ETV Bharat / city

କୋଭିଡରୁ ସୁସ୍ଥ ହେଲେ ମନ୍ତ୍ରୀ ପ୍ରତାପ ଜେନା

author img

By

Published : May 23, 2021, 7:04 PM IST

କୋଭିଡରୁ ସୁସ୍ଥ ହେଲେ ମାହାଙ୍ଗା ବିଧାୟକ ତଥା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । 18 ଦିନ ହସ୍ପିଟାଲରେ ମୃତ୍ୟୁ ସହିତ ସଂଘର୍ଷ କରି ପ୍ରତାପ ପାଇଛନ୍ତି ନୂଆ ଜୀବନ । ଅଧିକ ପଢନ୍ତୁ...

Panchayatraj minister Pratap Jena recovery from covid19
କୋଭିଡରୁ ସୁସ୍ଥ ହେଲେ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ବର: କୋଭିଡରୁ ସୁସ୍ଥ ହେଲେ ମାହାଙ୍ଗା ବିଧାୟକ ତଥା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । 18 ଦିନ ହସ୍ପିଟାଲରେ ମୃତ୍ୟୁ ସହିତ ସଂଘର୍ଷ କରି ପ୍ରତାପ ପାଇଛନ୍ତି ନୂଆ ଜୀବନ । ଏ ନେଇ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଓ ଡାକ୍ତରଙ୍କ ପ୍ରଚେଷ୍ଟାକୁ ଶ୍ରେୟ ଦେଇଛନ୍ତି ପ୍ରତାପ ।

କୋରୋନାରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ରାଜ୍ୟବାସୀଙ୍କ ଶୁଭେଚ୍ଛାରୁ ଆଜି 18 ଦିନ କୋଭିଡ଼ ଚିକିତ୍ସା ପରେ ଘରକୁ ଫେରିଛି । ମୋ ନିର୍ବାଚନମଣ୍ଡଳୀ ମାହାଙ୍ଗାର ଜନସାଧାରଣଙ୍କୁ କୃତଜ୍ଞତା ଜଣେଇବା ସହ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଅନ୍ୟ କୋଭିଡ଼ ସଂକ୍ରମିତଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ଏହା ସହ ସମ ହସ୍ପିଟାଲର ପ୍ରତିଷ୍ଠାତା ମନୋଜ ନାୟକ, ଡ଼. ପ୍ରଦୀପ୍ତ ପାତ୍ର ଓ ତାଙ୍କୁ ଚିକିତ୍ସା କରିଥିବା ଡାକ୍ତରଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରତାପ । କୋଭିଡ଼ ସଂକ୍ରମିତଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବାରେ ସମ ହସ୍ପିଟାଲ ଗୁରୁତ୍ବପୂର୍ଣ ଭୂମିକା ତୁଲାଉଛି ।ତାଙ୍କର ସ୍ବାସ୍ଥ୍ୟ ବିଷୟରେ ଚିନ୍ତା ପ୍ରକଟ କରିଥିବାରୁ ମହାମହିମ ରାଜ୍ୟପାଳ ଗଣେଶୀଲାଲଙ୍କୁ ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସ୍ବାସ୍ଥ୍ୟ ବାବଦରେ ବାରମ୍ବାର ଚିନ୍ତା ପ୍ରକଟ କରିଛନ୍ତି । ସ୍ବାସ୍ଥ୍ୟ ବାବଦରେ ପଚାରି ବୁଝିବା ସହ ଶୁଭେଚ୍ଛା ଜଣାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛି ପ୍ରତାପ ।

ଓଡିଶାର ଜନସାଧାରଣଙ୍କୁ କୋଭିଡ଼ ମହାମାରୀ ସମୟରେ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗେଇବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ସଫଳ ହୋଇଛି । ଓଡିଶା, ଦେଶର ସବୁ ରାଜ୍ୟକୁ ଅମ୍ଳଜାନ ଯୋଗେଇବାରେ ଗୁରୁତ୍ବପୂର୍ଣ ଭୂମିକା ନେଇଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.