ETV Bharat / city

ବିଧାୟକଙ୍କ ପାଇଁ ଗଡୁଛି ମହାଦ୍ରୁମ ! ଟାର୍ଗେଟ ହଜାରେ, ମାଟିରେ ମିଶିଲେଣି 400ରୁ ଊର୍ଦ୍ଧ୍ବ ଗଛ - ଗଛ କଟା ଖବର ଭୁବନେଶ୍ବର

ବିଧାୟକମାନଙ୍କ ପାଇଁ ନିର୍ମାଣ ହେବାକୁ ଥିବା ବହୁତଳ ସରକାରୀ କ୍ୱାଟର୍ସ ପାଇଁ ବୃକ୍ଷଶୂନ୍ୟ ହେଉଛି ରାଜଧାନୀ ଭୁବନେଶ୍ବର ! କଟା ସରିଲାଣି ଶହ ଶହ ବର୍ଷର 400 ପୁରୁଣା ଗଛ । ଅଧିକ ପଢନ୍ତୁ

ବିଧାୟକଙ୍କ ପାଇଁ ଗଡୁଛି ମହାଦ୍ରୁମ ! ଟାର୍ଗେଟ ହଜାରେ, ମାଟିରେ ମିଶିଲେଣି 400 ରୁ ଊର୍ଦ୍ଧ୍ବ ଗଛ

author img

By

Published : May 29, 2022, 7:19 AM IST

ଭୁବନେଶ୍ବର: ନିର୍ମାଣ ହେବ ବିଧାୟକମାନଙ୍କ ପାଇଁ ବହୁତଳ ସରକାରୀ କ୍ୱାଟର୍ସ । ସେଥିପାଇଁ ଗଡୁଛି ଗୋଟିଏ ପରେ ଗୋଟିଏ ମହାଦ୍ରୁମ । ଗୋଟିଏ କି ଦୁଇଟି ନୁହେଁ, ଶହ ଶହ ମହାଦ୍ରୁମକୁ କାଟି ସଫା କରାସରିଲାଣି । ଟାର୍ଗେଟରେ ଅଛି ହଜାରେ ଗଛ ଗଡିବ । ସେଥିରୁ 4 ଶହରୁ ଊର୍ଦ୍ଧ୍ବ ଗଛ କଟା ଯାଇ ଥିବାବେଳେ ଆହୁରି ପ୍ରାୟ 6 ଶହ ଗଛ କଟିବ ।

ବିଧାୟକଙ୍କ ପାଇଁ ଗଡୁଛି ମହାଦ୍ରୁମ ! ଟାର୍ଗେଟ ହଜାରେ, ମାଟିରେ ମିଶିଲେଣି 400 ରୁ ଊର୍ଦ୍ଧ୍ବ ଗଛ

ବିଧାୟକଙ୍କ କ୍ୱାଟର୍ସ ନିର୍ମାଣ ପାଇଁ ବହୁ ପୁରାତନ ପୁରୁଣା ଏହି ଦ୍ରୁମ କାଟି ଚାଲିଛି ଜଙ୍ଗଲ ବିଭାଗ । ବିଧାନସଭା ପାଖରେ ନିର୍ମାଣ ହେବ MLA କ୍ୱାଟର୍ସ । ବହୁତଳ ଆପାର୍ଟମେଣ୍ଟରେ ରହିବେ ବିଧାୟକଗଣ । ଯେଉଁ ଗଛ ବଢ଼ି ମହାଦ୍ରୁମ ହେବାକୁ ଦୀର୍ଘ ବର୍ଷ ଲାଗିଥିଲା ତାକୁ ବଳି ଦେଇ ବିଧାୟକଙ୍କ ସୌଧ ଗଢ଼ାଯିବ । ଓଏମସି ସମ୍ମୁଖରେ ଥିବା MLA କଲୋନୀ ପାର୍କରେ ଏବେ ମାରାଥନ୍‌ ଗଛ କଟା ଚାଲିଛି । ଗଛ କାଟି ସଫା କରିବାକୁ ଖୋଦ୍‌ ଜଙ୍ଗଲ ବିଭାଗ କର୍ମଚାରୀମାନେ ରାତିଅଧିଆ ଲାଗି ପଡ଼ିଛନ୍ତି । ଇଲେକ୍ଟ୍ରିକ ଚେନ୍‌ ସ’ ମେସିନ୍‌ କାମ କରୁନି ବୋଲି ଜେସିବିରେ ତାଡ଼ି ପକାଉଛନ୍ତି ।

ସେପଟେ ସାମାନ୍ୟ ତାତିରେ ରାଜଧାନୀ ଜଳୁଛି । ପରିବେଶ ସନ୍ତୁଳନ ବିଗଡ଼ିଗଲାଣି । ପରିଣାମ ମଧ୍ୟ ଭୟଙ୍କର ଆଡକୁ ଗତି କରୁଛି । ହେଲେ ଯେଉଁମାନେ ଆଇନ ପ୍ରଣେତା ସେମାନଙ୍କ ନାଁରେ ଗଛକଟା ମିଶନ୍‌ ଚାଲିଛି । ୟୁନିଟ୍‌-4ରେ ଥିବା ଏହି 5ଟି ପାର୍କରେ ବହୁ ମୂଲ୍ୟବାନ ବର, ଅଶ୍ୱତ୍‌ଥ, ବଉଳ, ଆମ୍ବ, ଲିମ୍ବ, ପଣସ, ବେଲ, କରଞ୍ଜ, କଦମ୍ବ, ଦେବଦାରୁ, ରାଧାଚୁଡ଼ା, ଚମ୍ପା, ବରକୋଳି, ଅଶୋକା ଭଳି ବହୁ ଗଛ କାଟି ସଫା କରାଯାଉଛି । ପୁରାତନ ବିଧାୟକ କଲୋନୀରେ ପ୍ରାୟ 2 ହଜାରରୁ ଅଧିକ ଗଛ ରହିଥିଲା । ଫନି ବାତ୍ୟାରେ ପ୍ରାୟ ହଜାରେ ଗଛ ଉପୁଡ଼ିି ପଡିଥିଲା । ବାକି ହଜାରେ ଗଛ କାଟିବାକୁ ସରକାରୀ ନିର୍ଦ୍ଦେଶ ରହିଛି ।

ଏହି ହଜାରେ ଗଛର କ୍ଷତିପୂରଣ ବାବଦ ଅର୍ଥ 65 ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଛି । ପ୍ରକଳ୍ପ ନିର୍ମାଣ ଦାୟିତ୍ୱ ନେଇଛି ଓଡ଼ିଶା ବ୍ରିଜ୍‌ ଆଣ୍ଡ କନଷ୍ଟ୍ରକସନ୍‌ କର୍ପୋରେସନ ଲିମିଟେଡ୍‌(ଓବିସିସି) । ଗଛ କଟା କ୍ଷତିପୂରଣ ବାବଦରେ ଜଙ୍ଗଲ ବିଭାଗ ପାଖରେ ଓବିସିସି ମାତ୍ର 68 ଲକ୍ଷ ଟଙ୍କା ଜମା କରିଛି । ଏମଏଲଏ କ୍ୱାର୍ଟର୍ସ ପ୍ରକଳ୍ପ ପାଇଁ ଜଙ୍ଗଲ ବିଭାଗକୁ ଗତ ଜାନୁୟାରୀ ମାସରେ ଓବିସିସି ଗଛ କାଟିବାକୁ ଅନୁମତି ମାଗିଥିଲା । ଏଠାରେ 870 ଟି ବଡ଼ ଗଛ ରହିଛି । ବାକି ପାର୍କ ଭିତରେ ସୌନ୍ଦର୍ଯ୍ୟକରଣ ପାଇଁ ଅନ୍ୟ ଅର୍ଣ୍ଣାମେଣ୍ଟାଲ ଟ୍ରି ଅଛି । 870 ଗଛ କାଟିବାକୁ ଏପ୍ରିଲ ମାସରେ ଜଙ୍ଗଲ ବିଭାଗ ଅନୁମତି ଦେଇଛି ।

ରାଜସ୍ୱ ବିଭାଗ, ଜଙ୍ଗଲ ବିଭାଗ ଏବଂ ଓବିସିସିର ମିଳିତ ଟିମ୍‌ ଅନୁଧ୍ୟାନ କରିବା ପରେ ଗଛ କାଟିବାକୁ ଅନୁମତି ଦିଆଯାଇଛି । ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫ୍‌ଡିସି) ସେଠାରେ ଗଛ କାଟୁଛି । ଯେତିକି ଗଛ କଟାଯାଇଛି ତା'ର ଦଶଗୁଣା ଗଛ ଲଗାଇବାକୁ ସର୍ତ୍ତ ରହିଛି । ଗୋଟିଏ ଗଛ ଲଗାଇବା ପାଇଁ 767 ଟଙ୍କା ଖର୍ଚ୍ଚ ହେଉଛି । 870 ଗଛ କଟାଯିବାର ଥିବାରୁ ଏହାର ଦଶଗୁଣା ଅଧିକ ଗଛ ଲଗାଯିବ । ଖୁବ୍‌ଶୀଘ୍ର ଜାଗା ଚିହ୍ନଟ ପରେ ଗଛ ଲଗାଯିବ ବୋଲି ଜଙ୍ଗଲ ବିଭାଗ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.