ETV Bharat / city

‘ରାଜ୍ୟ ରାଜସ୍ୱରୁ ମାସ୍କ ବଣ୍ଟନ ନାଁରେ ଦଳୀୟ ସହ ଆତ୍ମପ୍ରଚାର କରୁଛନ୍ତି ବାଙ୍କୀ ବିଧାୟକ’ - ବିରୋଧୀଙ୍କ ଟାର୍ଗେଟରେ ବାଙ୍କୀ ବିଧାୟକ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମୁତାବକ ବାଙ୍କୀ ବିଧାୟକ ନିଜ ବିଧାୟକ ପାଣ୍ଠିରୁ ଟଙ୍କା ଉଠାଇ ଲୋକଙ୍କୁ ମାଗଣାରେ ମାସ୍କ, ସାନିଟାଇଜର ବାଣ୍ଟିଛନ୍ତି । ମାତ୍ର ମାସ୍କ, ସାନିଟାଇଜର ବଣ୍ଟନ ବାହାନାରେ ବିଧାୟକ ଲକ୍ଷ ଲକ୍ଷ ଟଙ୍କା ଚଳୁ କରିଥିବା ଅଭିଯୋଗ କରିଛନ୍ତି ବିରୋଧୀ । ଅଧିକ ପଢନ୍ତୁ...

ରାଜ୍ୟ ରାଜସ୍ବରୁ ମାସ୍କ ବଣ୍ଟନ ନାଁରେ ଦଳୀୟ ସହ ଆତ୍ମପ୍ରଚାର କରୁଛନ୍ତି ବାଙ୍କୀ ବିଧାୟକ: ବିରୋଧୀ

author img

By

Published : Jun 8, 2021, 9:14 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମୁତାବକ ଲୋକଙ୍କୁ ମାଗଣାରେ ମାସ୍କ, ସାନିଟାଇଜର ବଣ୍ଟାଯାଇଛି । ଆଉ ଏ ବାବଦକୁ ଖର୍ଚ୍ଚ ହୋଇଛି ୫୦ ଲକ୍ଷ ଟଙ୍କା । ଏ ଖର୍ଚ୍ଚ ଅନ୍ୟ କେହି ନୁହଁନ୍ତି, ଖୋଦ୍ ବାଙ୍କୀ ବିଧାୟକ ନିଜ ବିଧାୟକ ପାଣ୍ଠିରୁ କାଢ଼ି ଖର୍ଚ୍ଚ କରିଛନ୍ତି । ମାତ୍ର ମାସ୍କ, ସାନିଟାଇଜର ବଣ୍ଟନ ବାହାନାରେ ବିଧାୟକ ଲକ୍ଷ ଲକ୍ଷ ଟଙ୍କା ଚଳୁ କରିଥିବା ଅଭିଯୋଗ କରିଛନ୍ତି ବିରୋଧୀ । ବଣ୍ଟନ ହୋଇଥିବା ମାସ୍କ ଅତି ନିମ୍ନମାନର ବୋଲି କୁହାଯାଇଛି । କେବଳ ଏତିକି ନୁହେଁ, ରାଜ୍ୟ ରାଜସ୍ବରୁ ଅର୍ଥ ଉଠାଇ ବିଧାୟକ ମାସ୍କ ବଣ୍ଟନ ବାହାନାରେ ଦଳୀୟ ସହ ଆତ୍ମପ୍ରଚାର କରିଥିବା ବିରୋଧୀ ଅଭିଯୋଗ କରିଛନ୍ତି ।

ରାଜ୍ୟ ରାଜସ୍ବରୁ ମାସ୍କ ବଣ୍ଟନ ନାଁରେ ଦଳୀୟ ସହ ଆତ୍ମପ୍ରଚାର କରୁଛନ୍ତି ବାଙ୍କୀ ବିଧାୟକ: ବିରୋଧୀ

ମାସ୍କରେ ରହିଛି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ । ଠିକ୍ କଡ଼ରେ ରହିଛି ବାଙ୍କୀ ବିଧାୟକ ଦେବୀ ରଂଜନ ତ୍ରିପାଠୀଙ୍କ ଫଟୋ । ସବୁଜ ରଙ୍ଗର ଏ ମାସ୍କ ସବୁ ବାଙ୍କୀ ବିଧାୟକ ତାଙ୍କ ନିର୍ବାଚନ ମଣ୍ଡଳୀରେ ବାଣ୍ଟିଛନ୍ତି । ଏ ବାବଦ ଖର୍ଚ୍ଚ ସେ ତାଙ୍କ ବିଧାୟକ ପାଣ୍ଠିରୁ କରିଥିବା ବେଳେ ଚତୁରତାର ସହ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶର ସେ ଉଠାଇଛନ୍ତି ଫାଇଦା । ଯାହାକୁ ନେଇ ବିରୋଧୀ ଏବେ ପ୍ରଶ୍ନ ଉଠାଇଛନ୍ତି । ସେହିପରି କୋରୋନା ବିପତ୍ତି ବେଳେ ଥର୍ମୋମିଟର ଓ ଅକ୍ସିମିଟର କିଣାରେ ମଧ୍ୟ ବ୍ୟାପକ ଦୁର୍ନୀତି ହୋଇଥିବା ବିରୋଧୀ ଅଭିଯୋଗ ଆଣିଛନ୍ତି । ଏଥିସହ ସେ ନିଜ କ୍ଷମତାର ଦୂରୁପଯୋଗ କରି ବିଧାୟକ ସରକାରୀ ଟଙ୍କାରେ ଦଳୀୟ ସହ ନିଜ ଫଟୋ ଲଗାଇ ଆତ୍ମପ୍ରଚାର କରୁଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ବରିଷ୍ଠ ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢ଼ୀ ମଧ୍ୟ ବିଧାୟକଙ୍କୁ ଘେରିଛନ୍ତି । ଥର୍ମୋମିଟର ଓ ଅକ୍ସିମିଟର କିଣାର କାଗଜପତ୍ର ଦେଖାଇ ବିରୋଧୀ ଶାଣିତ ଆକ୍ରମଣ କରିଥିବା ବେଳେ ତାହାର ଜବାବ ରଖିଛନ୍ତି ବିଧାୟକ ଦେବୀ ରଂଜନ ତ୍ରିପାଠୀ । ଦେବୀ କହିଛନ୍ତି ଯେ, ‘ସେ କ୍ଷମତାର କୌଣସି ଅପବ୍ୟବହାର କରିନାହାନ୍ତି । ବିଧାୟକ ପାଣ୍ଠିରୁ ଅର୍ଥ ଖର୍ଚ୍ଚ ହୋଇଥିବାରୁ ମାସ୍କରେ ଫଟୋ ଛାପିବା କିଛି ଭୁଲ ନୁହେଁ ।’

ଗ୍ରାମାଞ୍ଚଳରେ କୋରୋନା ମୁକାବିଲା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ବିଧାୟକ ପାଣ୍ଠିରୁ ୫୦ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଉ ନିର୍ଦ୍ଦେଶ ମୁତାବକ ବାଙ୍କୀ ବିଧାୟକ ପ୍ରାୟ ୧୮ ଲକ୍ଷ ଟଙ୍କା, ମାସ୍କ ଓ ଅନ୍ୟଜିନିଷ କିଣାରେ ଖର୍ଚ୍ଚ କରିଥିବା କହିଛନ୍ତି । ଯାହାକୁ ବିରୋଧୀ ରାଜସ୍ବ ପାଣ୍ଠିରେ ଆତ୍ମପ୍ରଚାର କରିଥିବା ଅଭିଯୋଗ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.