ETV Bharat / city

କ୍ରାଇମ କ୍ଲିନ ପାଇଁ ଅପରେସନ ସ୍ଲମ୍ ଭିଜିଟ, କମିସନରେଟ ପୋଲିସର ନୁଆ ଷ୍ଟ୍ରାଟେଜି - ଅପରାଧ ରୋକିବା ପାଇଁ କମିସନରେଟ ପୋଲିସ

ରାଜଧାନୀରେ ନୂଆବର୍ଷରେ କ୍ରାଇମ କ୍ଲିନ ପାଇଁ କମିଶନରେଟ ପୋଲିସର ନୂଆ ଟେକନିକ୍ । ବଢୁଥିବା ସଂଗଠିତ ଅପରାଧର ମୁଖ୍ଯ ସୁତ୍ରଧରଙ୍କୁ ରୋକିବା ନେଇ ମୁମ୍ବାଇ ଓ ଦିଲ୍ଲୀ ଢାଞ୍ଚାରେ ଆରମ୍ଭ ହେବ ଅପରେସନ । ଏ ନେଇ ରାଜଧାନୀର ସମସ୍ତ ବସ୍ତିକୁ ସ୍କାନରରେ ରଖିଛି କମିଶନରେଟ ପୋଲିସ । ଅଧିକ ପଢନ୍ତୁ...

Operation slum visit started by commissionerate police
ବସ୍ତିରେ ଅପରାଧ ରୋକିବା ପାଇଁ କମିସନରେଟ ପୋଲିସର ନୂଆ ଟେକନିକ୍
author img

By

Published : Jan 4, 2021, 6:20 PM IST

Updated : Jan 4, 2021, 8:09 PM IST

ଭୁବନେଶ୍ବର: କ୍ରାଇମ କ୍ଲିନ ପାଇଁ ନୂଆ ଟେକନିକ୍ । ଫୋକସରେ ରାଜଧାନୀର ବସ୍ତି । ବଢୁଥିବା ସଂଗଠିତ ଅପରାଧ । ଷ୍ଟ୍ରିଟ କ୍ରାଇମର ମୁଖ୍ଯ ସୁତ୍ରଧରଙ୍କୁ ରୋକିବା ନେଇ ମୁମ୍ବାଇ ଓ ଦିଲ୍ଲୀ ଢାଞ୍ଚାରେ ହେବ ଅପରେସନ କ୍ରାଇମ କ୍ଲିନ । ନୂଆ ବର୍ଷରେ ନୂଆ ଷ୍ଟ୍ରାଟେଜିରେ କାମ ଆରମ୍ଭ କରିଛି କମିଶନରେଟ ପୋଲିସ ।

ବସ୍ତିରେ ଅପରାଧ ରୋକିବା ପାଇଁ କମିସନରେଟ ପୋଲିସର ନୂଆ ଟେକନିକ୍

ନୂଆ ବର୍ଷରେ କମିଶନରେଟ ପୋଲିସ ବସ୍ତିକୁ ଫୋକସ କରି ସମସ୍ତ ଥାନା ନଜରରେ ରଖାଯାଇଛି । ଅର୍ଥାତ କେଉଁ ଥାନା ଅଞ୍ଚଳରେ କେତେ ବସ୍ତି ସେସବୁର ଲିଷ୍ଟ କରି ସେସବୁ ଥାନାର ଜଣେ ଜଣେ ଅଫିସର, ହାବିଲଦାର, କନଷ୍ଟେବଳଙ୍କୁ ଗୋଟେ ଗୋଟେ ବସ୍ତିର ଦାୟିତ୍ବ ଦିଆଯାଇଛି । ବସ୍ତିରେ ବାହାର ଅପରାଧି ପଶିଲେ ବା ସେଠାକାର ବେକାର ଯୁବକ ଯୁବତୀ କ୍ରାଇମରେ ପାଦ ଦେଲେ ସବୁ ସୂଚନା ପାଇବ ପୋଲିସ । ଏଥିପାଇଁ ଥାନାର କର୍ମଚାରୀଙ୍କୁ ସୋର୍ସ ତିଆରି କରିବାକୁ ନିର୍ଦେଶ ଦିଆଯାଇଛି । ବସ୍ତିର ଲୋକଙ୍କ ସହ ସମ୍ପର୍କ ସ୍ଥାପନ ସହ ବସ୍ତି ଲୋକଙ୍କ ନିକଟତର ହେବାକୁ କୁହାଯାଇଛି । ଅର୍ଥାତ ପୋଲିସକୁ କ୍ରାଇମ ଓ କ୍ରିମିନାଲକୁ କମାଇବାକୁ ହେଲେ ବସ୍ତିର ଆରମ୍ଭ ହେଉଥିବା ଅପରାଧ ଉପରେ ରୋକ ଲଗାଇବାକୁ ପଡିବ। କାରଣ ଗତ ବର୍ଷ ରେକର୍ଡ ସଂଖ୍ଯକ ଛିନତାଇ ଭୁବନେଶ୍ବରରେ ହୋଇଛି । ଯେଉଁଥିରେ ଅଧିକାଂଶ ଅପରାଧି ବସ୍ତିରେ ରହି ଅପରେଟ କରୁଥିବାବେଳେ ଅଧିକାଶଂରେ ବସ୍ତିପିଲା ମଧ୍ଯ ସାମିଲ ହୋଇଛନ୍ତି।

ଅପରେସନ ସ୍ଲମ ଭିଜିଟରେ ଫୋକସ ଦେଇଛି ପୋଲିସ । ଏହି କ୍ରମରେ ବସ୍ତିରେ ଦିଆଯାଉଥିବା ଭଡାଟିଆଙ୍କ ତଥ୍ଯ ଘର ମାଲିକ ସେହି ଅଞ୍ଚଳରେ ଦାୟିତ୍ବରେ ଥିବା ପୋଲିସ କର୍ମଚାରୀକୁ ଦେବେ । ବସ୍ତିର କିଛି ପିଲାଙ୍କୁ ପୋଲିସ ସହାୟତା ଦେବେ। ପ୍ରତି ସପ୍ତାହରେ ବସ୍ତିରେ ମିଟିଂ କରି ଲୋକଙ୍କ ସୁବିଧା ଅସୁବିଧା ଉପରେ ନଜର ରଖିବେ । ଫଳରେ ବସ୍ତି ଲୋକଙ୍କ ସହ ପୋଲିସର ଭାବବିନିମୟ ରହିଲେ ବସ୍ତିରେ ଛୋଟ ଅପରାଧ ବି ପୋଲିସ ଜାଣିପାରିବ ବୋଲି ଭୁବନେଶ୍ବରରେ ନୂଆ ବର୍ଷରେ ଆରମ୍ଭ ହୋଇଥିବା ନୂଆ ଅପରେସନ ନେଇ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jan 4, 2021, 8:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.