ETV Bharat / city

ହ୍ୱିଲ ଚେୟାରରେ ଆସି ଭୋଟ ଦେଲେ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ

author img

By

Published : Jul 18, 2022, 6:11 PM IST

ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ, ସେଥିପାଇଁ ଭୋଟିଂ ଶେଷ ହୋଇଛି । ପରବର୍ତ୍ତୀ ରାଷ୍ଟ୍ରମୁଖ୍ୟଙ୍କୁ ଚୟନ କରିବା ଲାଗି ହ୍ବିଲ ଚେୟାରରେ ଆସି ଭୋଟ ଦେଇଛନ୍ତି ଏକାଧିକ ସାଂସଦ ଓ ବିଧାୟକ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଓ ବର୍ତ୍ତମାନର ଓଡିଶା ବିଧାନସଭାର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ହ୍ବିଲ ଚେୟାରରେ ଆସି ଭୋଟ ଦେଇଛନ୍ତି । ଅଧିକ ପଢନ୍ତୁ

ହ୍ୱିଲ ଚେୟାରରେ ଆସି ଭୋଟ ଦେଲେ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ
ହ୍ୱିଲ ଚେୟାରରେ ଆସି ଭୋଟ ଦେଲେ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ

ଭୁବନେଶ୍ବର: ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ, ସେଥିପାଇଁ ଭୋଟିଂ ଶେଷ ହୋଇଛି । ବାଲଟ ବକ୍ସରେ ସିଲ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଦେଶର ପରବର୍ତ୍ତୀ ରାଷ୍ଟ୍ରମୁଖ୍ୟଙ୍କୁ ଚୟନ କରିବା ଲାଗି ହ୍ବିଲ ଚେୟାରରେ ଆସି ଭୋଟ ଦେଇଛନ୍ତି ଏକାଧିକ ସାଂସଦ ଓ ବିଧାୟକ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଓ ବର୍ତ୍ତମାନର ଓଡିଶା ବିଧାନସଭାର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ହ୍ବିଲ ଚେୟାରରେ ଆସି ଭୋଟ ଦେଇଛନ୍ତି ।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସଂସଦକୁ ଆସି ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଇଛନ୍ତି । ସେହିପରି ଓଡିଶା ବିଧାନସଭାର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଭୋଟ ଦେଇଛନ୍ତି । ଦିଲ୍ଲୀରେ ଚିକିତ୍ସାଧୀନ ଥିବା ପ୍ରଦୀପ୍ତ ହ୍ବିଲ ଚେୟାରରେ ଯାଇ ଭୋଟ ଦେଇଛନ୍ତି । କୋଭିଡରେ ଆକ୍ରାନ୍ତ ହୋଇ ସୁସ୍ଥ ହେବା ସତ୍ବେ ପରବର୍ତ୍ତୀ ସମୟରେ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଚିକିତ୍ସିତ ହେଉଛନ୍ତି ପ୍ରଦୀପ୍ତ । ଭୁବନେଶ୍ୱର ଏମ୍ସ ଓ ପରେ ଏବେ ଦିଲ୍ଲୀରେ ଚିକିତ୍ସିତ ହେଉଛନ୍ତି ବିରୋଧୀ ଦଳ ନେତା ।

ଆଜି ରାଷ୍ଚ୍ରପତି ନିର୍ବାଚନରେ ନିଜ ମତ ସାବ୍ୟସ୍ତ କରିବା ପାଇଁ ପ୍ରଦୀପ୍ତ ଏକ ସ୍ବତ୍ୱନ୍ତ୍ର ବ୍ୟବସ୍ଥା ଅନୁସାରେ ସଂସଦ ପରିସରକୁ ଆସି ଭୋଟ ଦେଇଥିଲେ । ପ୍ରଦୀପ୍ତଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବା ସହ ପ୍ରଦୀପ୍ତଙ୍କ ମତଦାନ ଓ ଯାତାୟାତ ନେଇ ସହଯୋଗ କରିଥିଲେ । ଏପରିକି ନିଜେ ହାତ ଧରି ପ୍ରଦୀପ୍ତଙ୍କୁ ସଂସଦର ପାହାଚ ଚଢିବାରେ ସହଯୋଗ କରିଥିଲେ ଧର୍ମେନ୍ଦ୍ର । ଯାହାର କିଛି ଫଟୋ ମଧ୍ୟ ଧର୍ମେନ୍ଦ୍ର ସାର୍ବଜନୀନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.