ETV Bharat / city

ପାନ୍ଥନିବାସରେ ବାହାହେଲେ ହନିମୁନ ଫ୍ରି - ପାନ୍ଥନିବାସର ୱେଡିଂ ପ୍ୟାକେଜ

ପାନ୍ଥନିବାସ ପକ୍ଷରୁ ବିବାହ ଋତୁକୁ ଆଖି ଆଗରେ ରଖି ଘୋଷଣା କରାଯାଇଛି ମନଲୋଭା ୱେଡିଙ୍ଗ ପ୍ୟାକେଜ । ଖାଲି ବିବାହ ନୁହେଁ ବରଂ ଦମ୍ପତିଙ୍କୁ ମାଗଣାରେ ହନିମୁନ ପ୍ୟାକେଜ ବି ବୁଲେଇବ ପାନ୍ଥନିବାସ । ଅଧିକ ପଢନ୍ତୁ...

ପାନ୍ଥନିବାସରେ ବାହାହେଲେ ହନିମୁନ ଫ୍ରି
ପାନ୍ଥନିବାସରେ ବାହାହେଲେ ହନିମୁନ ଫ୍ରି
author img

By

Published : Dec 19, 2019, 2:39 PM IST

ଭୁବନେଶ୍ବର: ପ୍ରଥମ ଥର ପାଇଁ ଓଟିଡିସି ଦ୍ବାରା ପରିଚାଳିତ ପାନ୍ଥନିବାସପକ୍ଷରୁ ବିବାହ ଋତୁକୁ ଆଖି ଆଗରେ ରଖି ୱେଡିିଂ ପ୍ୟାକେଜର ଘୋଷଣା କରାଯାଇଛି। ବିବାହର ସମସ୍ତ ପ୍ରକାର ବ୍ୟବସ୍ଥା ଯଥା ମେହେନ୍ଦୀ, ସଙ୍ଗୀତ ଠାରୁ ଆରମ୍ଭ କରି ଭିଡିଓଗ୍ରାଫି, ରିସେପସ୍ନ, ଡେକୋରେସନ, ବିୟୁଟିସିଆନ ଆଦିର ଦାୟିତ୍ବ ଓଟିଡିସି ତୁଲାଇବ।

ପାନ୍ଥନିବାସରେ ବାହାହେଲେ ହନିମୁନ ଫ୍ରି

ତେବେ ସବୁଠାରୁ ବଡ କଥା ହେଉଛି ଏଠାରେ ବିବାହ କରୁଥିବା ଦମ୍ପତିଙ୍କ ମାଗଣାରେ ହନିମୁନ ପ୍ୟାକେଜ ପ୍ରଦାନ କରାଯିବ । ଯେଉଁଥିରେ ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରବା ପାଇଁ 2 ଦିନ 3 ରାତିର ରହଣି ସହିତ ସମସ୍ତ ବୁଲାବୁଲି କରିବାର ସୁଯୋଗ ମିଳିବ।

ଗୁରୁବାର ଏନେଇ ଆୟୋଜିତ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ଓଟିଡିସିର ଅଧକ୍ଷ ଶ୍ରୀମୟୀ ମିଶ୍ର ପ୍ରକାଶ କରିଛନ୍ତି। ପ୍ରାଥମିକ ଭାବରେ 6ଟି ପାନ୍ଥନିବାସ ଯଥା ଗୋପାଳପୁର, ରମ୍ଭା, କୋଣାର୍କ, ପୁରୀ, ଚାନ୍ଦିପୁର ଓ ବରକୁଳଠାରେ ଏହି ୱେଡିଙ୍ଗ ପ୍ୟାକେଜ ଉପଲବ୍ଧ ହେବ। ବିବାହରେ ଅତିକମରେ 50 ଜଣ ଲୋକଙ୍କ ପାଇଁ ସର୍ବନିମ୍ନ 2ଲକ୍ଷ 17 ହଜାର 500 ଟଙ୍କା ଖର୍ଚ୍ଚ କରିବାକୁ ପଡିବ। କିନ୍ତୁ ଅପ୍ସନାଲ ସୁବିଧାକୁ ମିଶାଇଲେ 4ଲକ୍ଷ 75 ହଜାର ଟଙ୍କା ଦେବାକୁ ହେବ ବୋଲି ସେ କହିଛନ୍ତି। କିନ୍ତୁ ସେମାନଙ୍କ ଆବଶ୍ୟକତା ଅନୁସାରେ ଅନ୍ୟାନ୍ୟ ସୁବିଧା ପାଇଁ ସେହି ଅନୁସାରେ ମୂଲ୍ୟ ନିର୍ଦ୍ଧାରଣ କରାଯିବ। ସେହିପରି ଏହି ପ୍ୟାକେଜ ଅନୁସାରେ ବିବାହ କରୁଥିବା ଦମ୍ପତିଙ୍କ ପାଇଁ ଓଟିଡିସି ପକ୍ଷରୁ ପ୍ରଥମ ବାର୍ଷିକୀ ପାଇଁ ସ୍ବତନ୍ତ୍ର ଆକର୍ଷଣୀୟ ରିହାତି ସହିତ ଗିଫ୍ଟ ହାମ୍ପରର ବ୍ୟବସ୍ଥା କରାଯାଇଥିବା ସେ ପ୍ରକାଶ କରିଛନ୍ତି।

ଏହି ସବୁ କାମ ପାଇଁ ଓଟିଡିସିର ୱେବସାଇଟକୁ ଯାଇ ବୁକିଙ୍ଗ କରିପାରିବେ ନଚେତ ଅନଲାଇନ ଟ୍ରାଭେଲ ଏଜେନ୍ସିରେ ଯେଉଁମାନେ ଆପ୍ସ ମାଧ୍ୟମରେ ଏହି ସବୁ ସେବା ଯୋଗାଉଛନ୍ତି ଯଥା ମେକ୍ ମାଇଁ ଟ୍ରିପ, ଗୋଆଇବିବୋ ଏବଂ ଯାତ୍ରା ଅନଲାଇନ ସହିତ ଚୁକ୍ତି ସ୍ବାକ୍ଷରିତ ହୋଇଛି। ତେଣୁ ଏହି ସବୁ ଆପ୍ସ ଯୋଗେ ଲୋକମାନେ ବୁକିଙ୍ଗ କରି ଏହି ସେବାର ସୁବିଧା ହାସଲ କରିପାରିବେ ବୋଲି ସେ କହିଛନ୍ତି।

ଏହି ଅବସରରେ ଓଟିଡିସି ପକ୍ଷରୁ ପଶ୍ଚିମ ଓଡିଶାର କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାର ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀଗୁଡିକୁ ଭ୍ରମଣ ପାଇଁ 2ଟି ବସ ସେବା ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଥିବା ସେ ପ୍ରକାଶ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓଟିଡିସିର ଏମଡି ହେମନ୍ତ ସାଏ, ରଞ୍ଜନ ମିଶ୍ର, ପିକେ ଚାନ୍ଦ ଏବଂ ଆନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ପ୍ରଥମ ଥର ପାଇଁ ଓଟିଡିସି ଦ୍ୱାରା ପରିଚାଳିତ ପାନ୍ଥନିବାସ ପକ୍ଷରୁ ଆଗାମୀ ବିବାହ ଋତୁ କୁ ଆଖି ଆଗରେ ରଖି ୱେଡିଙ୍ଗ ପ୍ୟାକେଜ ର ଘୋଷଣା କରାଯାଇଛି।ଯେଉଁଥିପାଇଁ ସବୁ ପ୍ରକାର ବ୍ୟବସ୍ଥା ମେହେନ୍ଦୀ,ରସମ,ସଙ୍ଗୀତ ଠାରୁ ଆରମ୍ଭ କରି ଭିଡିଓ ଗ୍ରାଫି,ରିସେପସନ,ଫୁଲ ସଜ୍ଜା,ଡେକୋରେସନ,ବିୟୁଟିସିଆନ ଆଦିର ଦାୟିତ୍ବ ଓଟିଡିସି ବୁଝିବା।ଏହା ସହିତ ଏଠାରେ ବିବାହ କରୁଥିବା ଦମ୍ପତିଙ୍କ ମାଗଣାରେ ହାନିମୁନ ପ୍ୟାକେଜ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।ଯେଉଁଥିରେ ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରବା ପାଇଁ 2 ଦିନ 3 ରାତିର ରହଣି ସହିତ ସମସ୍ତ ବୁଲାବୁଲି କରିବାର ସୁଯୋଗ ମିଳିବ।

Body:ଆଜି ଏନେଇ ଆୟୋଜିତ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ଓଟିଡିସିର ଅଧକ୍ଷ ଶ୍ରୀମୟୀ ମିଶ୍ର ପ୍ରକାଶ କରିଛନ୍ତି।ପ୍ରାଥମିକ ଭାବରେ 6ଟି ପାନ୍ଥନିବାସ ଯଥା ଗୋପାଳପୁର,ରମ୍ଭା,କୋଣାର୍କ,ପୁରୀ,ଚାନ୍ଦିପୁର ଓ ବରକୁଳ ଠାରେ ଏହି ୱେଡିଙ୍ଗ ପ୍ୟାକେଜ ଉପଲବ୍ଧ ହେବ।ବିବାହରେ ଅତିକମରେ 50 ଜଣ ଲୋକଙ୍କ ପାଇଁ ସର୍ବନିମ୍ନ 217500 ଟଙ୍କା ଖର୍ଚ୍ଚ କରିବାକୁ ପଡିବ।କିନ୍ତୁ ଅପ୍ସନାଲ ସୁବିଧା କୁ ମିସାଇଲେ 4ଲକ୍ଷ 75 ହଜାର ଟଙ୍କା ଦେବାକୁ ହେବ ବୋଲି ସେ କହିଛନ୍ତି।କିନ୍ତୁ ସେମାନଙ୍କ ଅଵଶ୍ୟକତା ଅନୁସାରେ ଅନ୍ୟାନ୍ୟ ସୁବିଧା ପାଇ ସେହି ଅନୁସାରେ ମୂଲ୍ୟ ନିର୍ଦ୍ଧାରଣ କରାଯିବ।ସେହିପରି ଏହି ପ୍ୟାକେଜ ଅନୁସାରେ ବିବାହ କରୁଥିବା ଦମ୍ପତିଙ୍କ ପାଇଁ ଓଟିଡିସି ପକ୍ଷରୁ ପ୍ରଥମ ବାର୍ଷିକୀ ପାଇଁ ସ୍ବତନ୍ତ ଆକର୍ଷଣୀୟ ରିହାତି ସହିତ ଗିଫ୍ଟ ହାମ୍ପର ର ବ୍ୟବସ୍ଥା କରାଯାଇଥିବା ସେ ପ୍ରକାଶ କରିଛନ୍ତି।
ଏହି ସବୁ କାମ ପାଇଁ ଓଟିଡିସିର ୱେବ ସାଇଟ କୁ ଯାଇ ବୁକିଙ୍ଗ କରିପାରିବେ ନଚେତ ଅନ ଲାଇନ ଟ୍ରାଭେଲ ଏଜେନ୍ସି ଯେଉଁମାନେ ଆପସ ମାଧ୍ୟମରେ ଏହି ସବୁ ସେବା ଯୋଗାଉଛନ୍ତି ଯଥା ମାଇଁ ଟ୍ରିପ,ଗୋଇବିବିଓ ଏବଂ ଯାତ୍ରା ଅନଲାଇନ ସହିତ ଚୁକ୍ତି ସ୍ୱାକ୍ଷରିତ ହୋଇଛି।ତେଣୁ ଏହି ସବୁ ଅପସ ଯୋଗେ ଲୋକମାନେ ବୁକିଙ୍ଗ କରି ଏହି ସେବାର ସୁବିଧା ହାସଲ କରି ପାରିବେ ବୋଲି ସେ କହିଛନ୍ତି।
ଏହି ଅବସରରେ ଓଟିଡିସି ପକ୍ଷରୁ ପଶ୍ଚିମ ଓଡିଶାର କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାର ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ଭ୍ରମଣ ପାଇଁ 2 ଟି ବସ ସେବା ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଥିବା ସେ ପ୍ରକାଶ କରିଛନ୍ତି।ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓଟିଡିସିର ଏମଡି ଶ୍ରୀ ହେମନ୍ତ ସଏ,ରଞ୍ଜନ ମିଶ୍ର,ପିକେ ଚାନ୍ଦ ଏବଂ ଆନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ବାଇଟ-ଶ୍ରୀମୟୀ ମିଶ୍ର-ଓଟିଡିସି ଅଧ୍ୟକ୍ଷ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.