ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ(Panchayat Election) ରେ ଦିବ୍ୟାଙ୍ଗ ମାନଙ୍କୁ ଉପେକ୍ଷା କରାଯାଇଛି । ନୂଆପଡା କୋମନା ବ୍ଲକର ସରପଞ୍ଚ ପ୍ରାର୍ଥି ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ଶାନ୍ତି ଲାଲ ଶବରଙ୍କ ପ୍ରାର୍ଥୀପତ୍ର ନାକଚ କରିଛନ୍ତି ନିର୍ବାଚନ ଅଧିକାରୀ । ସେ ବ୍ରେଲି ଭାଷାରେ ଦସ୍ତଖତ କରିଥିବାରୁ ତାକୁ ଗ୍ରହଣ କରି ନାହାଁନ୍ତି ନିର୍ବାଚନ ଅଧିକାରୀ । ତେଣୁ ଦୃଷ୍ଟିହୀନ ମାନେ ନିଜ ଅଧିକାରରୁ ବଞ୍ଚିତ ହୋଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।
ଆଜି ଏନେଇ ଶାନ୍ତି ଲାଲ ଶବରଙ୍କ ସମେତ ଉତ୍କଳ ଦୃଷ୍ଟି ହୀନ ସଙ୍ଘର କର୍ମକର୍ତ୍ତାଙ୍କ ସହ ଆସି ରାଜ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ