ଭୁବନେଶ୍ବର: ତେଜିବାରେ ଲାଗିଛି ‘ମୋ ସରକାର’ ରାଜନୀତି । ଗାନ୍ଧୀ ଜୟନ୍ତୀରୁ ଥାନା ଓ ଡାକ୍ତରଖାନାରେ ଆରମ୍ଭ ହୋଇଥିବା 'ମୋ ସରକାର' କାର୍ଯ୍ୟକ୍ରମକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ।
ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ପ୍ରଶାସନିକ ସ୍ତରରେ ତତ୍ପରତା ଦେଖାଦେଇ ଥିବାବେଳେ ଏପଟେ କାର୍ଯ୍ୟକ୍ରମ ଆରମ୍ଭର ଦିନକ ପରେ ବାସ୍ତବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ ଓ କଂଗ୍ରେସ ନେତା ସୁର ରାଉତରାୟ ।
ସେପଟେ ମୁଖ୍ୟମନ୍ତ୍ରୀ ବୁଧବାର ଫୋନ୍ରେ କେଉଁମାନଙ୍କ ସହ କଥା ହୋଇଥିଲେ ତାହା ସ୍ପଷ୍ଟ ହୋଇନି । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକଳାପ ପରେ ଜାରି ହୋଇଥିବା ଭିଡିଓକୁ ଏଡିଟେଡ ଭିଡିଓ କହି ମୁଖ୍ୟମନ୍ତ୍ରୀଙ୍କୁ ଘେରିଛନ୍ତି ସୁର ରାଉତରାୟ ।
ଅନ୍ୟପଟେ ପ୍ରତିକ୍ରିୟାରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ 'ମୋ ସରକାର' କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ