ETV Bharat / city

ଆର୍ଥିକ ପ୍ୟାକେଜ୍ ନେଇ ବର୍ଷିଲେ ବିରୋଧୀ, କେବଳ ଦଳୀୟ ଲୋକଙ୍କ ପାଇଁ ଘୋଷଣା - bjd takes package for party people

କୋଭିଡ୍ ରିଲିଫ୍ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜକୁ ଟାର୍ଗେଟ କଲେ ବିରୋଧୀ । ଲୋକମାନଙ୍କୁ ଚିହ୍ନଟ କରି ପ୍ୟାକେଜ ଘୋଷଣା କରିବା କଥା । ଅଣ ସଂଗଠିତ ଶ୍ରମିକ ଓ ଭାଗଚାଷୀ ମାନଙ୍କୁ ଚିହ୍ନଟ କଲେନି ସରକାର । କେବଳ ଦଳୀୟ ଲୋକମାନଙ୍କୁ ଏହି ପ୍ୟାକେଜ ଦେବେ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ । ଅଧିକ ପଢନ୍ତୁ...

ବିଜେପିର ଅଭିଯୋଗ: କେବଳ ଦଳୀୟ ଲୋକଙ୍କ ପାଇଁ ପ୍ୟାକେଜ

author img

By

Published : Jun 18, 2021, 6:13 PM IST

ଭୁବନେଶ୍ବର: ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ମୋହନ ମାଝୀ । ସେ କହିଛନ୍ତି ରାଜ୍ୟ ସରକାର ଅନେକ ପ୍ୟାକେଜ ଘୋଷଣା କରିଛନ୍ତି । ଲୋକମାନଙ୍କୁ ଚିହ୍ନଟ କରି ପ୍ୟାକେଜ ଘୋଷଣା କରିବା କଥା । ଅଣ ସଂଗଠିତ ଶ୍ରମିକ ଓ ଭାଗଚାଷୀ ମାନଙ୍କୁ ଚିହ୍ନଟ କଲେନି ସରକାର । କେବଳ ଦଳୀୟ ଲୋକ ମାନଙ୍କୁ ଏହି ପ୍ୟାକେଜ ଦେବେ ବୋଲି ଅଭିଯୋଗ କରିଛନ୍ତି ମୋହନ ମାଝୀ । ଏହି ପ୍ୟାକେଜରେ ମାତ୍ର କିଛି ଲୋକ କେବଳ ଉପକୃତ ହେବେ ବୋଲି କହିଛନ୍ତି ମୋହନ ମାଝୀ ।

ବିଜେପିର ଅଭିଯୋଗ: କେବଳ ଦଳୀୟ ଲୋକଙ୍କ ପାଇଁ ପ୍ୟାକେଜ
ସେପଟେ କଂଗ୍ରେସ ନେତା କହିଛନ୍ତି ଯେ, ଏହି ସମୟରେ କେନ୍ଦ୍ର ରାଜ୍ୟ ଗୁଡିକୁ ସହାୟତା ଦେଲେ ଲୋକମାନେ ଉପକୃତ ହୋଇପାରନ୍ତେ । ତେଣୁ, ଜୀବିକା ହରାଇଛନ୍ତି ଲୋକେ ଉଭୟ କେନ୍ଦ୍ର ଓ ରାଜ୍ୟ ୭ ହଜାର ଟଙ୍କା ମାସିକ ଦିଅନ୍ତୁ ବୋଲି କହିଛନ୍ତି ପଞ୍ଚାନନ କାନୁନଗୋ । ଉଠା ଦୋକାନୀ ଠାରୁ ଆରମ୍ଭ କରି କାମ ହରାଇଥିବା ପରିବାରକୁ ସରକାର ସହାୟତା ଦେବା ଉଚିତ ବୋଲି କହିଛନ୍ତି । ରାଜ୍ୟର ଏହି ପ୍ୟାକେଜକୁ ସେ ସ୍ଵାଗତ କରିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.