ETV Bharat / city

ପବିତ୍ର ଇଦ-ଉଲ-ଜୁହା, ବାଲୁକାକଳାରେ ସୁଖ ସମୃଦ୍ଧି କାମନା କଲେ ସୁଦର୍ଶନ

କୋରୋନା କଟକଣା ମଧ୍ୟରେ ମଧ୍ୟ ପାଳନ ହେଉଛି ପବିତ୍ର ଇଦ-ଉଲ-ଜୁହା ବା ବକ୍ରି ଇଦ । ଏହି ଅବସରରେ ବାଲୁକାକଳାରେ ମୁସଲମାନ ଭାଇଭଉଣୀଙ୍କ ସୁଖ କାମନା କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଅଧିକ ପଢନ୍ତୁ...

author img

By

Published : Aug 1, 2020, 9:48 AM IST

ବାଲୁକାରେ ସୁଖ ସମୃଦ୍ଧି କାମନା କଲେ ସୁଦର୍ଶନ
ବାଲୁକାରେ ସୁଖ ସମୃଦ୍ଧି କାମନା କଲେ ସୁଦର୍ଶନ

ଭୁବନେଶ୍ବର: ଆଜି ସମଗ୍ର ବିଶ୍ବରେ ପାଳିତ ହେଉଛି ଇଦ-ଉଲ-ଜୁହା । ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନେ ଆନନ୍ଦ ଉଲ୍ଲାସରେ ଭାଇଚାରାର ଏହି ପର୍ବକୁ ପାଳନ କରୁଛନ୍ତି। ଏହି ଅବସରରେ ବାଲୁକା କଳାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

ପୁରୀ ବେଳାଭୂମିରେ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି ସୁଦର୍ଶନ । ଏହାର ଏକ ଭିଡିଓ ସେ ନିଜର ଟ୍ବିଟର ହ୍ୟାଣ୍ଡେଲରେ ମଧ୍ୟ ସେୟାର କରିଛନ୍ତି । ସମସ୍ତ ମୁସଲମାନ ଭାଇଭଉଣୀଙ୍କ ଏହି ପବିତ୍ର ଦିନରେ ସୁଖ, ଶାନ୍ତି ଓ ସମୃଦ୍ଧିର କାମନା କରିଛନ୍ତି ।

ସୂଚନାଯୋଗ୍ୟ, ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭାଇଚାରା ବଜାୟୀ ରଖିବାକୁ ପ୍ରାର୍ଥନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ମଧ୍ୟ ଦେଶବାସୀଙ୍କୁ ଶୁଭକାମନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.