ଭୁବନେଶ୍ବର: କଳାହାଣ୍ଡି ମହାଲିଙ୍ଗର 2ଟି ଶିକ୍ଷାନୁଷ୍ଠାନ ବିରୋଧରେ ଆସିଥିବା ଅଭିଯୋଗ ଆଧାରରେ ଜିଲ୍ଲା ଏସପିଙ୍କୁ ନୋଟିସ ଜାରି କରିଛି OSCPCR (Odisha State Commission for Protection of Child Rights ) । ନିଜ ଆଡୁ ମାମଲା ରୁଜୁ କରି ନୋଟିସ କଲା OSCPCR । 7 ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି OSCPCR ।
ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡ ପରେ ସନସାଇନ ସ୍କୁଲକୁ ନେଇ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି । ଏହି କ୍ରମରେ OSCPCR ମଧ୍ୟ ମହାଲିଙ୍ଗର 2ଟି ଶିକ୍ଷାନୁଷ୍ଠାନ ବିରୋଧରେ ଆସିଥିବା ଅଭିଯୋଗ ଆଧାରରେ ଜିଲ୍ଲା ଏସପିଙ୍କୁ ନୋଟିସ ଜାରି କରିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ