ETV Bharat / city

ସରକାରୀ ଚାକିରୀ ଦାବିରେ ପାରା କ୍ରୀଡ଼ାବିତଙ୍କ ଧାରଣା - ଚାକିରୀ ପାଇଁ ପାରା ଆଥଲେଟଙ୍କ ଧାରଣା

ଅନିର୍ଦ୍ଦିଷ୍ଟକାଳ ଯାଏଁ କ୍ରୀଡ଼ାବିଭାଗ ସାମ୍ନାରେ ଧାରଣାରେ ବସିଲେ ପାରା କ୍ରୀଡ଼ାବିତ । ୩୩ ଜଣ ପାରା କ୍ରୀଡ଼ାଵିତ୍ ଏହି ଧାରଣାରେ ସାମିଲ ହୋଇଛନ୍ତି । ରାଜ୍ୟର ରାଜଧାନୀ ଆଜି କ୍ରୀଡ଼ାର ପେଣ୍ଠସ୍ଥଳୀ ପାଲଟିଛି । ଅଧିକ ପଢ଼ନ୍ତୁ...

ସରକାରୀ ଚାକିରୀ ଦାବିରେ ପାରା କ୍ରୀଡ଼ାବିତଙ୍କ ଧାରଣା

author img

By

Published : Aug 31, 2021, 10:19 PM IST

ଭୁବନେଶ୍ବର: ଅନିର୍ଦ୍ଦିଷ୍ଟକାଳ ଯାଏଁ କ୍ରୀଡ଼ାବିଭାଗ ସାମ୍ନାରେ ଧାରଣାରେ ବସିଲେ ପାରା କ୍ରୀଡ଼ାବିତ । ୩୩ ଜଣ ପାରା କ୍ରୀଡ଼ାଵିତ୍ ଏହି ଧାରଣାରେ ସାମିଲ ହୋଇଛନ୍ତି । ରାଜ୍ୟର ରାଜଧାନୀ ଆଜି କ୍ରୀଡ଼ାର ପେଣ୍ଠସ୍ଥଳୀ ପାଲଟିଛି । ଏହାରି ଭିତରେ ଶହଶହ ସାଧାରଣ କ୍ରୀଡ଼ାବିତ ମଧ୍ୟ ସରକାରୀ ଚାକିରୀ ପାଉଛନ୍ତି । ହେଲେ ଏହି କ୍ଷେତ୍ରରେ ପାରା କ୍ରୀଡ଼ାବିତଙ୍କୁ ଉପେକ୍ଷା କରାଯାଇଥିବା ଅଭିଯୋଗ ହୋଇଛି ।

ସରକାରୀ ଚାକିରୀ ଦାବିରେ ପାରା କ୍ରୀଡ଼ାବିତଙ୍କ ଧାରଣା

ଓଡ଼ିଶାର ପାରାକ୍ରୀଡ଼ାବିତ୍ ମାନେ ଅଲିମ୍ପିକ୍ସ, ପାରା ଏସିଆନ ଗେମ୍ସ, ବିଶ୍ବକପ ସହ ଜାତୀୟ ସ୍ତରରେ ଅନେକ୍ ପଦକ ହାସଲ କରିଛନ୍ତି । ତାସହ ଅର୍ଜୁନ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ସୁଦ୍ଧା ପାରା କ୍ରୀଡ଼ାବିତଙ୍କ ପାଇଁ ଚାକିରୀ କେବଳ କାଗଜ କଲମରେ ସୀମିତ ରହିଯାଇଥିବା ଅଭିଯୋଗ କରିଛି ଓଡ଼ିଶା ପାରା କ୍ରୀଡାବିତ ଫୋରମ । ପାରା କ୍ରୀଡ଼ାବିତଙ୍କ ଭବିଷ୍ୟତକୁ ନେଇ ବାରମ୍ବାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କ୍ରୀଡ଼ାମନ୍ତ୍ରୀ, ଭିନ୍ନକ୍ଷମ କମିଶନଙ୍କ ନିକଟରେ ନିବେଦନ କରାଯାଇଥିଲେ ସୁଦ୍ଧା କିଛି ଲାଭ ହୋଇନାହିଁ ।

ଦୀର୍ଘ ୬ବର୍ଷ ହେବ ଚାକିରୀ ଖଣ୍ଡିଏ ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ ବି ମିିଳିଛି କେବଳ ପ୍ରତିଶ୍ରୁତି। ବାରମ୍ବାର ନିରାଶ ହେବା ପରେ ଆଜି ଧାରଣା ଦେଇ ନିଜ ଦାବି ଉପସ୍ଥାପନ କରିଛି ଓଡ଼ିଶା ପାରାକ୍ରୀଡ଼ାବିତ ଫୋରମ । ମୁଖ୍ୟମନ୍ତ୍ରୀ ପାରା କ୍ରୀଡ଼ାବିତଙ୍କ ପାଇଁ ଉଚିତ୍ ପଦକ୍ଷେପ ନେଇ ଚାକିରୀ ପ୍ରଦାନ କରିବାକୁ ନିବେଦନ କରିଛନ୍ତି କ୍ରୀଡ଼ାବିତ । ଯେ ପର୍ଯ୍ୟନ୍ତ ସରକାର ସେମାନଙ୍କ କଥା ଶୁଣିନାହାଁନ୍ତି ସେପର୍ଯ୍ୟନ୍ତ ଧାରଣାରେ ଉଠିବେ ନାହିଁ ବୋଲି ରୋକଠୋକ କହିଛନ୍ତି ଧାରଣାରତ ପାରାକ୍ରୀଡ଼ାବିତ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.