ଭୁବନେଶ୍ବର/ଫୁଲବାଣୀ: ଅସୁସ୍ଥ ହୋଇପଡ଼ିଛନ୍ତି ରାଜ୍ୟ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ଆଇନମନ୍ତ୍ରୀ ପ୍ରତାପ ଜେନା । କନ୍ଧମାଳରେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିବା ବେଳେ ତାଙ୍କୁ ଫୁଲବାଣୀ ସର୍କିଟ ହାଉସରେ ଚିକିତ୍ସା କରାଯାଉଛି । ଡାକ୍ତର ଉତ୍ପଳ କେଶରୀଙ୍କ ନେତୃତ୍ବରେ ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ସେପଟେ ଏୟାରଲିଫ୍ଟରେ ତାଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି ।
ଶୁକ୍ରବାର ୪ ଦିନିଆ କନ୍ଧମାଳ ଗସ୍ତରେ ଆସି ମନ୍ତ୍ରୀ ଜେନା ଦାରିଙ୍ଗବାଡି, କୋଟଗଡ, ତୁମୁଡିବନ୍ଧ ବାଲିଗୁଡ଼ାରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବା ପରେ ଶନିବାର ଫୁଲବାଣୀ ସର୍କିଟ ହାଉସରେ ପହଞ୍ଚିଥିଲେ। ଆଜି ରବିବାର ଚକାପାଦ ଶଙ୍କରା ଖୋଲ, ବସ୍ତିଙ୍ଗିଆ, ଗଞ୍ଜ ଗୁଡ଼ା ଆଦି ଗ୍ରସ୍ତ କରି ବିଭିନ୍ନ ଉନ୍ନୟନ୍ନ ପ୍ରକଳ୍ପ ଉଦଘାଟନ କରିବାର ଯୋଜନା ଥିଲା । ଆସନ୍ତାକାଲି ଫିରିଙ୍ଗିଆ ବ୍ଲ୍କକରେ କାର୍ଯ୍ୟକ୍ରମ ମଧ୍ୟ ରହିଥିଲା । ତେବେ ମନ୍ତ୍ରୀ ଜେନାଙ୍କ ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି ।
ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ପଞ୍ଚାୟତିରାଜ, ପାନୀୟଜଳ, ନଗର ଉନ୍ନୟନ୍ନ ମନ୍ତ୍ରୀ ପ୍ରତାପ ଜେନା କନ୍ଧମାଳ ଜିଲ୍ଲା ବିଜେଡି ସାଂଗଠନିକ ଦୀୟିତ୍ଵରେ ଥିବାରୁ ୪ ଦିନିଆ ଗ୍ରସ୍ତରେ ଆସିଥିଲେ । ତେବେ ଅତ୍ୟଧିକ ପରିଶ୍ରମ ଓ ଚାପ ଯୋଗୁଁ ସେ ରବିବାର ସକାଳୁ ଅସୁସ୍ଥ ହୋଇପଡିଥିବା କୁହାଯାଉଛି ।
ସେପଟେ କନ୍ଧମାଳ ଜିଲ୍ଲାପାଳ ଡି ବୃନ୍ଦା, DSP ଭିନିତ ଅଗ୍ରୱାଲ, ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ, ଗ୍ରାମ୍ୟ ପାନୀୟ ଜଳ ବିଭାଗ ASE ଇଞ୍ଜିନିଅର ସନ୍ତୋଷ କୁମାର କରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଡାକ୍ତରମାନେ ଉପସ୍ଥିତ ରହି ସ୍ବାସ୍ଥ୍ୟବସ୍ଥା କଥା ବୁଝିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ ଓ କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ