ETV Bharat / city

ଅପରେସନ ଡାଡି: ପୁଣି ଗିରଫ ହେଲେ 4 ଅଭିଯୁକ୍ତ - ହାଇୱେ ଲୁଟେରା ଗିରଫ

କ୍ରିମିନାଲଙ୍କୁ ସାବାଡ ପାଇ ଡିସିପିଙ୍କ ଅପରେସନ ଡାଡିରେ ବୁଧବାର ଦୁଇଟି ସ୍ଥାନରୁ ଧରା ପଡିଛନ୍ତି 4 ଅଭିଯୁକ୍ତ । ଖଣ୍ଡଗିରି ଥାନା ଅଞ୍ଚଳରୁ ଏକ ହାଇୱେ ଲୁଟେରା ଗ୍ଯାଙ୍ଗର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ ।

ଅପରେସନ ଡାଡି
ଅପରେସନ ଡାଡି
author img

By

Published : Jul 29, 2020, 4:13 PM IST

Updated : Jul 29, 2020, 5:37 PM IST

ଭୁବନେଶ୍ବର: ଅପରେସନ ଡାଡିର ଦ୍ବିତୀୟ ଦିନରେ ପୁଣି 4 ଗିରଫ। କ୍ରିମିନାଲଙ୍କୁ ସାବାଡ ପାଇ ଡିସିପିଙ୍କ ଅପରେସନ ଡାଡିରେ ବୁଧବାର ଦୁଇଟି ସ୍ଥାନରୁ ଧରା ପଡିଛନ୍ତି 4 ଅଭିଯୁକ୍ତ। ଖଣ୍ଡଗିରି ଥାନା ଅଞ୍ଚଳରୁ ଏକ ହାଇଓ୍ବେ ଲୁଟେରା ଗ୍ଯାଙ୍ଗର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ। ନୟାପଲ୍ଲୀ ଠାରୁ ତମାଣ୍ଡୋ ପର୍ଯ୍ୟନ୍ତ ଏମାନେ ଆକ୍ଟିଭ ଥିଲେ । ରାସ୍ତାରେ ଯାହାକୁ ଦେଖୁଥିଲେ ଝାମ୍ପି ଲୁଟପାଟ କରୁଥିଲେ।ଏହି ଗ୍ଯାଙ୍ଗର ତିନି ଜଣଙ୍କୁ ଧରିଛି ପୋଲିସ।

ଅପରେସନ ଡାଡି: ପୁଣି 4 ହାଇୱେ ଲୁଟେରା ଗିରଫ

ଗିରଫ ହାଇୱେ ଲୁଟେରା ହେଲେ ଖୋର୍ଦ୍ଧା ଜାଆଁଳ ଅଞ୍ଚଳର ଦେବାଶିଷ ପୂଜାପଣ୍ଡା ଓରଫ ସୋନୁ , ବସନ୍ତ ନାୟକ ଓରଫ ବାଇନ ଏବଂ ପାତ୍ରପଡାର କ୍ରିଷ୍ଣା ସିଂ ଓରଫ କିଶନ। ଏମାନଙ୍କ ଠାରୁ ୧୭ଟି ସ୍ମାର୍ଟଫୋନ ଜବତ କରାଯାଇଛି ଏବଂ ଦୁଇଟି ବାଇକ ମଧ୍ଯ ଜବତ କରାଯାଇଛି।

ଅପରେସନ ଡାଡି: ପୁଣି 4 ହାଇୱେ ଲୁଟେରା ଗିରଫ
ଅପରେସନ ଡାଡି: ପୁଣି 4 ହାଇୱେ ଲୁଟେରା ଗିରଫ

ସେହିପରି ଇନଫୋସିଟି ଥାନ ଅଞ୍ଚଳରୁ କିଛି ଚୋରା ଗାଡିକୁ କବାଡିଆଙ୍କୁ ବିକ୍ରି କରିବାକୁ ଯୋଜନା ବେଳେ ଜଣେ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ ପଲିସ। ଅଭିଯୁକ୍ତ ଜଣଙ୍କ ହେଲେ ବାଲେଶ୍ବରର ଖଇରିଆ ଡଗରପଡାର ରମେଶ ନାୟକ ଯେକି ଏକ ହୋଣ୍ଡା ଆଭିଏଟର ଓ ହୋଣ୍ଡା ଆକ୍ଟିଭା ସହ ୟାମାହା ବାଇକକୁ ବିକ୍ରି ପାଇଁ ଉଦ୍ଯମ କରିଥିଲା । ଖବର ପାଇଁ ଅଭିଯୁକ୍ତକୁ ଗିରଫ କରିବା ସହ ୩ଟି ବାଇକ ଜବତ କରାଯାଇଛି ।

ତେବେ ଅପରେସନ ଡାଡିର ପ୍ରଥମ ଦିନରେ ଦୁଇଜଣ ଗିରଫ ହୋଇଥିବାବେଳେ ଦ୍ବିତୀୟ ଦିନରେ ୪ ଜଣ ଓ ଆଉ କିଛି ଲୁଟେରାଙ୍କୁ ଟ୍ରାକ କରିଛି ଟିମ । ତେବେ କରୋନା ସମୟରେ ଉତ୍ପାତ ମଚାଉଥିବା ଏହି ଅପରାଧିଙ୍କୁ ସାବାଡ କରିବାରେ କିଭଳି ସଫଳ ହେଉଛି ଅପରେସନ ଡାଡି ତାକୁ ନେଇ ସହରବାସୀଙ୍କ ଅପେକ୍ଷା ରହିଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jul 29, 2020, 5:37 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.