ETV Bharat / city

Cyclone Jawad: ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତ ରାଜ୍ୟ ସରକାର

ଆସୁଛି ବାତ୍ୟା ଜଓ୍ବାଦ(Cyclone Jawad) । ଆସନ୍ତାକାଲି ( ଶନିବାର) ପୁରୀ ଉପକୂଳର ସ୍ଥଳଭାଗ ଛୁଇଁପାରେ ସାମୁଦ୍ରିକ ଝଡ଼ । ଏହାକୁ ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ଅଧିକ ପଢନ୍ତୁ

author img

By

Published : Dec 3, 2021, 6:30 PM IST

Cyclone Jawad: ବାତ୍ୟା ମୁକାବିଲା ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ

ଭୁବନେଶ୍ବର: ଆସୁଛି ବାତ୍ୟା ଜଓ୍ବାଦ(Cyclone Jawad) । ଆସନ୍ତାକାଲି ( ଶନିବାର) ପୁରୀ ଉପକୂଳର ସ୍ଥଳଭାଗ ଛୁଇଁପାରେ ସାମୁଦ୍ରିକ ଝଡ଼ । ତେବେ ଏହାକୁ ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ । ବାତ୍ୟା ନେଇ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା ରଖିଛନ୍ତି । ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା । ପ୍ରଭାବିତ ହେବାକୁ ଥିବା ବ୍ଲକର ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍କୁଲ ଏବଂ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ କରିବାକୁ ଉଦ୍ୟମ ଆରମ୍ଭ କରାଯାଇଛି ।

ବାତ୍ୟା ଆଶ୍ରୟ ସ୍ଥଳୀରେ ଖାଇବା , ପିଇବା ପାଣି ସୁବିଧା ଯୋଗାଇ ଦିଆଯିବ । ସେ ଦିଗରେ ବିଭାଗ ତରଫରୁ ପଦକ୍ଷେପ ନିଆଯାଉଛି । ଅତ୍ୟଧିକ ବର୍ଷା ଓ ବାତ୍ୟା ହେଲେ ପ୍ରଭାବିତ ଲୋକଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯିବ । ଜରୁରୀ ସ୍ଥାନରେ ଓଭର ହେଡ ଟ୍ୟାଙ୍କ ଏବଂ ପାନୀୟ ଜଳ ପ୍ରକଳ୍ପ ରହିଛି । ସେଠାରେ ବିଦ୍ୟୁତ ବିଚ୍ଛିନ୍ନ ହେଲେ ମଧ୍ୟ ଜେନେରେଟର ଜରିଆରେ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.