ETV Bharat / city

ଗୃହ ନିର୍ମାଣ ଯୋଜନାରେ ୬ ବର୍ଷରେ ନିର୍ମିତ ହୋଇଛି ପ୍ରାୟ ୩୧ ଲକ୍ଷ ଘର

author img

By

Published : Dec 19, 2021, 8:23 AM IST

ରାଜ୍ୟରେ ବିଭିନ୍ନ ଗୃହ ନିର୍ମାଣ ଯୋଜନା ଅଧିନରେ ଗତ 6 ବର୍ଷରେ ନିର୍ମାଣ ହୋଇଛି 31.08 ଲକ୍ଷ ଗୃହ । ଗ୍ରାମାଞ୍ଚଳରେ ଗୃହ ନିର୍ମାଣ ଯୋଜନା ସମ୍ପର୍କିତ ବୈଠକରୁ ସୂଚନା । ଅଧିକ ପଢନ୍ତୁ

ଗୃହ ନିର୍ମାଣ ଯୋଜନାରେ 6 ବର୍ଷରେ ନିର୍ମିତ ହୋଇଛି ପ୍ରାୟ 31 ଲକ୍ଷ ଗୃହ

ଭୁବନେଶ୍ବର: ରାଜ୍ୟରେ ଗତ 6 ବର୍ଷରେ ନିର୍ମାଣ ହୋଇଛି 31.08 ଲକ୍ଷ ଗୃହ । ବିଭିନ୍ନ ଗ୍ରାମାଞ୍ଚଳରେ ବିଭିନ୍ନ ଗୃହ ନିର୍ମାଣ ଯୋଜନା ଅଧିନରେ ଏହି ଗୃହ ନିର୍ମାଣ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଗ୍ରାମାଞ୍ଚଳରେ ଗୃହ ନିର୍ମାଣ ଯୋଜନା ସମ୍ପର୍କିତ ବୈଠକରୁ ଏହି ସୂଚନା ମିଳିଛି । ଲୋକସେବା ଭବନରୁ ଭିସି ଜରିଆରେ ମୁଖ୍ୟ ଶାସନ ସଚିବ ବିଜୁ ପକ୍କା ଘର ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନା ଏବଂ ମତ୍ସ୍ୟଜୀବୀ ବାସଗୃହ ଯୋଜନାର ବିସ୍ତୃତ ସମୀକ୍ଷା କରିଛନ୍ତି ।

ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ବୈଠକରେ ବିଭିନ୍ନ ଯୋଜନାରେ ଘର ବାବଦରେ ତଥ୍ୟ ଉପସ୍ଥାପନ କରିଛନ୍ତି । ରାଜ୍ୟରେ ବିଭିନ୍ନ ଯୋଜନା ଅଧିନରେ ମୋଟ 31 ଲକ୍ଷ 8 ହଜାର 471 ଗୃହ ନିର୍ମାଣ କରି ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି ଏବଂ ବିଭିନ୍ନ ଯୋଜନାରେ 1 ଲକ୍ଷ 75 ହଜାର 960 ନିର୍ମାଣାଧୀନ ରହିଛି । ଏହା ସହିତ ପିଭିଟିଜିଏସ୍(PVTGs) ବର୍ଗର 8 ହଜାର 575 ପରିବାରଙ୍କୁ ବାସଗୃହ ପ୍ରଦାନ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଏହି ଗୃହଗୁଡ଼ିକର ନିର୍ମାଣରେ କୌଣସି ପ୍ରକାର ଅସୁବିଧା ଥିଲେ ତାହାକୁ ଯଥାଶୀଘ୍ର ଦୂର କରିବା ସହ ନିର୍ମାଣ କାର୍ଯ୍ୟ ସାରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ଗ୍ରାମୀଣ ଆବାସ ଯୋଜନାରେ 39 ହଜାର 198 ଜଣ ହିତାଧିକାରୀ ଭୂମିହୀନ ରହିଛନ୍ତି । ସେମାନଙ୍କ ମଧ୍ୟରୁ 2 ହଜାର 326 ପରିବାରଙ୍କୁ ଭୂମି ବଣ୍ଟନ କରାଯାଇଛି । ଅନ୍ୟ କିଛି ଜଣଙ୍କ ମାମଲା ବିଚରାଧିନ ରହିଛି । କାରଣ ସେମାନେ ବିବାଦୀୟ ଜମିରେ ବସବାସ କରୁଛନ୍ତି । କାର୍ଯ୍ୟରେ ତ୍ବରାନ୍ବିତ କରିବା ସହ ଉପଲବ୍ଧ ସରକାରୀ ଜମି ଆବଣ୍ଟନ କରିବାକୁ ରାଜସ୍ବ ଅଧିକାରୀଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ବିଭିନ୍ନ ଯୋଜନାରେ ବ୍ୟବସ୍ଥାଗୁଡ଼ିକୁ ସରଳୀକରଣ କରି ଭୂମିହୀନ ପରିବାରକୁ ବାସପୋଯୋଗୀ ଜମି ଆବଣ୍ଟନ ପାଇଁ ଉପଯୁକ୍ତ ନିର୍ଦ୍ଦେଶନାମା ପ୍ରଦାନ କରିବାକୁ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ସଚିବ ବିଷ୍ଣୁପଦ ସେଠୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଖଣି ଅଞ୍ଚଳରେ ବସବାସ କରୁଥିବା ଖଣି ଶ୍ରମିକଙ୍କ ଗୃହ ଆବଶ୍ୟକତା ଉପରେ ସର୍ଭେ କରିବାକୁ ପଞ୍ଚାୟତିରାଜ ବିଭାଗକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଇସ୍ପାତ ଏବଂ ମାଇନ୍ସ ବିଭାଗ ଓ ପଞ୍ଚାୟତିରାଜ ବିଭାଗ ମିଳିତ ଭାବେ ପକ୍କା ଘର ନିର୍ମାଣ ଲାଗି ଖସଡ଼ା ପ୍ରସ୍ତୁତ କରିବାକୁ କୁହାଯାଇଛି ଜଳସେଚନ, ଭିତ୍ତିଭୂମି ପ୍ରକଳ୍ପ ଏବଂ ରିଜର୍ଭ ଜଙ୍ଗଲରୁ ବିସ୍ଥାପିତ ହୋଇଥିବା ପରିବାର ବାବଦରେ ବୈଠକରେ ଆଲୋଚନା ହୋଇଛି ।

ପ୍ରାଥମିକତା ଭିତ୍ତିରେ ଗ୍ରାମୀଣ ଗୃହରେ ଏହିପରି ପରିବାରକୁ ଅନ୍ତର୍ଭୁକ୍ତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । 12.25 ଲକ୍ଷ ପରିବାର PAMY ଅଧୀନରେ ଘର ପାଇବା ଲାଗି ବଞ୍ଚିତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ମାସ ପାଇଁ PMAY ପୋର୍ଟାଲ ଖୋଲିବାକୁ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏକ ମାସ ପାଇଁ ପୋର୍ଟାଲ୍ ଖୋଲିବା ମାତ୍ରେ ସମସ୍ତଙ୍କ ପାଇଁ ପକ୍କା ଘାର ବ୍ୟବସ୍ଥା କରିବାକୁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଇସ୍ପାତ ଏବଂ ମାଇନ୍ସ ବିଭାଗ ପ୍ରମୁଖ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂ, ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.