ETV Bharat / city

ରୟାଲଟି ବୃଦ୍ଧି ହେଉନି, ରାଜ୍ୟକୁ ଲୁଟ କରାଯାଉଛି: ପଞ୍ଚାନନ - ରାଜ୍ୟ ସରକାରଙ୍କୁ ପଞ୍ଚାନନ କାନୁନଗୋଙ୍କ ଟାର୍ଗେଟ

ରାଜ୍ୟର ଖଣିଜ ସମ୍ପଦ ଅଧିକରୁ ଅଧିକ ଲୁଟିବା ଲକ୍ଷ୍ୟ ନେଇ ୨୦୧୫ ରେ ଖଣି ଆଇନର ପରିବର୍ତ୍ତନ କଲେ । ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଖଣି ଉତ୍ତୋଳନକାରୀ ମାନଙ୍କୁ ଖଣିଜ ସମ୍ପଦ ଲୁଟ କରିବାର ସୁଯୋଗ ସୃଷ୍ଟି କରାଗଲା । ପ୍ରାକୃତିକ ସମ୍ପଦରେ ଓଡ଼ିଶା ସମସ୍ତ ରାଜ୍ୟମାନଙ୍କ ଭିତରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଆସିଛି । ସେଥିପାଇଁ ଦେଶ ଓ ବିଦେଶ ବେପାରୀମାନଙ୍କର କ୍ରୁର ଦୃଷ୍ଟି ଓଡ଼ିଶା ଉପରେ ପଡିଛି । ଅଧିକ ପଢନ୍ତୁ...

ରୟାଲଟି ନବଢ଼ାଇ ରାଜ୍ୟକୁ ଲୁଟ କରାଯାଉଛି
ରୟାଲଟି ନବଢ଼ାଇ ରାଜ୍ୟକୁ ଲୁଟ କରାଯାଉଛି
author img

By

Published : Jun 17, 2021, 9:32 PM IST

ଭୁବନେଶ୍ବର: ରାଜ୍ୟରେ ଗଚ୍ଛିତ ଥିବା ଖଣିଜ ପଦାର୍ଥ ବିକ୍ରିକୁ ନେଇ ବିଜେପି ଓ ବିଜେଡି ଭିତରେ ଏକ ପ୍ରକାର ସଲାକୁସ୍ତି ଚାଲିଛି । ରାଜ୍ୟ ସରକାରଙ୍କ ବିରୁଦ୍ଧରେ କହୁଥିବା ଭାରତୀୟ ଜନତା ପାର୍ଟି ନେତାମାନେ କ୍ଷମତାକୁ ଆସିଲେ ଖଣିଜ ପଦାର୍ଥ ଚୋରି ଅପରାଧରେ ରାଜ୍ୟ ସରକାରଙ୍କୁ ଜେଲରେ ଭର୍ତ୍ତି କରିବେ ବୋଲି କହିଥିଲେ । ରାଜ୍ୟ ବିଜେପି ସିବିଆଇ ତଦନ୍ତ ଦାବି କରୁଥିଲା ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ।

କେନ୍ଦ୍ରରେ ୭ବର୍ଷ ତଳେ ସରକାରକୁ ଆସିବା ପରେ ଏ ରାଜ୍ୟର ଖଣିଜ ସମ୍ପଦ ଅଧିକରୁ ଅଧିକ ଲୁଟିବା ଲକ୍ଷ୍ୟ ନେଇ ୨୦୧୫ ରେ ଖଣି ଆଇନର ପରିବର୍ତ୍ତନ କଲେ । ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଖଣି ଉତ୍ତୋଳନକାରୀ ମାନଙ୍କୁ ଖଣିଜ ସମ୍ପଦ ଲୁଟ କରିବାର ସୁଯୋଗ ସୃଷ୍ଟି କରାଗଲା । ପ୍ରାକୃତିକ ସମ୍ପଦରେ ଓଡ଼ିଶା ସମସ୍ତ ରାଜ୍ୟମାନଙ୍କ ଭିତରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଆସିଛି । ସେଥିପାଇଁ ଦେଶ ଓ ବିଦେଶ ବେପାରୀମାନଙ୍କର କ୍ରୁର ଦୃଷ୍ଟି ଓଡ଼ିଶା ଉପରେ ପଡିଛି । ଏହି ସମସ୍ତ ସମ୍ପଦ ପୁନଃ ସୃଷ୍ଟି ହୁଏ ନାହିଁ । ତଥାପି କେନ୍ଦ୍ର ଓ ରାଜ୍ୟ ସରକାର କୋଇଲା ଲୁହାପଥର ପରି ମୂଲ୍ୟବାନ ସମ୍ପଦ ଲୁଟିବାର ପ୍ରତିଯୋଗୀତାରେ ସାହାଯ୍ୟ କରି ଆସୁଛନ୍ତି ବୋଲି ପଞ୍ଚାନନ କହିଛନ୍ତି ।

ବ୍ୟବସ୍ଥା ମୁତାବକ ପ୍ରତି ତିନିବର୍ଷରେ ଖଣିଜ ପଦାର୍ଥର ରୟାଲଟି ବୃଦ୍ଧି ବ୍ୟବସ୍ଥା ରହିଛି । ଏହା ରାଜ୍ୟର ହକ୍ । ଉପା ସରକାର ୨୦୧୨ରେ ଖଣିଜ ସମ୍ପଦ ମୂଲ୍ୟଭିତ୍ତିରେ ୧୪ ପ୍ରତିଶତ ହାରରେ ରୟାଲଟି ଦେବା କଥା ନିଷ୍ପତ୍ତି ନେଲେ । ରାଜ୍ୟ ସରକାର ଏହାର ବିରୋଧ କରି ଅଧିକ ୪/୫ ପ୍ରତିଶତ ବୃଦ୍ଧିପାଇଁ ଦାବି ରଖିବାରୁ ମନ୍ତ୍ରୀମଣ୍ଡଳୀୟ କମିଟିରେ ବିଚାର ନିମନ୍ତେ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସରକାର ଉଦ୍ୟମ ଜାରି କଲେ । ଏହି ସମୟ ୨୦୧୪ରେ ସରକାର ବଦଳି ମୋଦିଙ୍କ ପ୍ରଧାନମନ୍ତ୍ରୀ ନେତୃତ୍ବରେ ଭାଜପା ସରକାର ଦାୟିତ୍ବ ନେଲା । କେନ୍ଦ୍ରୀୟ ଅବହେଳାର ନାରା ବାରମ୍ବାର ଦେଇ ଆସୁଥିବା ବିଜେଡ଼ି ସରକାର ହଠାତ ନରମି ଗଲେ କାହିଁକି ବୋଲି ପଞ୍ଚାନନ ପ୍ରଶ୍ନ କରିଛନ୍ତି ।

ଗତବର୍ଷ ମାନଙ୍କରେ ରୟାଲଟି ବୃଦ୍ଧି ହେଲା ନାହିଁ କାହିଁକି ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା । ୨୦୨୦ ରେ ରାଜ୍ୟ ସଭାରେ କେନ୍ଦ୍ରମନ୍ତ୍ରୀ ଉତ୍ତର ରଖି ରୟାଲଟି ଆଉ ବୃଦ୍ଧି କରି ହେବ ନାହିଁ ବୋଲି ରୋକଠୋକ ମନାକରିଦେଲେ । ଫଳରେ ଗତ ୭ ବର୍ଷରେ ରାଜ୍ୟ ରୟାଲଟି ବାବଦରେ ପ୍ରାୟ ୧୨ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ବ ହରାଇଛି । ଏତଦ୍‌ବ୍ୟତୀତ ଜିଲ୍ଲା ଖଣି ପାଣ୍ଠି (ଡ୍ରିଷ୍ଟିଟ ମିନେରାଲ ଫଣ୍ଡ) ମିଳୁଥିବା ରୟାଲଟିର ୩୦% କୁ ୨୦୧୫ରେ କୋହଳ କରାଗଲା । ନୂଆ ଖଣି ଉତ୍ତୋଳନକାରୀଙ୍କୁ ୧୦ ପ୍ରତିଶତ ଦେବାପାଇଁ କୁହାଗଲା ।

କାହା ସ୍ବାର୍ଥରେ ଏ ଘଟଣା ଘଟିଛି ଉଭୟ ସରକାର ଉତ୍ତର ରଖିବା ଉଚିତ । ୨୦୧୨ରେ ଉପା ସରକାର ସମୟରେ କୋଇଲା ଟନ ପିଛା ୫୦ଟଙ୍କା ହାରରେ ସେସ ଆଦାୟ ହେଉଥିଲା । ଏନଡିଏ ସରକାର ସମୟରେ ବୃଦ୍ଧି ପାଇଁ ଏହା ୪୦୦ ଟଙ୍କାରେ ପହଁଞ୍ଚିଛି । ଏଥିରୁ ଆଦାୟ ହେଉଥିବା ହଜାର ହଜାର କୋଟି ଟଙ୍କା ରାଜ୍ୟରୁ ଲୁଟ ହୋଇ କେନ୍ଦ୍ରକୁ ଗଲା । ରାଜ୍ୟ ସରକାର ଏଥିରୁ କେତେ ପାଏ ସେ ସମ୍ପର୍କରେ କେନ୍ଦ୍ର ଓ ରାଜ୍ୟ ସରକାର ସ୍ପଷ୍ଟ ଉତର ରଖିବାକୁ ପଞ୍ଚାନନ ଦାବୀ କରିଛନ୍ତି । ରାଜ୍ୟ ଗତ ୭ ବର୍ଷରେ ୧୨ ହଜାରୁ ୧୩ ହଜାର କୋଟି ଟଙ୍କା ହରାଇଛି । କୋଇଲା, ଲୁହାପଥର ଆଦି ଖଣିଜ ପଦାର୍ଥ ବିକ୍ରୀରେ ସ୍ବଚ୍ଛତା ଦାବି କରୁଥିବା ଉଭୟ ସରକାର ସାହା କମିଶନ ପ୍ରସ୍ତାବ ମୁତାବକ ସିବିଆଇ ଦ୍ବାରା ତଦନ୍ତ କରାଇଲେ ନାହିଁ କାହିଁକି ।

ବେପାରୀମାନଙ୍କ ଉପରେ ଯେଉଁ କିଛି ଜୋରିମାନା ଆଦାୟ ହେବାର ଥିଲା ତାହା ସମସ୍ତ ଆଦାୟ ହେଲା ନାହିଁ କାହିଁକି । ଆଦିତ୍ୟ ବିର୍ଲା ଗ୍ରୁପର ହିଣ୍ଡାଲକୋ ଖଣି ଦୁର୍ନୀତି ସମ୍ପର୍କରେ ସିବିଆଇ କରିଥିବା ତଦନ୍ତ କେଉଁ ସ୍ତରରେ ଅଛି । ଏଏସଲ ମାଇନ୍ସି, ସାରଦା ମାଇନ୍ସି, ତଳସରା ଖଣି କାରବାରର ତଦନ୍ତ କେଉଁ ସ୍ତରରେ ଅଛି ଏ ସବୁର ସ୍ପଷ୍ଟୀକରଣ ମାଗିଛନ୍ତି ପଞ୍ଚାନନ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.