ETV Bharat / city

Odisha Assembly Winter Session: ଘଣ୍ଟ ବଜାଇଲେ ବିରୋଧୀ, ଜୟ ଜଗନ୍ନାଥ କହି ସ୍ନାନ ଜଳ ଛିଞ୍ଚିଲା BJD - ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା

ବିଧାନସଭାରେ ଉଭୟ ଶାସକ ଓ ବିରୋଧୀଙ୍କ ହାଇଡ୍ରାମା । ଷଷ୍ଠ ଦିନରେ ବିଧାନସଭା (Odisha Assembly Adjourned) ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ନେଇ ଝଡ । ଅଧିକ ପଢନ୍ତୁ

Odisha Assembly Winter Session: ଘଣ୍ଟ ବଜାଇଲେ ବିରୋଧୀ, ଜୟ ଜଗନ୍ନାଥ କହି ଗଙ୍ଗାଜଳ ଛିଞ୍ଚିଲେ ଶାସକ

author img

By

Published : Dec 7, 2021, 2:21 PM IST

Updated : Dec 7, 2021, 5:30 PM IST

ଭୁବନେଶ୍ବର: ବିଧାନସଭାରେ ଉଭୟ ଶାସକ ଓ ବିରୋଧୀଙ୍କ ହାଇ ଡ୍ରାମା । ଷଷ୍ଠ ଦିନରେ ବି ବିଧାନସଭାରେ(Odisha Assembly Adjourned) ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ନେଇ ଝଡ । ନାଟକୀୟ ଢଙ୍ଗରେ ଶାସକ ଦଳକୁ ବିରୋଧୀଙ୍କ ଆକ୍ରମଣ । ଉଭୟ ଶାସକ ଓ ବିରୋଧି ସଦସ୍ୟଙ୍କ ଜୟ ଜଗନ୍ନାଥଙ୍କ ନାରା, ବିଜେପି ସଦସ୍ୟଙ୍କ ଘଣ୍ଟ ଘଣ୍ଟି ଧ୍ଵନି, ବିଜେଡି ସଦସ୍ୟଙ୍କ ଗୃହ ମଧ୍ୟରେ ଗଙ୍ଗା ଜଳ ସିଞ୍ଚନ । ମମିତା ମେହେର ହତ୍ୟା ଘଟଣା ପରେ ରାଜ୍ୟ ରାଜନୀତି ଯେ ଅଶାନ୍ତ ହୋଇଛି ତା ନୁହେଁ, ବିଧାନସଭା ପାଲଟିଛି ବିରୋଧୀଙ୍କ ଯୁଦ୍ଧକ୍ଷେତ୍ର ।

Odisha Assembly Winter Session: ଘଣ୍ଟ ବଜାଇଲେ ବିରୋଧୀ, ଜୟ ଜଗନ୍ନାଥ କହି ଗଙ୍ଗାଜଳ ଛିଞ୍ଚିଲେ ଶାସକ

ଆଜି(ମଙ୍ଗଳବାର) ଷଷ୍ଠ ଦିନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଶାସକ ଦଳ ଜୟ ଜଗନ୍ନାଥ ଧ୍ଵନି ଦେଇ ଜଗନ୍ନାଥଙ୍କ ସ୍ନାନ ଜଳ ସିଞ୍ଚନ କରିଥିଲେ । ବିରୋଧୀଙ୍କ ସଦବୁଦ୍ଧି ଉଦୟ ହେବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟ କରାଯାଉଛି ବୋଲି ଶାସକ ସଦସ୍ୟ କହୁଥିବାବେଳେ ବିଜେପି ସଦସ୍ୟଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ଘଣ୍ଟ ଘଣ୍ଟା ଧ୍ଵନି । ଘଣ୍ଟ ବାଡ଼େଇ ବିଜେପି ସଦସ୍ୟମାନେ ସରକାର ଓ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଲେଖା ଥିବା ପ୍ଲା-କାର୍ଡ ଧରି ବିରୋଧ କରିଥିଲେ । କଂଗ୍ରେସ ମଧ୍ୟ ବିରୋଧ ପ୍ରଦର୍ଶନରେ ପଛରେ ନଥିଲା ।

ଗୃହର ପରିସ୍ଥିତି ଅସମ୍ଭାଳ ହେବା ପରେ ବାଚସ୍ପତି ଗୃହକାର୍ଯ୍ୟକୁ ଦିନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।ଏହାପରେ ବିରୋଧୀଙ୍କ ଆରମ୍ଭ ହୋଇଥିଲା ପ୍ରଦର୍ଶନ, ଗୃହ ବାହାରେ ବିଜେପି ସଦସ୍ୟଙ୍କ ଘଣ୍ଟା ଘଣ୍ଟି ମାଡ଼ ସହ ଦିବ୍ୟ ଶଙ୍କରଙ୍କ ଇସ୍ତଫା ଦାବି, ଗୃହ ଆଗରେ ଜଗନ୍ନାଥଙ୍କ ଫଟୋ ରଖି ଧାରଣା ଓ ପୁରୀ ବିଧାୟକ ଜଗନ୍ନାଥଙ୍କ ଶୁଖିଲା ମହାପ୍ରସାଦ ବାଣ୍ଟିବା ବିରୋଧର ଏକ ଭିନ୍ନ ପରିବେଶ ସୃଷ୍ଟି କରିଥିଲା । କଂଗ୍ରେସ ସଦସ୍ୟ ଅନୁରୂପ ଭାବେ ଗୃହ ବାହାରେ ଆସି ପ୍ଲା-କାର୍ଡ ଧରି ଧାରଣା ଦେଇଥିଲେ । ତେବେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ମୁଖ୍ୟମନ୍ତ୍ରୀ ଏହି ସ୍ପର୍ଶକାତର ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କୁ ମନ୍ତ୍ରୀ ପଦରୁ ହଟାଇବା ସହ ଗୃହକୁ ଆସି ଆଲୋଚନାରେ ଭାଗ ନେବାକୁ ଦାବି କରିଥଲେ ।ଏହା ମଧ୍ୟରେ ଶାସକ ବିଜେଡ଼ି ଆରମ୍ଭ କରିଥିଲା କେନ୍ଦ୍ରୀୟ ଅବହେଳା ବିରୋଧରେ ଗାନ୍ଧୀ ମୂର୍ତ୍ତୀ ତଳେ ବିକ୍ଷୋଭ ପ୍ରଦର୍ଶନ । ବିଜେଡି ସଦସ୍ୟ ଦର ଦାମ୍ ବୃଦ୍ଧି, କେନ୍ଦ୍ରୀୟ ଅନୁଦାନ ହ୍ରାସ, ଏଲପିଜି ଦରବୃଦ୍ଧି, ପାଇକ ବିଦ୍ରୋହକୁ ମାନ୍ୟତା ଦେବା ପ୍ରସଙ୍ଗରେ ବ୍ୟାନର ଧରି ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Dec 7, 2021, 5:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.