ETV Bharat / city

ପ୍ରଦୀପଙ୍କ ଇସ୍ତଫା, ପ୍ରତାପ କହିଲେ ଲୋକଙ୍କ ସେବା କରିବାକୁ ଆସିଲେ ସ୍ବାଗତ କରିବୁ

author img

By

Published : Oct 22, 2021, 9:52 PM IST

ଆମ ନେତା ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଲୋକଙ୍କ ସେବା କରିବାକୁ ଆସିଲେ ବିଜେଡି ସ୍ବାଗତ କରିବ ବୋଲି କହିଛନ୍ତି ପ୍ରତାପ । ଅଧିକ ପଢନ୍ତୁ...

Panchayati raj
ନବୀନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଲୋକଙ୍କ ସେବା କରିବାକୁ ଆସିଲେ ସ୍ବାଗତ କରିବୁ: ବିଜେଡି

ଭୁବନେଶ୍ବର: ଦଳରୁ ଇସ୍ତଫା ଦେଇଛନ୍ତି କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ପ୍ରଦୀପ ବିଜେଡିରେ ମିଶିବା ଲାଗି ଚର୍ଚ୍ଚା ଜୋର ଧରିଛି । ହେଲେ ସେ ବିଜେଡିରେ ମିଶିବେ ନା ଅନ୍ୟ କିଛି ବିକଳ୍ପ ବ୍ୟବସ୍ଥା କରିବେ ଏ ନେଇ ଚର୍ଚ୍ଚା ଲାଗି ରହିଛି । ପ୍ରଦୀପଙ୍କ ଇସ୍ତଫା ନେଇ ପ୍ରତିକ୍ରିୟା ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ତଥା ବିଜେଡି ନେତା ପ୍ରତାପ ଜେନା । ଆମ ନେତା ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଲୋକଙ୍କ ସେବା କରିବାକୁ ଆସିଲେ ବିଜେଡି ସ୍ବାଗତ କରିବ ବୋଲି କହିଛନ୍ତି ପ୍ରତାପ ।

ପ୍ରତାପ କହିଛନ୍ତି ଯେ, ଅଧିକରୁ ଅଧିକ ଲୋକଙ୍କ ଲାଗି କାମ କରିବାକୁ ପ୍ରଦୀପଙ୍କ ଲକ୍ଷ୍ୟ । କଂଗ୍ରେସରେ ସେ ଏହା କରିପାରି ନଥିବାରୁ ଦଳ ଛାଡ଼ିଛନ୍ତି । ସେ ଯେଉଁ ଦଳରେ ଥିଲେ, ସେଥିରେ ଲୋକଙ୍କ ଲାଗି କାମ କରିବାର ସୁଯୋଗ ନାହିଁ ବୋଲି ସେ ଅନୁଭବ କରିଥିବେ । ସେହିପରି ଭାରତ ବର୍ଷରେ ଭାରତୀୟ ଜନତା ପାର୍ଟିର ବହୁ ବଦନାମ ରହିଛି । ପେଟ୍ରୋଲ, ଡିଜେଲ ଓ ଗ୍ୟାସ ମହଙ୍ଗା ହୋଇଛି । ନିତ୍ୟ ବ୍ୟବହାର ଜିନିଷ ଦର ବଢିଛି । ତେଣୁ ସେ ବିଜେପିକୁ ଯିବେ ବୋଲି ଆଶା କରୁନାହିଁ ।

ଯେକୌଣସି ବ୍ୟକ୍ତି ଆମ ନେତା ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହେବେ । ଲୋକଙ୍କ ଲାଗି କାମ କରିବାକୁ ବିଜେଡିକୁ ଆସିବେ । ତେବେ ଆମେ ତାଙ୍କୁ ସ୍ବାଗତ କରିବୁ ବୋଲି ପ୍ରତାପ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.