ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ଓଡ଼ିଶାର ଗଣପର୍ବ ରଜ । ଏଥିପାଇଁ ଗାଁ ଠାରୁ ସହର ଉତ୍ସବ ମୁଖର । ଆଜି ପ୍ରଥମ ରଜ ବା ପହିଲା ରଜ ହୋଇଥିବାରୁ ଘରେ ଘରେ ମହକୁଛି ପିଠାପଣା । ଝିଅମାନେ ଦୋଳି ଖେଳି, ପିଠାପଣା, ମିଠାପାନ ଖାଇ ମଉଜ କରୁଛନ୍ତି । ସମସ୍ତେ ନୂଆ ଡ୍ରେସ ପିନ୍ଧି ସଜବାଜ ହୋଇ, ରଜ ଗୀତ ଗାଇ ଦୋଳି ଖେଳି ଧୁମଧାମରେ ରଜ ପାଳନ କରୁଛନ୍ତି । ଆଜି ଠାରୁ ୩ ଦିନ ଧରି ରାଜ୍ୟବାସୀ ପାଳିବେ ରଜପର୍ବ । ଆଉ ଏହାକୁ ନେଇ ପାନ୍ଥନିବାସରେ OTDC ପକ୍ଷରୁ ରଜ ମହୋତ୍ସବ ଚାଲିଥିବା ବେଳେ ଏଠାକୁ ରାଜଧାନୀବାସୀଙ୍କ ଭିଡ ଲାଗିଛି । ୨ ବର୍ଷ ପରେ କୋଭିଡ କଟକଣା ନଥିବାରୁ ପୁରପଲ୍ଲୀରେ ଉତ୍ସାହର ଲହରୀ ଭରି ରହିଛି । ରଜଦୋଳି ସହିତ ପୋଡପିଠାର ମହକରେ ପୂରି ଉଠୁଛି ପଲ୍ଲୀଠୁ ସହର ।
OTDCର ରଜ ମହୋତ୍ସବ, ଦୋଳି ଖେଳି ପାନ ଖାଇ ମଉଜ କରୁଛନ୍ତି କୁଆଁରୀ
ରଜ ପାଳୁଛି ରାଜଧାନୀ । ପାନ୍ଥନିବାସରେ OTDC ପକ୍ଷରୁ ଆୟୋଜିତ ହୋଇଛି ରଜ ମହୋତ୍ସବ । ଅଧିକ ପଢନ୍ତୁ