ETV Bharat / city

ନାବାଳିକା ଦୁଷ୍କର୍ମ ଓ ନିଖୋଜ ଘଟଣାରେ ସରକାରଙ୍କୁ ଘେରିଲେ ବିରୋଧୀ

author img

By

Published : Jul 24, 2019, 6:24 PM IST

ନାବାଳିକା ଦୁଷ୍କର୍ମ ଓ ନିଖୋଜ ଘଟଣାରେ ସରକାରଙ୍କୁ ଘେରିଲେ ବିରୋଧୀ । ବିଧାନସଭାରେ ସରକାରଙ୍କୁ ଏହି ପ୍ରଶ୍ନ ପଚାରି ବିରୋଧୀ ଘେରିଥିବାବେଳେ ସରକାର ଏହାର ଜବାଜ ରଖିଛନ୍ତି ।

ଡିଜାଇନ ଫଟୋ

ଭୁବନେଶ୍ବର : ରାଜ୍ୟରେ ବୃଦ୍ଧି ପାଉଛି ନାବାଳିକା ଦୁଷ୍କର୍ମ ଓ ନିଖୋଜ ଘଟଣା । ପୋଲିସ ହାତବାନ୍ଧି ବସି ରହିଛି । ବିଜେଡି ଉପରେ ଆଶା ଭରସା ରଖି ରାଜ୍ୟବାସୀ କ୍ରମାଗତ ଭାବେ 5ଥର ସରକାର ଗଠନର ସୁଯୋଗ ଦେଇଛନ୍ତି । କିନ୍ତୁ ସେ ଭରସା ତୁଟିଗଲାଣି । ଅପରାଧୀ ଓ ଗୁଣ୍ଡା ପୋଲିସକୁ ଡରିବା ପରିବର୍ତ୍ତେ ବନ୍ଧୁ ବୋଲି ଭାବୁଛନ୍ତି । ସୁପ୍ରିମ କୋର୍ଟର ବାରମ୍ବାର ତାଗିଦ ପରେ ବି ପୋଲିସ ରାଜନୈତିକ ହସ୍ତକ୍ଷେପରୁ ମୁକ୍ତ ହେଉନାହିଁ । ଯେତିକି ନାବାଳିକା ଦୁଷ୍କର୍ମ ଅଭିଯୋଗ ଆସୁଛି ତାଠାରୁ ଢେର ଅଧିକା ଘଟଣା ଲୋକ ଲଜ୍ଜା ଭୟରେ ଥାନାରେ ରିପୋର୍ଟ ହେଉନି ।

ଭିଡିଓ ସୌଜନ୍ୟ: ବ୍ୟୁରୋଚିଫ୍‌, ଭୁବନେଶ୍ବର

ନାରୀ ସୁରକ୍ଷାର ନାରା ଦେଉଥିବା ସରକାର ଅମଳରେ ନାବାଳିକା ଦୁଷ୍କର୍ମ ଓ ନିଖୋଜ ଘଟଣା ବଢୁଛି । ସରକାର କିନ୍ତୁ ଆଇନ ଶୃଙ୍ଖଳା ନିୟନ୍ତ୍ରଣାଧିନ ବୋଲି ଦାବି କରୁଛନ୍ତି । ଏମିତିସବୁ ଅଭିଯୋଗ କରି ଆଜି ବିରୋଧୀ କଂଗ୍ରେସ ଓ ବିଜେପି ଏ ସମ୍ପର୍କୀତ ମୁଲତବି ଆଲୋଚନାରେ ସରକାରଙ୍କୁ ଘେରିଥିଲେ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରିଥିଲେ ଯେ, ରାଜ୍ୟ ସରକାର ଜାଣିଶୁଣି ବିଧାନସଭାରେ ପ୍ରତିବର୍ଷ କେତେ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ ହେଉଛି ତାର ତଥ୍ୟ ଦେଉନାହାଁନ୍ତି ।

ନାବାଳିକା ଦୁଷ୍କର୍ମ ଘଟଣାର ତଦନ୍ତ ପାଇଁ କେନ୍ଦ୍ର ସରକାର ପସ୍କୋ ଆଇନ ଲାଗୁ କରିଥିଲେ ବି ରାଜ୍ୟ ସରକାର ତାହାକୁ କାର୍ଯ୍ୟକାରୀ କରୁନାହାଁନ୍ତି । ନାବାଳିକା ଦୁଷ୍କର୍ମ ନେଇ ରାଜ୍ୟ ସରକାର ଓ ସୁପ୍ରିମକୋର୍ଟଙ୍କ ତଥ୍ୟରେ ତାଳମେଳ ନାହିଁ । ରାଜ୍ୟରେ ସାକ୍ଷୀଙ୍କୁ ସୁରକ୍ଷା ମିଳୁନି କି ନ୍ୟାୟୋଚିତ ତଦନ୍ତ ହେଉନାହିଁ ବୋଲି ଅଭିଯୋଗ କରିବା ସହ ରାଜ୍ୟରେ କାହିଁକି ନାବାଳିକା ଦୁଷ୍କର୍ମ ବଢୁଛି ତାର ଅନୁଧ୍ୟାନ ପାଇଁ ଏକ ଗୃହ କମିଟି ଗଠନ କରିବାକୁ ସେ ଦାବି କରିଥିଲେ । ଏହା ସହ ରାଜ୍ୟ ସରକାର ଥ୍ରୀ-ପି (ପ୍ରିଭେନ୍ସନ, ପ୍ରୋସିକ୍ୟୁସନ ଓ ପନିସମେଣ୍ଟକୁ) ଗୁରୁତ୍ବ ଦେବା ଉଚିତ ବୋଲି ସେ କହିଥିଲେ ।

ବିରୋଧୀଙ୍କ ଅଭିଯୋଗର ଜବାବ ଦେଇଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ଅତ୍ୟାଚାର ପାଇଁ 537ଟି ଥାନାରେ ମହିଳା ଓ ଶିଶୁ ଡେସ୍କ ହୋଇଛି । ନିଖୋଜ ହେଉଥିବା ନାବାଳିକା ମାମଲାର ତଦନ୍ତ ପାଇଁ 29ଟି ସ୍ବତନ୍ତ୍ର ୟୁନିଟ କାର୍ଯ୍ୟ କରୁଛି । କେନ୍ଦ୍ର ସରକାର ପୋସ୍କୋ ଆଇନ ଲାଗୁ କରିଥିବା ବେଳେ ରାଜ୍ୟ ସରକାର ଏ ସମ୍ପର୍କିତ ମାମଲାର ତଦନ୍ତ ପାଇଁ ଏହାକୁ ରେଡ ଫ୍ଲାଗ ମାନ୍ୟତା ଦେଉଛନ୍ତି । ଏହିସବୁ ମାମଲାରେ ଦୋଷୀ ସାବ୍ୟସ୍ତ ହାର 42.14 ପ୍ରତିଶତ ରହିଛି ।

ସାକ୍ଷୀଙ୍କ ସୁରକ୍ଷା ପାଇଁ ଗତ ଜୁଲାଇ 7 ତାରିଖରେ ସ୍ବତନ୍ତ୍ର ସାକ୍ଷୀ ସୁରକ୍ଷା ଆଇନ ପ୍ରସ୍ତୁତ କରାଯାଇଛି । ପୋଲିସ ଦୋଷାରୋପ ଫର୍ଦ୍ଦ ପ୍ରସ୍ତୁତ ସମୟରେ ଜାଲିଆତି କରୁଥିବା ଅଭିଯୋଗର ଉତ୍ତର ଦେଇ ସେ କହିଛନ୍ତି, ସବୁ ଦୋଷାରୋପ ଫର୍ଦ୍ଦ ଏଣିକି କମ୍ପ୍ୟୁଟରାଇଜ କରାଯିବ ।

ଭୁବନେଶ୍ବରରୁ ଅଜିତ୍‌ ଦାଶ, ଇଟିଭି ଭାରତ

Intro:Body:

ନାବାଳିକା ଦୁଷ୍କର୍ମ ଓ ନିଖୋଜ ଘଟଣାରେ ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ବର () ରାଜ୍ୟରେ ବୃଦ୍ଧି ପାଉଛି ନାବାଳିକା ଦୁଷ୍କର୍ମ ଓ ନିଖୋଜ ଘଟଣା । ପୋଲିସ ହାତବନ୍ଧି ବସି ରହିଛି । ବିଜେଡି ଉପରେ ଆଶା ଭରସା ରଖି ରାଜ୍ୟବାସୀ କ୍ରମାଗତ ଭାବେ 5ଥର ସରକାର ଗଠନର ସୁଯୋଗ ଦେଇଛନ୍ତି । କିନ୍ତୁ ସେ ଭରସା ତୁଟିଗଲାଣି । ପୋଲିସ ଏବେ ଶାସନର କରାୟତରେ । ଅପରାଧୀ ଓ ଗୁଣ୍ଡା ପୋଲିସକୁ ଡରିବା ପରିବର୍ତ୍ତେ ବନ୍ଧୁ ବୋଲି ଭାବୁଛନ୍ତି । ସୁପ୍ରିମ କୋର୍ଟର ବାରମ୍ବାର ତାଗିଦ ପରେ ବି ପୋଲିସ ରାଜନୈତିକ ହସ୍ତକ୍ଷେପରୁ ମୁକ୍ତ ହେଉନାହିଁ । ଯେତିକି ନାବାଳିକା ଦୁଷ୍କର୍ମ ଅଭିଯୋଗ ଆସୁଛି ତାଠାରୁ ଢେର ଅଧିକା ଘଟଣା ଲୋକ ଲଜ୍ଜା ଭୟରେ ଥାନାରେ ରିପୋର୍ଟ ହେଉନି । ନାରୀ ସୁରକ୍ଷାର ନାରା ଦେଉଥିବା ସରକାର ଅମଳରେ ନାବାଳିକା ଦୁଷ୍କର୍ମ ଓ ନିଖୋଜ ଘଟଣା ବଢୁଛି । ସରକାର କିନ୍ତୁ ଆଇନ ଶୃଙ୍ଖଳା ନିୟନ୍ତ୍ରଣାଧିନ ବୋଲି ଦାବି କରୁଛନ୍ତି । ଏମିତିସବୁ ଅଭିଯୋଗ କରି ଆଜି ବିରୋଧୀ କଂଗ୍ରେସ ଓ ବିଜେପି ଏ ସଂପର୍କିତ ମୁଲତବି ଆଲୋଚନାରେ ସରକାରଙ୍କୁ ଘେରିଥିଲେ ।

କଂଗ୍ରେସ ବିଧାୟକ ଦଲ ନେତା ନରସିଂହ ମିଶ୍ର ଅଭିଯୋଗ କରିଥିଲେ ଯେ, ରାଜ୍ୟ ସରକାର ଜାଣିଶୁଣି ବିଧାନସଭାରେ ପ୍ରତିବର୍ଷ କେତେ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ ହେଉଛି ତାର ତଥ୍ୟ ଦେଉନାହାଁନ୍ତି । ନାବାଳିକା ଦୁଷ୍କର୍ମ ଘଟଣାର ତଦନ୍ତ ପାଇଁ କେନ୍ଦ୍ର ସରକାର ପସ୍କୋ ଆଇନ ଲାଗୁ କରିଥିଲେ ବି ରାଜ୍ୟ ସରକାର ତାହାକୁ କାର୍ଯ୍ୟକାରୀ କରୁନାହାଁନ୍ତି । ନାବାଳିକା ଦୁଷ୍କର୍ମ ନେଇ ରାଜ୍ୟ ସରକାର ଓ ସୁପ୍ରିମକୋର୍ଟଙ୍କ ତଥ୍ୟରେ ତାଳମେଳ ନାହିଁ । ରାଜ୍ୟରେ ସାଖୀଙ୍କୁ ସୁରକ୍ଷା ମିଳୁନି କି ନ୍ୟାୟୋଚିତ ତଦନ୍ତ ହେଉନାହିଁ ବୋଲି ଅଭିଯୋଗ କରିବା ସହ ରାଜ୍ୟରେ କାହିଁକି ନାବାଳିକା ଦୁଷ୍କର୍ମ ବଢୁଛି ତାର ଅନୁଧ୍ୟାନ ପାଇଁ ଏକ ଗୃହ କମିଟି ଗଠନ କରିବାକୁ ସେ ଦାବି କରିଥିଲେ । ରାଜ୍ୟ ସରକାର ଥ୍ରୀ-ପି (ପ୍ରିଭେନସନ, ପ୍ରୋସିକ୍ବୁସନ ଓ ପନିସମେଣ୍ଟକୁ) ଗୁରୁତ୍ବ ଦେବା ଉଚିତ ବୋଲି ସେ କହିଥିଲେ ।

ବିରୋଧୀଙ୍କ ଅଭିଯୋଗର ଜବାବ ଦେଇଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ଅତ୍ୟାଚାର ପାଇଁ 537ଟି ଥାନାରେ ମହିଳା ଓ ଶିଶୁ ଡେସ୍କ ହୋଇଛି । ନିଖୋଜ ହେଉଥିବା ନାବାଳିକା ମାମଲାର ତଦନ୍ତ ପାଇଁ 29ଟି ସ୍ବତନ୍ତ୍ର ୟୁନିଟ କାର୍ଯ୍ୟ କରୁଛି । କେନ୍ଦ୍ର ସରକାର କସ୍କୋ ଆଇନ ଲାଗୁ କରିଥିବା ବେଳେ ରାଜ୍ୟ ସରକାର ଏ ସମ୍ପର୍କିତ ମାମଲାର ତଦନ୍ତ ପାଇଁ ଏହାକୁ ରେଡ ଫ୍ଲାଗ ମାନ୍ୟତା ଦିଆଯାଉଛି । ଏହିସବୁ ମାମଲାରେ ଦୋଷୀ ସାବ୍ୟସ୍ତ ହାର 42.14 ପ୍ରତିଶତ ରହିଛି । ସାଖୀଙ୍କ ସୁରକ୍ଷା ପାଇଁ ଗତ ଜୁଲାଇ 7 ତାରିଖରେ ସ୍ବତନ୍ତ୍ର ସାଖୀ ସୁରକ୍ଷା ଆଇନ ପ୍ରସ୍ତୁତ କରିଛନ୍ତି । ପୋଲିସ ଦୋଷାରୋପ ଫର୍ଦ ପ୍ରସ୍ତୁତ ସମୟରେ ଜାଲିଆତି କରୁଥିବା ଅଭିଯୋଗର ଉତ୍ତର ଦେଇ ସେ କହିଛନ୍ତି ଯେ, ସବୁ ଦୋଷାରୋପ ଫର୍ଦ ଏଣିକି କମ୍ପ୍ୟୁଟରାଇଜ କରାଯିବ ।

ବାଇଟ – ପ୍ରଦୀପ୍ତ ନାୟକ, ବିରୋଧୀ ଦଳ ନେତା

ବାଇଟ – ବିକ୍ରମ ଆରୁଖ, ସଂସଦୀୟ ବ୍ୟାପାର ମନ୍ତ୍ରୀ

Bytes sent in LiveU. Please check 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.