ETV Bharat / city

ଆସୁଛନ୍ତି ସୁନୀଲ ବଂଶଲ, ବିଜେପି ସଂଗଠନରେ ହେବ କି ପରିବର୍ତ୍ତନ ? - ଓଡିଶା ବିଜେପିରେ ହେବ ପରିବର୍ତ୍ତନ

ପଞ୍ଚାୟତ ପୌର ନିର୍ବାଚନରେ ‘ଟିମ ସମୀର’ ବିଫଳ ହୋଇଛନ୍ତି । ଖାଲି ଏତିକି ନୁହେଁ ସାରା ରାଜ୍ୟରେ ସଂଗଠନ ଏକ ପ୍ରକାର ଶକ୍ତିହୀନ ହୋଇପଡିଛି । ଗତ ଫେବୃୟାରୀ ରୁ ମେ’ ମଧ୍ୟରେ ହୋଇଥିବା ପୌର ପଞ୍ଚାୟତ ନିର୍ବାଚନରେ ବିଜେପି ଆଶା ଜନକ ପ୍ରଦର୍ଶନ କରିପାରି ନାହିଁ । ଫଳରେ ସଭାପତି ବଦଳିବା ନେଇ ପ୍ରଶ୍ନ ଉଠିଛି । ଅଧିକ ପଢନ୍ତୁ

Etv Bharatଆସୁଛନ୍ତି ସୁନୀଲ ବଂଶଲ
Etv Bharatଆସୁଛନ୍ତି ସୁନୀଲ ବଂଶଲ
author img

By

Published : Aug 16, 2022, 10:03 PM IST

ଭୁବନେଶ୍ବର: ରାଜ୍ୟ ବିଜେପି ସଂଗଠନରେ ହେବ କି ବଡ ଧରଣର ଅଦଳ ବଦଳ । ବଦଳିବେ କି ବର୍ତ୍ତମାନର ସଭାପତି ସମୀର ମହାନ୍ତି(Bjp President Samir Mahanty) ? ନୂଆ ରାଜ୍ୟ ପ୍ରଭାରୀ ନିଯୁକ୍ତି ପରେ ରାଜ୍ୟ ଗୈରିକ କ୍ୟାମ୍ପରେ ଏବେ ଏହି ଚର୍ଚ୍ଚା ।

ଆଉ ଚର୍ଚ୍ଚାକୁ ବଳ ଯୋଗାଉଛି ସମୀର ମହାନ୍ତିଙ୍କ ବିଫଳତା । ପଞ୍ଚାୟତ ପୌର ନିର୍ବାଚନରେ ‘ଟିମ ସମୀର’ ବିଫଳ ହୋଇଛନ୍ତି । ଖାଲି ଏତିକି ନୁହେଁ ସାରା ରାଜ୍ୟରେ ସଂଗଠନ ଏକ ପ୍ରକାର ଶକ୍ତିହୀନ ହୋଇପଡିଛି । ଗତ ଫେବୃୟାରୀ ରୁ ମେ’ ମଧ୍ୟରେ ହୋଇଥିବା ପୌର ପଞ୍ଚାୟତ ନିର୍ବାଚନରେ ବିଜେପି ଆଶା ଜନକ ପ୍ରଦର୍ଶନ କରିପାରି ନାହିଁ । ଏହାସହ ବ୍ରଜରାଜ ନଗର, ବାଲେଶ୍ବର ଓ ତିର୍ତ୍ତୋଲ ବିଧାନସଭା ଉପ-ନିର୍ବାଚନରେ ମଧ୍ୟ ଦଳ ବିଫଳ ହୋଇଛି । ଯାହାକୁ ନେଇ ସମୀରଙ୍କ ସାଂଗଠନିକ ଦକ୍ଷତା ଉପରେ ଏବେ ପ୍ରଶ୍ନ ଉଠିଛି ।

ବିଜେପି ସଂଗଠନରେ ହେବ କି ପରିବର୍ତ୍ତନ

ଖାଲି ଏତିକି ନୁହେଁ ବିଜେପିର ଗଡ କୁହାଯାଉଥିବା ପଶ୍ଚିମ ଓଡିଶାରେ ଦଳର ସ୍ଥିତି ସଂଗୀନ ହୋଇଛି । ଦଳ ସ୍ବୀକାର ନକଲେ ମଧ୍ୟ ପଶ୍ଚିମାଞ୍ଚଳରେ ଦଳର ସଂଗଠନ ଶକ୍ତି ହରାଇଛି । ବିଶେଷ କରି ଗୋଷ୍ଠୀ କନ୍ଦଳ, ଅନୁଭବୀ ନେତାଙ୍କୁ ଅବହେଳା ପାଇଁ ଦଳ ଲୋକଙ୍କ ଆସ୍ଥା ହରାଉଛି । କେନ୍ଦ୍ରୀୟ ନେତୃତ୍ବ ଦେଇଥିବା ଟାକ୍ସ ମୋ ବୁଥ ସବୁଠୁ ମଜବୁଥ, ଶକ୍ତି କେନ୍ଦ୍ରର ସ୍ଥିତି ମଧ୍ୟ ଏବେ ଦିଶାହୀନ । ସରକାରଙ୍କ ମଧ୍ୟରେ ଜନ ଅସନ୍ତୋଷ ଥିଲେ ମଧ୍ୟ ମୁଖ୍ୟ ବିରୋଧୀ ଦଳ ଭାବେ ବିଜେପି ତାହାକୁ ନିଜ ପକ୍ଷକୁ ଟାଣିବାରେ ବିଫଳ ହୋଇଛି ।

ସଭାପତି ପରିବର୍ତ୍ତନ ସହ ସଂଗଠନରେ ଅଦଳ ବଦଳ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ଦଳୀୟ ମୁଖପାତ୍ର । ସଂଗଠନ ସଜାଡିବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଭାରୀ ବଦଳିବା ଏକ ସାଂଗଠନିକ ପ୍ରକ୍ରିୟା ବୋଲି କହିଛନ୍ତି ରମା ରଞ୍ଜନ ବଳିୟାର ସିଂ ।

ସେପେଟ ରାଜନୀତି ସମୀକ୍ଷକ କହିଛନ୍ତି, ରାଜ୍ୟରେ ବିଜେପି ସଂଗଠନ ଅତ୍ୟନ୍ତ ଦୁର୍ବଳ । ଯାହା ପ୍ରମାଣିତ ହୋଇଛି ଅତୀତରେ ହୋଇଥିବା ବିଭିନ୍ନ ନିର୍ବାଚନରୁ । ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ପରେ ପରେ ପ୍ରଭାରୀ ବଦଳିବା ପରିବର୍ତ୍ତନର ଏକ ସଂକେତ । ଆଗାମୀ ଦିନରେ ରାଜ୍ୟ ସଂଗଠନରେ ବ୍ୟାପକ ଅଦଳ ବଦଳ ହୋଇପାରେ । ବର୍ତ୍ତମାନର ଯେଉଁ ସ୍ଥିତି ସରକାରୀ ଦଳ ସହ ଲଢେଇ ସମ୍ଭବ ନୁହେଁ । ପ୍ରଭାରୀ ସୁନୀଲ ବଂଶଲ ଦାୟିତ୍ବ ନେବା ପରେ ଏହା ଅନୁଭବ କରି ପରିବର୍ତ୍ତନ କରିପାରନ୍ତି ।

ତେବେ ଦେଖିବାର କଥା ବିଜେପିର ଚାଣକ୍ୟ ଅମିତ ଶାହଙ୍କ ବିଶ୍ବସ୍ତ ତଥା ୟୁପି ଭଳି ରାଜ୍ୟରେ ବାରମ୍ବାର ସଫଳ ହୋଇଥିବା ନୂଆ ଜାତୀୟ ସାଧାରଣ ସମ୍ପାଦକ ତଥା କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ (Sunil Bansal ) କଣ ରଣନୀତି ଆପଣାଉଛନ୍ତି ? ଦଳୀୟ ସଂଗଠନକୁ ସଶକ୍ତ କରିବା ପାଇଁ, କି ମନ୍ତ୍ର ନେଉଛନ୍ତି । ଏତତ ବ୍ୟତୀତ ରାଜ୍ୟ ନେତାଙ୍କ ଦଳୀୟ କନ୍ଦଳ ଦୂର କରି ରାଜ୍ୟ ସରକାରଙ୍କ ବିରୋଧରେ କିଭଳି ଲଢେଇ କରୁଛନ୍ତି ଏବେ ତାରି ଉପରେ ନଜର ।

ଭୁବନେଶ୍ବରରୁ ଲାଲ ମୋହନ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.