ETV Bharat / city

Online Education In Odisha: 71% ଛାତ୍ରଛାତ୍ରୀଙ୍କ ପାଖରେ ନାହିଁ Smart Phone - Minister Samir Das Statement in assembly

ମହାମାରୀ କରୋନା ସଂକଟ ବେଳେ କେତେ ଛାତ୍ରଛାତ୍ରୀ ୟୁଟ୍ୟୁବରେ ପାଠ ପଢିଛନ୍ତି ? କେତେ ଛାତ୍ରଛାତ୍ରୀଙ୍କୁ ଅନଲାଇନ ଯୋଗେ ଶିକ୍ଷାଦାନ ଦିଆଯାଇଛି । କେତେ ଛାତ୍ରଛାତ୍ରୀଙ୍କ ପାଖେ ସ୍ମାର୍ଟ ଫୋନ ରହିଛି । ଆଜି ବିଧାନସଭାରେ ଏହି ପ୍ରଶ୍ନ କରିଛନ୍ତି ସୁନ୍ଦରଗଡ ବିଧାୟକ କୁସୁମ ଟେଟେ । ଅଧିକ ପଢନ୍ତୁ

Online Education In Odisha
Online Education In Odisha
author img

By

Published : Dec 8, 2021, 4:05 PM IST

ଭୁବନେଶ୍ବର: ମହାମାରୀ କରୋନା ସଂକଟ ବେଳେ କେତେ ଛାତ୍ରଛାତ୍ରୀ ୟୁଟ୍ୟୁବରେ ପାଠ ପଢିଛନ୍ତି ? କେତେ ଛାତ୍ରଛାତ୍ରୀଙ୍କୁ ଅନଲାଇନ ଯୋଗେ ଶିକ୍ଷାଦାନ ଦିଆଯାଇଛି । କେତେ ଛାତ୍ରଛାତ୍ରୀଙ୍କ ପାଖେ ସ୍ମାର୍ଟ ଫୋନ ରହିଛି । ଆଜି ବିଧାନସଭାରେ ଏହି ପ୍ରଶ୍ନ କରିଛନ୍ତି ସୁନ୍ଦରଗଡ ବିଧାୟକ କୁସୁମ ଟେଟେ ।

ଜବାବରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି, ରାଜ୍ୟର ୨୮.୮୭ ପ୍ରତିଶତ ପିଲାଙ୍କ ପାଖରେ ସ୍ମାର୍ଟ ଫୋନ ଅଛି । ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କ ପାଖରେ ସ୍ମାର୍ଟ ଫୋନ ଉପଲବ୍ଧତା କୁ ନେଇ ୨୦୨୦ ସେପ୍ଟେମ୍ବର ମାସରେ ହୋଇଥିବା ସର୍ଭେରୁ ଏହା ଜଣାପଡିଛି । ଖୋର୍ଦ୍ଧାରେ ସର୍ବାଧିକ ୪୫.୮୦ ପ୍ରତିଶତ ପିଲାଙ୍କ ପାଖରେ ସ୍ମାର୍ଟ ଫୋନ ରହିଛି। ସେହିପରି କନ୍ଧମାଳ ଜିଲ୍ଲାରେ ସର୍ବନିମ୍ନ ୧୩.୩୮ ପ୍ରତିଶତ ପିଲାଙ୍କ ପାଖରେ ସ୍ମାର୍ଟଫୋନ ଥିବା କହିଛନ୍ତି ମନ୍ତ୍ରୀ ।

ଅନ୍ୟପଟେ ପ୍ରାୟ ୭୧ ପ୍ରତିଶତ ପିଲାଙ୍କ ପାଖରେ ଏବେବି ସ୍ମାର୍ଟ ଫୋନ ନଥିବା ମନ୍ତ୍ରୀ ବିଧାନସଭାରେ ଉତ୍ତର ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.