ETV Bharat / city

ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା - ବାତ୍ୟ ମୁକାବିଲା

ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ଗୃହ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମୀକ୍ଷା ବୈଠକ । ଅଧିକ ପଢନ୍ତୁ...

ବାତ୍ୟ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା

author img

By

Published : May 23, 2021, 7:17 PM IST

Updated : May 23, 2021, 10:59 PM IST

ଭୁବନେଶ୍ବର: ରାଜ୍ୟ ଗୃହ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏହାର ପ୍ରସ୍ତୁତି ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି । ଭର୍ଚୁଆଲ ମୋଡ଼ରେ ହୋଇଥିବା ସମୀକ୍ଷା ସମୟରେ ଗୃହ ଓ ନଗର ଉନ୍ନୟନ ଦିଭାଗ ପକ୍ଷରୁ ଜାରି ହୋଇଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର (ଏସଓପି)କୁ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଡାକଡି ପାଳନ ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା

ଜାରି କରାଯାଇଥିବା ଏସଓପିରେ ବାତ୍ୟା ସମୟରେ ଲୋକଙ୍କ ରହଣି ପାଇଁ ବିକଳ୍ପ ଆଶ୍ରୟସ୍ଥଳୀର ଅନୁଧ୍ୟାନ ସହିତ ତାହା ତୁରନ୍ତ ଚୂଡ଼ାନ୍ତ କରିବାକୁ କୁହାଯାଇଛି । ବିଶେଷକରି କୋରୋନା ସଂକ୍ରମିତ ବ୍ୟକ୍ତି ଯେଉଁମାନେ କି ଗୃହ ସଂଗରୋଧରେ ଅଛନ୍ତି ସେମାନଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ସକାଶେ ଅଧିକ ସଂଖ୍ୟାରେ ଆଶ୍ରୟସ୍ଥଳ ଲାଗି କୁହାଯାଇଛି । ଏଥି ସହିତ ଲୋକଙ୍କୁ ଯେଭଳି କୌଣସି ସମୟରେ ସ୍ଥାନାନ୍ତର କରାଯାଇପାରିବ ଏବଂ ସେମାନଙ୍କ ପାଇଁ କିଭିନ୍ନ ଖାଦ୍ୟ ସାମଗ୍ରୀ ଯଥା ଛତୁଆ, ବିସ୍କୁଟ ସହିତ ପାନୀୟଜଳ ଓ ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ବୃଦ୍ଧ, ଶାରୀରିକ ଓ ମାନସିକ ଅକ୍ଷମ, ଗର୍ଭବତୀ ଓ ସ୍ତନ୍ୟପାନ କରୁଥିବା ମହିଳା, ଶିଶୁ ଏବଂ ନବଜାତଙ୍କ ସ୍ୱତନ୍ତ୍ର ଯତ୍ନ ନେବା ସହିତ ଆଶୁ ଚିକିତ୍ସା ବ୍ୟବସ୍ଥା ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି । ମ୍ୟୁନିସିପାଲ କମିଶନର ଓ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ସମ୍ଭାବ୍ୟ ବାତ୍ୟା ଦୃଷ୍ଟିରୁ ପୂର୍ଣ୍ଣ ପ୍ରସ୍ତୁତି ହୋଇ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବାତ୍ୟା ଆଶ୍ରୟସ୍ଥଳଗୁଡିକରେ ସାନିଟେସନ ବ୍ୟବସ୍ଥା ସହିତ ପାଇଁ ଅତିରିକ୍ତ ସଫେଇ କର୍ମଚାରୀ ମୁତୟନ କରାଯିବ । ମହିଳା, ଶିଶୁ ଓ ଅନ୍ୟ ସମ୍ବେଦନଶୀଳ ବ୍ୟକ୍ତିଙ୍କ ସୁରକ୍ଷା ଲାଗି ଆଶ୍ରୟସ୍ଥଳଗୁଡିକରେ ମହିଳା ହୋମଗାର୍ଡ ଓ ସୁରକ୍ଷାକର୍ମୀ ନିଯୁକ୍ତି ପାଇଁ କୁହାଯାଇଛି । ସ୍ଥାନୀୟ ସେଛାସେବୀ, ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀମାନଙ୍କୁ ନିଶ୍ଚିତଭାବେ ଚିହ୍ନଟ କରି ଆଶ୍ରୟସ୍ଥଳରେ ମୁତୟନ ଲାଗି ଏସ୍ଓପିରେ ଉଲ୍ଲେଖ ଅଛନ୍ତି । ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦେବାପାଇଁ ରୋଷେଇ ଲାଗି ଆବଶ୍ୟକ ସାମଗ୍ରୀ , ଡିସ୍‌ପୋଜେବୁଲ ପ୍ଲେଟ, ଗ୍ଲାସ ଆଦି ମହଜୁଦ ରଖିବାକୁ କୁହାଯାଇଛି । ପ୍ରଭାବିତ ଆଶଙ୍କା ଥିବା ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର ସହିତ ଆଶ୍ରୟସ୍ଥଳରେ ରଖାଯିବା ସମୟରେ କୋଭିଡ଼ ନିୟମାବଳୀ ପାଳନ ଉପରେ ସର୍ବାଧୂକ ଗୁରୁତ୍ବ ଦିଆଯାଇଛି ।

ସମସ୍ତ ବିପଦସଙ୍କୁଳ ପରିବାରକୁ ଚିହ୍ନଟ ହିତ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାପାଇଁ ବ୍ୟବସ୍ଥା କରାଯିବ । ଆଶ୍ରୟସ୍ଥଳରେ ଆବଶ୍ୟକ ଲୋକ ବ୍ୟବସ୍ଥା ସହିତ ଜେନେରେଟର ସେଟ୍ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ସମସ୍ତ ପୌରାଞ୍ଚଳରେ ୨ ୪ଘଣ୍ଟିଆ ଜଳଯୋଗାଣ ପାଇଁ କଣ୍ଟ୍ରୋଲ ରୁମ ବ୍ୟବସ୍ଥା ସହିତ ପରିଚାଳନା ଲାଗି ହ୍ଵାଟସଆପ୍ ଗ୍ରୁପ ଗଠନ ଲାଗି ନିର୍ଦ୍ଦେଶ ଦିଆଯାଇଛି ।

ବାତ୍ୟା ସମ୍ଭାବନା ଥିବା ପୌରାଞ୍ଚଳଗୁଡିକରେ ଗଛ କାଟି ରାସ୍ତା ସଫା କରିବାପାଇଁ ଆବଶ୍ୟକ ଯନ୍ତ୍ରପାତି ଓ କର୍ମଚାରୀ ରଖିବା ପାଇଁ କୁହାଯାଇଛି । ପୌରାଞ୍ଚଳରେ ଯେଭଳି ନିର୍ବିଘ୍ନରେ ପାନୀୟଜଳ ଯୋଗାଣ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ବିଦ୍ୟୁତ୍‌ ସରବରାହ ବିଚ୍ଛନ୍ନ ରହିଲେ ଏହାର ମୁକାବିଲା ପାଇଁ ଅଧିକ ପାଣି ଟ୍ୟାଙ୍କର ବ୍ୟବସ୍ଥା କରିବାକୁ କୁହାଯାଇଛି । ଏହା ସହିତ ସ୍ଥିତିର ମୁକାବିଲା ଲାଗି ଆବଶ୍ୟକ ସଂଖ୍ୟକ ଜେନେରେଟର ସେଟ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଦ୍ୟୁତ୍ ସଂସ୍ଥାରେ ବିଭ୍ରାଟ ହେଲେ ଯେଭଳି ଜଳଯୋଗାଣରେ କୌଣସି ବାଧା ନଉପୁଜେ ସେଥିପାଇଁ ଉଚ୍ଚ କ୍ଷମତାସମ୍ପନ୍ନ ଡିଜି ସେଟ୍ ପ୍ରସ୍ତୁତି ଲାଗି ନିର୍ଦ୍ଦେଶ ଦିଆଯାଇଛି ।

ପଞ୍ଚାୟତିରାଜ ଓ ପାନାୟଜଳ ବିଭାଗର ସମୀକ୍ଷା କରି ଗ୍ରାମାଞ୍ଚଳରେ ନିରବଚ୍ଛିନ୍ନ ପାନୟଜଳ ଯୋଗାଣ ସହିତ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପାନୀୟଜଳ, ରିଲିଫ, ସ୍ଥାନାନ୍ତରଣ ଓ ଆଶ୍ରୟସ୍ଥଳ ପାଇଁ ପଦକ୍ଷେପ ନିଆଯାଇଥିବାବେଳେ ବାତ୍ୟା ପରବର୍ତ୍ତୀ ସମୟରେ ଯେଭଳି ତୁରନ୍ତ ରାସ୍ତାଘାଟ ସଫାହେବ ଏବଂ ଲୋକଙ୍କୁ ମାଗଣା ରନ୍ଧାଖାଦ୍ୟ ଯୋଗାଯିବ ସେଥିପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ କହିଛନ୍ତି । ବିଭାଗର ସମସ୍ତ କର୍ମଚାରୀଙ୍କୁ ଏଥିପାଇଁ ସଚେତନ କରିବା ସହିତ ସତର୍କ ରହିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସମୀକ୍ଷା ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସହିବ ଜି.ମଥିଭାଥନନ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ପ୍ରମୁଖ ସହିକ ଡି.କେ.ସିଂହ, ପୌର ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ, ପାନୀୟ ଜଳ ଓ ପରିମଳ ନିର୍ଦ୍ଦେଶକ ଦି.ପଭମେଶ୍ବଭନ, ଆରଡବ୍ଲ୍ୟୁଏସର ସର୍ବୋଚ୍ଚ ଯନ୍ତ୍ରୀ, ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : May 23, 2021, 10:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.