ETV Bharat / city

Supplementary Budget ଏକ ପ୍ରହସନ: ବିରୋଧୀ

author img

By

Published : Dec 1, 2021, 10:50 PM IST

ଆଜି ବିଧାନସଭା (Odisha assembly)ରେ ଆଗତ ହୋଇଛି ଅତିରିକ୍ତ ବଜେଟ(Supplementary Budget) । ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ(Finance Minister Niranjan Pujari) । ହଟ୍ଟଗୋଳ ସ୍ଥିତିରେ ଗୃହରେ ଅତିରିକ୍ତ ବଜେଟ ହୋଇଛି । ଅଧିକ ପଢନ୍ତୁ

Supplementary Budget
Supplementary Budget

ଭୁବନେଶ୍ବର: ଆଜି ବିଧାନସଭା (Odisha assembly)ରେ ଆଗତ ହୋଇଛି ଅତିରିକ୍ତ ବଜେଟ (Supplementary Budget) । ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ(Finance Minister Niranjan Pujari) । ହଟ୍ଟଗୋଳ ସ୍ଥିତିରେ ଗୃହରେ ଅତିରିକ୍ତ ବଜେଟ ହୋଇଛି ।

ବିରୋଧୀ ବିଜେପି ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ପଦରୁ ହଟାଇବା ଦାବି ନେଇ ବିଧାନସଭାରେ ନାରାବାଜି, ପ୍ଲାକାର୍ଡ ପ୍ରଦର୍ଶନ କରିଥିଲା । ଏହା ହୋହାଲ୍ଲା ମଧ୍ୟରେ ଆଗତ ହୋଇଛି ଅତିରିକ୍ତ ବଜେଟ । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନ କରିଛନ୍ତି। ମୋଟ ୧୯ ହଜାର ୮୩୩ କୋଟି ଟଙ୍କା ବ୍ୟୟ ବରାଦ ବିଧାନସଭାର ଅନୁମୋଦନ ପାଇଁ ଉପସ୍ଥାପନ କରାଯାଇଛି। ତେବେ ଏହାକୁ ସହଜରେ ଗ୍ରହଣ କରି ପାରିନାହାଁନ୍ତି ବିରୋଧୀ। ବିରୋଧୀଙ୍କ ଅଭିଯୋଗ ବାଚସ୍ପତି ତାଙ୍କ ଦାବି ଶୁଣିନାହାନ୍ତି ତେଣୁ ପ୍ରତିବାଦ ଜାରି ରହିବ। ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଏହି ବଜେଟ ଆଗତ କରାଯାଇଛି । ବିଧାନସଭାରେ ଡ୍ରାମା ଚାଲିଛି, ଗରିବଙ୍କ ପ୍ରତି ସରକାରଙ୍କ ଆନ୍ତରିକତା ନାହିଁ ବୋଲି ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଅଭିଯୋଗ ଆଣିଛନ୍ତି।

Supplementary Budget ବଜେଟ ଏକ ପ୍ରହସନ: ବିରୋଧୀ

ଅନ୍ୟ ପକ୍ଷରେ କଂଗ୍ରେସ ରାଜ୍ୟ ସରକାର ଖାଲି ଗୋଲାପୀ ସ୍ବପ୍ନ ଦେଖାଉଛନ୍ତି। ବଜେଟରେ କୌଣସି ନୂତନତ୍ଵ ନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା। କଂଗ୍ରେସ ଗୃହକୁ ଅପବିତ୍ର କରେଇ ଦେବ ନାହିଁ । ଗୁରୁବାର ମଧ୍ୟ ପ୍ରତିବାଦ ଜାରି ରହିବ ବୋଲି ସାଲୁଜା କହିଛନ୍ତି। ବାଚସ୍ପତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବାରଣ କରିବା ଦରକାର ବୋଲି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ଶାସକ ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା ବିରୋଧୀଙ୍କ ଏପରି ଅସହଯୋଗ କୁ ଗ୍ରହଣ କରିପାରି ନାହାନ୍ତି। ଗୃହରେ ବଜେଟ ଉପସ୍ଥାପନ ସମୟରେ ଏଭଳି ପ୍ରତିବାଦ ଅଶୋଭନୀୟ। ଆମେ ଆଶା କରୁଛୁ ବିରୋଧୀଙ୍କ ମତ ରେ ପରିବର୍ତ୍ତନ ହେବ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟଙ୍କ ସହ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.