ETV Bharat / city

ଘରେ ରହି ମାଟ୍ରିକ ପରୀକ୍ଷା ଖାତା ଦେଖିବାକୁ ଦାବିକଲା ଓଷ୍ଟା

ମହାମାରୀ କୋରୋନା ସଂକ୍ରମଣ ଯୋଗୁଁ ମାଟ୍ରିକ ଖାତା ଦେଖା ବନ୍ଦ ରହିଥିବାବେଳେ ଆସନ୍ତା 20 ତାରିଖ ଠାରୁ ଏହା ପୁଣି ଆରମ୍ଭ କରିବା ପାଇଁ ସରକାର ଘୋଷଣା କରିଛନ୍ତି । କିନ୍ତୁ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ (ଓଷ୍ଟା) ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିବା ସହ ଏହି ଖାତାଦେଖା କାର୍ଯ୍ୟ ଘରେ ରହି କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି । ଅଧିକ ପଢନ୍ତୁ...

ossta-demand-matric-exam-evaluaation-in-house-for-social-distance-over-covid19
ମାଟ୍ରିକ ଖାତା ମୁଲ୍ୟାୟନ: ଘରେ ରହି ମାଟ୍ରିକ ପରୀକ୍ଷା ଖାତା ଦେଖିବାକୁ ଦାବିକଲା ଓଷ୍ଟା
author img

By

Published : May 14, 2020, 12:00 PM IST

ଭୁବନେଶ୍ବର: ଦଶମ ଶ୍ରେଣୀ ପରୀକ୍ଷା ଶେଷ ହେବା ସହ ଖାତାଦେଖା ଆରମ୍ଭ ହେଉହେଉ ମହାମାରୀ କୋରୋନା ଯୋଗୁଁ ସବୁ ବନ୍ଦ ହୋଇଯାଇଥିଲା । ତେବେ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ମୂଲ୍ୟାୟନ ନେଇ ସରକାର ବିଚାର ବିମର୍ଷ କରି ଆସନ୍ତା 20 ତାରିଖ ଠାରୁ ଏହା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ (ଓଷ୍ଟା)ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିବା ସହ ଏହି ଖାତାଦେଖା କାର୍ଯ୍ୟ ଘରେ ରହି କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ।

ମାଟ୍ରିକ ଖାତା ମୁଲ୍ୟାୟନ: ଘରେ ରହି ମାଟ୍ରିକ ପରୀକ୍ଷା ଖାତା ଦେଖିବାକୁ ଦାବିକଲା ଓଷ୍ଟା

ସୂଚନାଯୋଗ୍ୟ ସରକାର ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ରାଜ୍ୟରେ 60ଟି କେନ୍ଦ୍ର ମାଧ୍ୟମରେ ପାଖାପାଖି 23ହଜାର ଶିକ୍ଷକଙ୍କ ଦ୍ବାରା ସମାପନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଆହୁରି ମଧ୍ୟ ଏହି ସବୁ କେନ୍ଦ୍ର ଜିଲ୍ଲା ସଦର ମହକୁମାରେ ହୋଇ ଥିବାବେଳେ ଗୋଟିଏ ଲେଖାଏଁ କେନ୍ଦ୍ରରେ ଆଗ ଅପେକ୍ଷା ପରୀକ୍ଷକଙ୍କୁ ନିଯୁକ୍ତି କରାଯିବ ବୋଲି ସୂଚନା ରହିଛି । ବର୍ତ୍ତମାନ କୋରୋନାର ପ୍ରଭାବ ଓ ବିସ୍ତାରକୁ ଲକ୍ଷ କରି ସରକାର ଅଫିସ ମାନଙ୍କରେ କର୍ମଚାରୀଙ୍କ ସଂଖ୍ୟା କମ କରିବା ସହ ସାମାଜିକ ଦୂରତ୍ବ ବଜାୟ ରଖିବାକୁ କହୁଥିବା ବେଳେ ଏହା ଦ୍ବାରା ତାହା ପାଳନ ହେବ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଆହୁରି ମଧ୍ୟ ଗାଡିମଟର ବନ୍ଦ ଥିବାରୁ ଶିକ୍ଷକମାନେ ସଠିକ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ପାରିବେ ନାହିଁ । ସେହିପରି ସେମାନଙ୍କ ଖାଇବା ପିଇବାରେ ଅନେକ ଅସୁବିଧା ହେବ। ଯଦି କେହି ଜଣେ କରୋନା ଦ୍ବାରା ସଂକ୍ରମିତ ହୁଅନ୍ତି ତେବେ କେନ୍ଦ୍ରର ସମସ୍ତ ଶିକ୍ଷକଙ୍କୁ ଚିକିତ୍ସା କରାଯିବ ସହ ସମ୍ପୂର୍ଣ୍ଣ ସେଣ୍ଟରକୁ ବିଶୋଧନ କରାଯିବ । ଯାହାକି ଖାତା ଦେଖାରେ ମଧ୍ୟ ବିଭ୍ରାଟ ସୃଷ୍ଟି ହେବ । ତେଣୁ ସରକାର ଚଳିତ ବର୍ଷ ପାଇଁ ଶିକ୍ଷକ ମାନଙ୍କୁ ସେମାନଙ୍କ ଘରେ ରହି ପରୀକ୍ଷା ଖାତା ମୂଲ୍ୟାୟନ କରିବାକୁ ଅନୁରୋଧ କରିଛନ୍ତି ।

ନଚେତ ପରୀକ୍ଷା କେନ୍ଦ୍ର ବୃଦ୍ଧି କରିବା ସହ ଦୁଇଟି ବ୍ଲକକୁ ମିଶାଇ ଗୋଟିଏ ପରୀକ୍ଷା କେନ୍ଦ୍ର କରିବାକୁ ସଂଘର ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସରକାରଙ୍କୁ ଅନୁରୋଧ କରିଛନ୍ତି । ବୋର୍ଡ କର୍ତ୍ତୃପକ୍ଷ ଓ ସରକାର ଯଦି ଏ ବିଷୟରେ କୌଣସି ନିଷ୍ପତି ଗ୍ରହଣ ନ କରନ୍ତି ତେବେ ଆଗାମୀ ଦିନରେ ସଂଘ ପକ୍ଷରୁ ଭିନ୍ନ ପନ୍ଥା ଗ୍ରହଣ କରାଯିବ ବୋଲି ଉଲ୍ଲେଖ କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.