ETV Bharat / city

ସଂରକ୍ଷଣ ବ୍ୟବସ୍ଥା; ବିଜେଡିକୁ ଟାର୍ଗେଟ କଲେ ବିଜେପି-କଂଗ୍ରେସ - ପୌରନିର୍ବାଚନରେ ସଂରକ୍ଷଣ ବିବାଦ

ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ସଂରକ୍ଷଣକୁ ନେଇ ବିବାଦ ତେଜିବାରେ ଲାଗିଛି । ଏ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ବିଜେଡିକୁ ସୁହେଇଲା ପରି ସଂରକ୍ଷଣ ବ୍ୟବସ୍ଥା ହୋଇଥିବା ବିରୋଧୀ ଅଭିଯୋଗ କରୁଛନ୍ତି । ଅଧିକ ପଢନ୍ତୁ...

Panchayat election reservation politics both bjp and congress target bjd
ସଂରକ୍ଷଣ ବ୍ୟବସ୍ଥାକୁ ନେଇ ବିଜେଡିକୁ ଟାର୍ଗେଟ କଲେ ଉଭୟ ବିଜେପି ଓ କଂଗ୍ରେସ
author img

By

Published : Oct 15, 2021, 5:53 PM IST

ଭୁବନେଶ୍ବର: ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନରେ ସଂରକ୍ଷଣକୁ ନେଇ ବିବାଦ ତେଜିବାରେ ଲାଗିଛି । ଏ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ବିଜେଡିକୁ ସୁହାଇଲା ପରି ସଂରକ୍ଷଣ ବ୍ୟବସ୍ଥା ହୋଇଥିବା ବିରୋଧୀ ଅଭିଯୋଗ କରୁଛନ୍ତି । ସେପଟେ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ଭିତରେ ଏପରି ହୋଇଥିବା କହୁଛି ବିଜେଡି ।

ପଞ୍ଚାୟତ ନିର୍ବାଚନର ସଂରକ୍ଷଣ ବ୍ୟବସ୍ଥାକୁ ନେଇ ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି ଯେ, ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଚାରିଆଡେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ବିଜେଡିକୁ ସୁହାଇବା ଭଳି ସଂରକ୍ଷଣ କରିବାକୁ ପୂର୍ବରୁ ଦଳୀୟ ସାଂସଦ ବିଧାୟକ ମାନେ ପ୍ରଶାସନିକ ଅଧିକାରୀଙ୍କ ଜରିଆରେ ନିଷ୍ପତ୍ତି ନେଇ ସାରିଛନ୍ତି । ସଂଶୋଧନ କରିଲେ ବି ଯେଉଁଠି ବିଜେଡି ଅଭିଯୋଗ ଉଠାଇବ ସେଠି ସଂଶୋଧନ ହେବ । ସଂରକ୍ଷଣ ବିଜେଡି ସପକ୍ଷରେ ଗଲେ ବି ନିର୍ବାଚନ ଫଳାଫଳ ବିଜେପି ସପକ୍ଷରେ ଯିବ ବୋଲି ବିଜେପି ଦମ୍ଭ କରିଛି । ୱାର୍ଡ ସ୍ତର ପର୍ଯ୍ୟନ୍ତ ବିଜେପି କାର୍ଯ୍ୟ ଆରମ୍ଭ କରିବା ସହ ବୈଠକ ଜାରି ରଖିଛି । ଆଗାମୀ ତ୍ରିସ୍ତରୀୟ ନିର୍ବାଚନରେ ବିଜେପି କିପରି ବାଜିମାତ କରିବ ସେ ନେଇ ଦଳ ପ୍ରୟାସ ଜାରି ରଖିଛି ବୋଲି ପ୍ରଦୀପ କହିଛନ୍ତି ।

ସେହିପରି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ, ବିଜେଡିକୁ ସୁହାଇବା ଭଳି ସଂରକ୍ଷଣ କରାଯାଇଛି । ଦଳ ଯେଉଁଠି ଜିତିବ ସେପରି ବ୍ୟବସ୍ଥା କରାଯାଇଛି । ଆମେ ଆପତ୍ତି କରିଛୁ । ଜନସଂଖ୍ୟା ଆଧାରରେ ସଂରକ୍ଷଣ କରାଯାଉ । ନଚେତ କଂଗ୍ରେସ କୋର୍ଟର ଆଶ୍ରୟ ନେବ ବୋଲି ସୁର କହିଛନ୍ତି । କଂଗ୍ରେସ ତୃଣମୂଳ ସ୍ତରରେ କାର୍ଯ୍ୟ ଆରମ୍ଭ କରିଛି । ନେତାଙ୍କୁ ଘରକୁ ଯିବେ ଦାୟିତ୍ବ ଦିଆଯାଇଛି ।

ବିରୋଧୀଙ୍କ ଅଭିଯୋଗର ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏଭଳି ସମସ୍ୟା ଆସିବ । ଆଇନର ପରିଧି ଭିତରେ ବ୍ୟବସ୍ଥା ହୋଇଛି । ଅଭିଯୋଗ ଆସିଲେ ପ୍ରତ୍ୟାହୃତ କରିହେବ । ଆଇନ ଭିତରେ ନିର୍ବାଚନ କମିଶନଙ୍କ ନିକଟକୁ ବିଭିନ୍ନ ଆଡୁ ଅଭିଯୋଗ ବି ଆସୁଛି । ବିଜେଡି ସବୁବେଳେ ସଂଗଠନର କାର୍ଯ୍ୟ ଜାରି ରଖିଥାଏ । ସାଧାରଣ ନିର୍ବାଚନ ହେଉ କି ଉପନିର୍ବାଚନ କିମ୍ବା ପଂଚାୟତ ନିର୍ବାଚନ । ସବୁଥିରେ ଭଲ କରିବାକୁ ଦଳ ପ୍ରସ୍ତୁତ ହୋଇକି ରହିଛି । ଲୋକଙ୍କ ସହିତ ରହିବା ଓ କାର୍ଯ୍ୟ କରିବା ଦଳର ରାଣିନୀତି । ଲୋକଙ୍କ ପାଖରେ ରହିବାକୁ ଆମ ନେତା ନିର୍ଦେଶ ଦେଇଛନ୍ତି । ୱାର୍ଡ ସ୍ତରରେ କାର୍ଯ୍ୟ ଆରମ୍ବ କରିଛୁ । ତାହାର ଫଳାଫଳ ନିଶ୍ଚୟ ପଜିଟିଭ ରହିବ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.