ETV Bharat / city

ଗ୍ରୀନ ଜୋନରେ ଗଡିବ ସରକାରୀ ବସ

author img

By

Published : May 13, 2020, 12:16 PM IST

Updated : May 13, 2020, 12:56 PM IST

ଗ୍ରୀନ ଜୋନରେ ଗଡିବ ସରକାରୀ ବସ
ଗ୍ରୀନ ଜୋନରେ ଗଡିବ ସରକାରୀ ବସ

12:07 May 13

ଗ୍ରୀନ ଜୋନରେ ଗଡିବ ସରକାରୀ ବସ

ଗ୍ରୀନ ଜୋନରେ ଗଡିବ ସରକାରୀ ବସ

ଭୁବନେଶ୍ବର: ରାଜ୍ୟର ଗ୍ରୀନ ଜୋନରେ ଚାଲିବ ଓଏସଆରଟିସି ବସ । ଗ୍ରୀନ ଜୋନରେ ଘରୋଇ ବସ ଚଳାଇବାକୁ ଅନୁରୋଧ କରାଯିବା ପରେ ବସ ମାଲିକ ସଂଘ ଚଳାଇବାକୁ ରାଜି ନହେବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଥିବା ଓଏସଆରଟିସି ବସ ସମସ୍ତ ଗ୍ରୀନ ଜୋନରେ ଚାଲିବା ସହ ଯାତ୍ରୀଙ୍କ ସେବା ଯୋଗାଇବ । ଏଥିପାଇଁ ଯାତ୍ରୀଙ୍କୁ ଦୁଇଗୁଣ ଭଡା ଦେବାକୁ ପଡିବ । ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

ଆଜି ପ୍ରଥମକରି କଟକରୁ ଭୁବନେଶ୍ବର ବସ ଚଳାଚଳ  ଆରମ୍ଭ କରିଛି । କଟକରୁ ଭୁବନେଶ୍ବର ଯିବା ପାଇଁ 30ଟଙ୍କା ବସଭଡା ନିଆଯାଉଛି । ସେହିପରି ସରକାରୀ ଅଧିକାରୀଙ୍କୁ ଆଣିବାକୁ ଅଧିକ ଓଏସଆରଟିସି ବସ ଚଳାଚଳ କରିବ । ଆଗକୁ ଆହୁରି ଅଧିକ ବସ ଚଳେଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ 500ଟି ଓଏସଆରଟିସି ବସ ରହିଥିବା ମନ୍ତ୍ରୀ କହିଛନ୍ତି ।  

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ 

Last Updated : May 13, 2020, 12:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.