ETV Bharat / city

ଶିକ୍ଷକଙ୍କ ଦୁଃଖର କାହାଣୀ "ନିର୍ଜୀବ ଘୋଡା"

ପୁରୀ ଆର୍ଟିଷ୍ଟ ଆସୋସିଏସନ ପକ୍ଷରୁ ରବିନ୍ଦ୍ରମଣ୍ଡପରେ ଆୟୋଜିତ ହୋଇଯାଇଛି ପଞ୍ଚମବେଦ ନାଟକ ଉତ୍ସବ। ନାଟକର ତୃତୀୟ ସନ୍ଧ୍ୟାରେ ମଞ୍ଚସ୍ତ ହୋଇଥିଲା "ନିର୍ଜୀବ ଘୋଡା"।

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ୱର
author img

By

Published : Mar 16, 2019, 3:12 PM IST

ଭୁବନେଶ୍ବର: ପୁରୀ ଆର୍ଟିଷ୍ଟ ଆସୋସିଏସନ ପକ୍ଷରୁ ରବିନ୍ଦ୍ରମଣ୍ଡପରେ ଆୟୋଜିତ ହୋଇଯାଇଛି ପଞ୍ଚମବେଦ ନାଟକ ଉତ୍ସବ । ନାଟକର ତୃତୀୟ ସନ୍ଧ୍ୟାରେ ମଞ୍ଚସ୍ତ ହୋଇଥିଲା "ନିର୍ଜୀବ ଘୋଡା" । ଯାହାକୁ ପ୍ରଦୀପ କୁମାର ପ୍ରଧାନ ରଚନା କରିଥିବାବେଳେ
ନିର୍ଦେଶନା ଦେଇଥିଲେ ରାମକୃଷ୍ଣ ମହାପାତ୍ର ।

ତେବେ ଜଣେ ଜଣେ ଆଦର୍ଶ ଶିକ୍ଷକ କିପରି ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ କରିବାକୁ ସର୍ବଦା ଚେଷ୍ଟା ଜାରି ରଖିଥାଏ। ଏହାସହ ଯେତେ ଦୁଃଖ କଷ୍ଟ ଆସିଲେ ସୁଦ୍ଧା ସେ ଅନ୍ୟ ଆଗରେ ତାହା ପ୍ରକାଶ କରିବାକୁ କୁଣ୍ଠାବୋଧ ପ୍ରକାଶ
କରେ ।

ନୀତି ଆଦର୍ଶ ମାନି ଚାଲୁଥିବା ଶିକ୍ଷକଙ୍କୁ ଅନେକ ସମୟରେ କିପରି ନିର୍ଜୀବ ଘୋଡା ଭଳି ଗଧ ଖଟିବାକୁ ପଡେ ତାହା ଆଜିର ନାଟକ "ନିର୍ଜୀବ ଘୋଡା"ରେ ବେଶ ପ୍ରାଞ୍ଜଳ ଭାବେ କଳାକାରମାନେ ଉପସ୍ଥାପନ କରିଥିଲେ । ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ସୁଧୀର ମିଶ୍ର ଶିକ୍ଷାଦାନ ସହିତ କିପରି ସରକାରଙ୍କ ଅଣଶୈକ୍ଷିକ କାର୍ଯ୍ୟରେ ପେଷି ହୋଇଯାଇଛନ୍ତି ।

ବିଏଲଓ,ବିପିଏଲ,ମଧ୍ୟାନ ଭୋଜନ,ରିଲିଫ ,ଜନଗଣନା,ପାଇଖାନା ସଫା ଇତ୍ୟାଦି କାମ ତା ଉପରକୁ ରାଜନୈତିକ ଲୋକଙ୍କ କଥାରେ ହଁ ରେ ହଁ ମାରିବାକୁ ତାଗିଦ । ପରିଣାମ ସ୍ବରୂପ ଘରେ ପିଲା ଛୁଆଙ୍କ ଉପରେ ନିଜର ରାଗ ସାରନ୍ତି ସିନା ହେଲେ ସରକାରଙ୍କ ନିକଟରେ କିଛି କହି ନ ପାରି ନିର୍ଜୀବ ଘୋଡା ପାଲଟି ଯାଆନ୍ତି ତାହା ଥିଲା ନାଟକର ବିଷୟବସ୍ତୁ ।

ଭୁବେନଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:Body:

ହାଇଦ୍ରାବାଦ: ପ୍ରଖ୍ୟାତ ଫିଲ୍ମନିର୍ମାତା ଏସଏସ ରାଜାମୌଲୀଙ୍କ ଅପକମିଂ ଫିଲ୍ମ 'RRR', ଯାହାକ ଗତବର୍ଷ ନଭେମ୍ବର ମାସରୁ ମହୁରତ ହୋଇ ସୁଟିଂ ଆରମ୍ଭ ହୋଇଯାଇଥିଲେ ମଧ୍ୟ ନିର୍ମାତା ଏପର୍ଯ୍ୟନ୍ତ ଫିଲ୍ମ ପାଇଁ ପାଉନାହାଁନ୍ତି ଉପଯୁକ୍ତ ଅଭିନେତ୍ରୀ । କିଛିଦିନ ପୂର୍ବରୁ ଫିଲ୍ମରେ ଆଲିୟା ଏଣ୍ଟ୍ରି ମାରିବେ ବୋଲି ନିର୍ମାତା ଆଶା କରିଥିବାବେଳେ ଏବେ କିନ୍ତୁ ଆଲିୟା ବି ଓହରିଛନ୍ତି ଏହି ବିଗ ବଜେଟ ଫିଲ୍ମରୁ...

ତେଲୁଗୁ ସୁପରଷ୍ଟାର ରାମ ଚରଣ ଓ ଜୁନିୟର ଏନଟିଆର ପ୍ରଥମଥର ପାଇଁ ପରଦାରେ ଏକାଠି ଆସିବାକୁ ଯାଉଥିବାବେଳେ ଏହି 300କୋଟି ବଜେଟର ଫିଲ୍ମରେ ମୁଖ୍ୟ ଅଭିନେତ୍ରୀଙ୍କୁ ଦେଖିବାକୁ ସମସ୍ତେ ଉତ୍ସାହିତ । 

ତେବେ ଏହି ଫିଲ୍ମ ପାଇଁ ରାଜାମୌଲୀ, ଅଭିନେତ୍ରୀ ଆଲିୟା ଭଟ୍ଟଙ୍କୁ ଆପ୍ରୋଚ କରିଥିବା କଥା ଶୁଣିବାକୁ ମିଳିଥିଲା । କିନ୍ତୁ ଆଲିୟା ଏବେ ବଲିଉଡର ଅନେକ ଫିଲ୍ମର ଚୁକ୍ତି କରିଥିବାରୁ ଏହି ବିଗ ବଜେଟକୁ କରିଛନ୍ତି ନାଁ । ଆଲିୟା ଏବେ କଲଙ୍କ, ବ୍ରହ୍ମାସ୍ତ୍ର, ତଖ୍ତ, ସଡକ-2ଆଦି ଫିଲ୍ମରେ ବ୍ୟସ୍ତ । ଏହାଛଡା ଆଲିୟା ଖୁବଶିଘ୍ର ପ୍ରଯୋଜନା ଦୁନିଆରେ ମଧ୍ୟ ପାଦ ରଖିବେ ।

ପ୍ରକାଶ ଥାଉକି, ଫିଲ୍ମ 'RRR'ରେ ଜୁନିୟର ଏନଟିଆର ଓ ରାମଚରଣ ଦୁଇ ଭାଇ ଭୂମିକାରେ ଆସୁଛନ୍ତି । ଉଭୟ ଫିଲ୍ମର କାହାଣୀ ନଶୁଣି ଏହି ଚୁକ୍ତି ସାଇନ କରିନେଇଥିଲେ କେବଳ ଉଭୟ ଏକାଠି ଫିଲ୍ମ କରିବାକୁ । 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.