ETV Bharat / city

ଗୃହରେ ବାହାର ରାଜ୍ୟର ଡାକ୍ତର ନିଯୁକ୍ତି ପ୍ରସଙ୍ଗ: ପ୍ରଶ୍ନ ଉଠାଇଲେ ବିରୋଧୀ

author img

By

Published : Feb 27, 2021, 1:39 PM IST

ବିଧାନସଭାର ଶୂନ୍ୟକାଳରେ ବାହାର ରାଜ୍ୟର ଡାକ୍ତର ନିଯୁକ୍ତି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି । ବାହାର ରାଜ୍ୟରୁ ଡାକ୍ତର ଆସିଲେ ରାଜ୍ୟର ଡାକ୍ତର ଶ୍ରମିକ ପାଲଟିବେ କହିଲେ ବିରୋଧୀ ଦଳ ନେତା । ଅଧିକ ପଢନ୍ତୁ...

ଗୃହରେ ବାହାର ରାଜ୍ୟର ଡାକ୍ତର ନିଯୁକ୍ତି ପ୍ରସଙ୍ଗ

ଭୁବନେଶ୍ବର: ବିଧାନସଭାର ଶୂନ୍ୟକାଳରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା । ରାଜ୍ୟରେ ଡାକ୍ତର ପଦବୀ ସଂଖ୍ୟା 8719 ରହିଛି । ସେଥି ମଧ୍ୟରୁ 6389 ଡାକ୍ତର ନିଯୁକ୍ତ ହୋଇଛନ୍ତି । ବର୍ତ୍ତମାନ 2330 ଟି ପଦ ଖାଲି ପଡିଛି । ଡାକ୍ତର ନିଯୁକ୍ତି ପାଇଁ ରାଜ୍ୟ ଲୋକସେବା ଆୟୋଗ ଦ୍ବାରା ପରୀକ୍ଷା କରାଯାଉଥିଲେ ମଧ୍ୟ ଯୋଗ୍ୟ ଡାକ୍ତର ମିଳୁନଥିବାରୁ ପଦଗୁଡିକ ଖାଲି ପଡିଛି ବୋଲି ମନ୍ତ୍ରୀ ନବଦାସ କହିଛନ୍ତି ।

ସେପଟେ, ରାଜ୍ୟରେ ଅଧିକ ଡାକ୍ତର ଆବଶ୍ୟକତା ରହୁଥିବାରୁ ବାହାର ରାଜ୍ୟରୁ ଡାକ୍ତର ନିଯୁକ୍ତି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଡାକ୍ତରୀ ସେବା ସର୍ତ୍ତ ନିୟମାବଳୀ-2020 ରେ ପରିବର୍ତ୍ତ କରିଛନ୍ତି । ରାଜ୍ୟ ସରକାର 2452 ନୂଆ ଡାକ୍ତର ପଦବୀ ନିଯୁକ୍ତି ପାଇଁ ଓପିଏସସିକୁ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ, ରାଜ୍ୟରେ ଆସନ୍ତା ବର୍ଷ ଠାରୁ 1700 ଡାକ୍ତର ବାହାରିବେ। ଏଭଳି ପରିସ୍ଥିତିରେ ସରକାର ବାହାର ରାଜ୍ୟରୁ ଡାକ୍ତର ଆଣିଲେ ରାଜ୍ୟର ଡାକ୍ତର ବାହାରକୁ ଶ୍ରମିକ ହୋଇଯିବେ ବୋଲି ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ରାଜ୍ୟ ସରକାରଙ୍କ ଠିକା ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ନେତା। ଅସ୍ଥାୟୀ ପାଇଁ କେନ୍ଦ୍ର ସରକାର 6000 ଟଙ୍କା ଦେଉଥିବା ବେଳେ ରାଜ୍ୟ ସରକାର କାହିଁ 3000 ଟଙ୍କା ଦେଉଛନ୍ତି ବୋଲି ପ୍ରଶ୍ନ କରିଥିଲେ ବିରୋଧୀ ଦଳ ନେତା।

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାଶ(ବ୍ୟୁରୋ ଚିଫ), ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.