ଭୁବନେଶ୍ବର: ଓଡିଶାରେ ଜାଗା ନମିଳିବାରୁ ଭଡା ଘରେ ଚାଲୁଥିବା ଆଇସିସିଆର କାର୍ଯ୍ୟାଳୟକୁ ଭୁବନେଶ୍ବରରୁ କୋଲକାତାକୁ ସ୍ଥାନାନ୍ତରଣକୁ ବିରୋଧ । ପ୍ରେରଣା ପକ୍ଷରୁ ଏହାକୁ ବିରୋଧ କରିବା ସହ ଧାରଣା ଦିଆଯାଇଛି । କାରଣ ଏଭଳି ହେଲେ ଓଡ଼ିଶାର କଳା-ସଂସ୍କୃତି, ନୃତ୍ୟ-ସଂଗୀତର ଅନ୍ତର୍ଜାତୀୟ ସ୍ତରରେ ଯେଉଁ ପ୍ରଚାର ପ୍ରସାର ହେଉଥିଲା ସେଥିରେ ବାଧାପ୍ରାପ୍ତ ହେବ । ଆଉ ଅନ୍ୟ ଦେଶରୁ ଶିଳ୍ପି ଆସି ଏଠାରେ ଯେଉଁ କଳା ପ୍ରଦର୍ଶନ କରୁଥିଲେ ତାହା ହୋଇପାରିବ ନାହିଁ । ଏହାଦ୍ବାରା କଳାର ଯେଉଁ ଭାବ ବିନିମୟ ହେଉଥିଲା ତାହା ବାଧାପ୍ରାପ୍ତ ହେବ ।
ତେବେ ଉତ୍କଳର ଗରିମାମୟ ସଂକୃତି ପ୍ରତି ଆନ୍ତରିକତା ନଥିବାରୁ ଏଭଳି ହେଉଥିବାରୁ ଏନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସମନ୍ବୟ ରଖି ସମାଧାନ ବାହାର କରନ୍ତୁ । ଏନେଇ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ମଧ୍ୟ ନିଜର ଦାୟିତ୍ବ ନିଭାନ୍ତୁ । ତେବେ ଯାଇ ସଂକୃତିର ପରିଚାୟକ ବାହକ ଭାବେ କାମ କରୁଥିବା ଏହି ସଂସ୍ଥା ନିଜର ଅସ୍ତିତ୍ବ ବଜାଇ ରଖିପାରିବ । ନହେଲେ ଆମ କଳା ସଂସ୍କୃତିର ଅପଚୟ ପାଇଁ ଉଭୟ ସରକାର ଦାୟୀ ରହିବେ । ତେଣୁ, ଜୁଲାଇର ସ୍ଥାନାନ୍ତରଣ ପୂର୍ବରୁ ଏନେଇ ନିଷ୍ପତ୍ତି ନିଆଯାଉ । ଏଭାଳି ନହେଲେ ପ୍ରେରଣା ପକ୍ଷରୁ ଏଭଳି ଧାରଣା ଓ ବିରୋଧ ଲାଗିରହିବ ବୋଲି କହିଛନ୍ତି ପ୍ରେରଣାର ଅଧ୍ୟକ୍ଷ ଦିଲୀପ ଶ୍ରୀଚନ୍ଦନ ।
ଇଟିଭି ଭାରତ, ଭୁବନେଶ୍ବର