ETV Bharat / city

15 ସୁଦ୍ଧା ପ୍ରାକ୍ଟିକାଲ ମାର୍କ ସାମସରେ ଦାଖଲ କରିବାକୁ ନିର୍ଦ୍ଦେଶ

author img

By

Published : Jul 12, 2021, 12:00 PM IST

ଯୁକ୍ତ ଦୁଇ ପରୀକ୍ଷା ମୂଲ୍ୟାୟନର ସ୍ଵଚ୍ଛତା ଆଣିବା ପାଇଁ ଉଚ୍ଚ ମଧ୍ୟାମିକ ଶିକ୍ଷା ପରିଷଦର ପ୍ରୟାସ। 15 ସୁଦ୍ଧା ପ୍ରାକ୍ଟିକାଲ ମାର୍କ ସାମସରେ ଦାଖଲ କରିବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

Order to submit practical marks by 15 july
15 ସୁଦ୍ଧା ପ୍ରାକ୍ଟିକାଲ ମାର୍କ ସାମସରେ ଦାଖଲ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ଯୁକ୍ତ ଦୁଇ ପରୀକ୍ଷା ମୂଲ୍ୟାୟନର ସ୍ଵଚ୍ଛତା ଆଣିବା ପାଇଁ ପ୍ରୟାସ କରୁଛି ଉଚ୍ଚ ମଧ୍ୟାମିକ ଶିକ୍ଷା ପରିଷଦ। ତେବେ ଯୁକ୍ତ ଦୁଇ ପ୍ରାକ୍ଟିକାଲର ରେଜଲ୍ଟ ସାମସରେ ଇ-ସ୍ପେସ ରେ ଅପଲୋର୍ଡ଼ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ମାସ 15 ତାରିଖ ସୁଦ୍ଧା ସମସ୍ତ କଲେଜର କର୍ତ୍ତୃପକ୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମାର୍କ ତାଲିକା ସାମସ ଇ-ସ୍ପେସ୍ ଜରିଆରେ ଅପ୍‌ଲୋଡ୍ କରିବେ। ଶିକ୍ଷାନୁଷ୍ଠାନଗୁଡ଼ିକୁ ପରିଷଦ ପକ୍ଷରୁ ଏକ ଲିଙ୍କ୍ ପ୍ରଦାନ କରାଯାଇଛି ।

କିଭଳି ଭାବେ ପ୍ରାକ୍ଟିକାଲ ମାର୍କ ଦାଖଲ ହେବ । ସେନେଇ ସବିଶେଷ ତଥ୍ୟ ପରିଷଦ ପକ୍ଷରୁ ଦିଆଯାଇଛି । ସେହିପରି ଥିଓରୀ ମାର୍କ ପ୍ରଦାନ ନେଇ ମଧ୍ୟ ପରିଷଦ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । 2019-20 ଶିକ୍ଷାବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ନାମ ଲେଖା ସମୟର କାଗଜପତ୍ର ଭଲ ଭାବେ ଶିକ୍ଷାନୁଷ୍ଠାନ ପକ୍ଷରୁ ଯାଞ୍ଚ କରାଯିବ । ପରିଷଦକୁ ମିଳିବାକୁ ଥିବା ତଥ୍ୟର ଯାଞ୍ଚ କରାଯିବ । 2021 ବାର୍ଷିକ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ଦଶମ ଶ୍ରେଣୀ ମାର୍କସିଟ୍ ଆବଶ୍ୟକ ସ୍ଥଳରେ ଶିକ୍ଷାନୁଷ୍ଠାନକୁ ଦିଆଯାଇଥିବା ଲିଙ୍କରେ ଅପଲୋଡ୍ କରିବାକୁ କୁହାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.