ETV Bharat / city

Panchayat Election Reservation Notification: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି OBC ସଭାପତି

author img

By

Published : Dec 23, 2021, 7:11 AM IST

ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ଵାଳ ପ୍ରେସମିଟ କରି ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛନ୍ତି । ସରକାର ରାଜ୍ୟବାସୀଙ୍କୁ ଠକୁଛନ୍ତି । ରାଜ୍ୟ ସରକାର ପକେଇଥିବା ଛେପକୁ ପୁଣି ଢୋକିଲେ । ହାଇକୋର୍ଟରେ ମଧ୍ୟ ମିଥ୍ୟା ତଥ୍ୟ ଦେଇଥିଲେ ପଞ୍ଚାୟତ ନିର୍ବାଚନ ପାଇଁ । ପଞ୍ଚାୟତ ନିର୍ବାଚନରେ ଓବିସି ବର୍ଗଙ୍କୁ ବଞ୍ଚିତ ପାଇଁ ଚେଷ୍ଟା କରାଯାଇଥିଲା । ଅଧିକ ପଢନ୍ତୁ

Panchayat Election
Panchayat Election

ଭୁବନେଶ୍ବର: ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ଵାଳ ପ୍ରେସମିଟ କରି ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛନ୍ତି । ସରକାର ରାଜ୍ୟବାସୀଙ୍କୁ ଠକୁଛନ୍ତି । ରାଜ୍ୟ ସରକାର ପକେଇଥିବା ଛେପକୁ ପୁଣି ଢୋକିଲେ । ହାଇକୋର୍ଟରେ ମଧ୍ୟ ମିଥ୍ୟା ତଥ୍ୟ ଦେଇଥିଲେ ପଞ୍ଚାୟତ ନିର୍ବାଚନ ପାଇଁ । ପଞ୍ଚାୟତ ନିର୍ବାଚନରେ ଓବିସି ବର୍ଗଙ୍କୁ ବଞ୍ଚିତ ପାଇଁ ଚେଷ୍ଟା କରାଯାଇଥିଲା । ।

ସୁରଥ କହିଛନ୍ତି ବିଜେଡି ସରକାର ସର୍ବଦା ପଛୁଆ ବର୍ଗର ଲୋକମାନଙ୍କୁ ଉପେକ୍ଷା କରିଛନ୍ତି। ଗଣତନ୍ତ୍ରର କଣ୍ଠରୋଧ କରନ୍ତୁ ନାହିଁ । ପଛୁଆ ବର୍ଗକୁ ଉପେକ୍ଷା କରିବାରେ ରାଜ୍ୟ ସରକାର ସାରା ଦେଶରେ ପ୍ରଥମ । ଆଗାମୀ ନିର୍ବାଚନରେ ୨୭ ପ୍ରତିଶତ ପଛୁଆ ବର୍ଗ ସଂରକ୍ଷିତ ରଖିବେ ବୋଲି କହିଥିଲେ କିନ୍ତୁ ତାହାର ସମ୍ପୂର୍ଣ୍ଣ ଓଲଟା ହୋଇଥିଲା । ବିଜେପି ବାରମ୍ବାର ଏହାକୁ ବିରୋଧ କରୁଥିଲା । ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ କ୍ରମେ ପୁଣି ପ୍ରସ୍ତୁତ ହେବ ନିର୍ବାଚନ ସଂରକ୍ଷିତ ଆସନ । 27 ତାରିଖରେ ପ୍ରକାଶିତ ହେବ ସଂଶୋଧିତ ତାଲିକା ।

ସେହିପରି ଜାନୁୟାରୀ 3ରେ ଆପତ୍ତି ଓ ଅଭିଯୋଗ 5 ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ତେବେ ପ୍ରକାଶ ପାଇଥିବା ସଂରକ୍ଷିତ ତାଲିକା ଭୁଲ ବୋଲି କିଛି ସଂଗଠନ, ରାଜନୈତିକ ଦଳ ଉଚ୍ଚ ନ୍ୟାୟାଳୟରେ ଅଭିଯୋଗ କରିଥିଲେ । ଏହାକୁ ଭିତ୍ତିକରି ଉଚ୍ଚନ୍ୟାୟାଳୟ ପୁନଃ ବିଚାର ପାଇଁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.