ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନ ପୂର୍ବରୁ ବଦଳିବେ ବିରୋଧୀ ଦଳ ନେତା । ବିରୋଧୀ ଦଳ ନେତାଙ୍କ ଅନୁପସ୍ଥିତ ଯୋଗୁଁ ଦଳକୁ ବିଧାନସଭାରେ ସଠିକ୍ ଗୁରୁତ୍ବ ମିଳୁନାହଁ । ବଜେଟ ଅଧିବେଶନ ପୂର୍ବରୁ ନୂଆ ବିରୋଧୀ ଦଳ ନେତା ଦେବାପାଇଁ ଦିଲ୍ଲୀରେ ଜେପି ନଡ୍ଡାଙ୍କୁ ଭେଟି ପ୍ରସ୍ତାବ ରଖିଛନ୍ତି ବିଜେପି ବିଧାୟକ ଗଣ ।
ଏହା ସହିତ ରାଜ୍ୟ ସଭାପତିଙ୍କୁ ମଧ୍ୟ ଅବଗତ କରିଛନ୍ତି ବିଧାୟକ ମାନେ । ତେବେ ଉଭୟ ନେତା ଏହି ବଜେଟ ଅଧିବେଶନ ପୂର୍ବରୁ ନୂଆ ବିରୋଧୀ ଦଳ ନେତା ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଆମ ଦଳରେ ୨୨ ବିଧାୟକ ଅଛନ୍ତି, ସେଥି ମଧ୍ୟରେ ଅନେକ ବରିଷ୍ଠ ଓ ଅଭିଜ୍ଞ ନେତା ଅଛନ୍ତି । ସେମାନଙ୍କ ମଧ୍ୟରୁ ଯାହାକୁ କଲେ ଚଳିବ ବୋଲି କହିଛନ୍ତି ବିଜେପି ବିଧାୟିକା କୁସୁମ ଟେଟେ ।