ ପାଇଁ ମିଶ୍ରିତ ଯୁଗଳରେ ମଧ୍ୟ ଯୋଗ୍ୟତା ହାସଲ କରିଛନ୍ତି । ପ୍ରମୋଦ ପୂର୍ବରୁ ସିଙ୍ଗଲସରେ ଟୋକିଓ ଟିକେଟ ପାଇଛନ୍ତି । ଅଧିକ ପଢନ୍ତୁ...

 para Olympic 2020
para Olympic 2020
author img

By

Published : Jul 24, 2021, 8:59 PM IST

ଭୁବନେଶ୍ବର: ପାରାଅଲମ୍ପିଆନ ପ୍ରମୋଦ ଭଗତ ୨୦୨୦ ପାଇଁ ମିଶ୍ରିତ ଯୁଗଳରେ ମଧ୍ୟ ଯୋଗ୍ୟତା ହାସଲ କରିଛନ୍ତି । ଅଗଷ୍ଟ ୨୪ ରୁ ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ହେବାକୁ ଥିବା ପାରାଅଲମ୍ପିକ ୨୦୨୦ ରେ ମିଶ୍ରିତ ଯୁଗଳରେ ଯୋଗ୍ୟତା ହାସଲ କରିଛନ୍ତି।

ଜୁଲାଇ ୨୪ ତାରିଖରେ ବ୍ୟାଡମିଣ୍ଟନ୍ ୱାଲ୍ଡ ଫେଡେରେସନ (BWF) ପକ୍ଷରୁ ବ୍ୟାଡମିଣ୍ଟନ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ ଏବଂ ପାରା ଅଲମ୍ପିକ୍ କମିଟି ଅଫ୍ ଇଣ୍ଡିଆକୁ ସୂଚନା ଦିଆ ଯାଇଛି । ଟୋକିଓ ୨୦୨୦ ପାରାଅଲମ୍ପିକ୍ ଗେମ୍ସର ବ୍ୟାଡମିଣ୍ଟନ୍ ବିଭାଗରେ ପଲକ କୋହଲି ଓ ପ୍ରମୋଦ ଭଗତ ମିଶ୍ରିତ ଯୁଗଳରେ ପ୍ରତିନିଧତ୍ଵ କରିବେ।

ପ୍ରମୋଦ ଆଗରୁ ଏକକରେ ଟୋକିଓ ଟିକେଟ ପାଇଥିବାବେଳେ ଏବେ ମିଶ୍ରିତରେ ଚୟନ ହେବା ଗର୍ବର କଥା। ଓଡ଼ିଆ ପାରାଅଲମ୍ପିକରେ ୨ଟି ପଦକ ପ୍ରମୋଦ ଠାରୁ ଆଶା କରୁଛି। ଶେଷ ଥର ପାଇଁ ପ୍ରମୋଦ ଓ ପଲକ ଯୋଡ଼ି ୨୦୨୧ ରେ ଦୁବାଇ ଇଣ୍ଟରନାସନାଲ୍ ମିଶ୍ରିତ ଯୁଗଳରେ କାଂସ୍ୟ ପଦକ ଜିତିଥିଲେ। ଏହି ଖବର ପ୍ରକାଶ ପାଇଲା ପରେ ପାରା କ୍ରୀଡାପ୍ରେମୀ ଓ ପାରା ସ୍ପୋର୍ଟସ ସଂଘ ଓଡ଼ିଶାର ସଭାପତି କମଳାକାନ୍ତ ରଥ ସମ୍ପାଦକ ଲୋକନାଥ ମହାନ୍ତି କୋଷାଧ୍ୟକ୍ଷ ସୁନୀଲ ପ୍ରଧାନ ଅନ୍ୟ ସଦସ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.