ଭୁୂବନେଶ୍ବର: ଶ୍ରୀମନ୍ଦିର ଆର୍ଥିକ ଅନଗ୍ରସର ସେବକଙ୍କୁ ମିଳିବ ଘର। ଯେଉଁମାନଙ୍କ ବାର୍ଷିକ ଆୟ ୧ ଲକ୍ଷ ୮୦ ହଜାରରୁ କମ, ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିବ ଘର।

କେନ୍ଦ୍ର ସରକାରଙ୍କ ୧ଲକ୍ଷ ୫୦ ହଜାର ଓ ରାଜ୍ୟର ୫୦ ହଜାର ସହାୟତା ପ୍ରଦାନ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ୨୦୦ ସେବାୟତଙ୍କ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ନେଇ ସରକାରଙ୍କ ପକ୍ଷରୁ ଦିଆଯାଇଛି ସୂଚନା ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ