ETV Bharat / city

ଅନଲାଇନ କ୍ଲାସ ପ୍ରଭାବ: କମିଛି ପିଲାଙ୍କ ଲେଖିବା ଦକ୍ଷତା

author img

By

Published : Sep 7, 2022, 11:10 PM IST

ଛାତ୍ରଛାତ୍ରୀଙ୍କ ଲେଖିବା ଦକ୍ଷତା କମାଇଛି ଅନଲାଇନ କ୍ଲାସ । କୋରୋନା ପରେ ପିଲାଙ୍କ ଲେଖାର ଶୖଳୀରେ ଆସିଛି ଅହେତୁକ ପରିବର୍ତ୍ତନ । ଏନେଇ ଚିନ୍ତାରେ ପଡିଛନ୍ତି ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟତ୍ରୀ । ଅଧିକ ପଢ଼ନ୍ତୁ

ଅନଲାଇନ କ୍ଲାସ ପ୍ରଭାବ: କମିଛି ପିଲାଙ୍କ ଲେଖିବା ଦକ୍ଷତା
ଅନଲାଇନ କ୍ଲାସ ପ୍ରଭାବ: କମିଛି ପିଲାଙ୍କ ଲେଖିବା ଦକ୍ଷତା

ଭୁବନେଶ୍ବର: ସାମ୍ନାକୁ ଆସୁଛି ଅନଲାଇନ କ୍ଳାସର ନକାରାତ୍ମକ ପ୍ରଭାବ । ଛାତ୍ରଛାତ୍ରୀଙ୍କ ଲେଖିବା ଦକ୍ଷତା କମାଇଛି ଅନଲାଇନ କ୍ଲାସ । କୋରୋନା ଯିବା ପରେ ପିଲାମାନଙ୍କ ଲେଖାର ଶୖଳୀରେ ଅହେତୁକ ପରିବର୍ତ୍ତନ ହୋଇଛି । ଏପରିକି ପରୀକ୍ଷା ପାଇଁ ଥିବା ଧାର୍ଯ୍ୟ ସମୟରେ ଲେଖା ସରୁନଥିବାରୁ ଚିନ୍ତାରେ ପଡିଛନ୍ତି ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟତ୍ରୀ । ଏଭଳି ସମସ୍ୟାର ସମାଧାନ ପାଇଁ ଚେଷ୍ଟା ଜାରି ରହିଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ମାନସିକ ଅବସ୍ଥା ବି ବିଗିଡିବାରେ ଲାଗିଛି ।

ଦୁଇ ବର୍ଷର କୋଭିଡ ବିଗାଡିଦେଲା ଲେଖିବା ଦକ୍ଷତା । ୫ ମିନିଟ ଲେଖିଲେ ବିନ୍ଧୁଛି ହାତ । ପରୀକ୍ଷାରେ ସମୟ ସରିଯାଉଥିଲେ ମଧ୍ୟ ସରୁନି ଉତ୍ତର ଲେଖା । ଉତ୍ତର ଆସିଲେ ବି ଧିମା ଲେଖିବା ପାଇଁ କମୁଛି ମାର୍କ । ଫଳରେ ଭଲ ପାଠ ପଢିଲେ ବି ପରୀକ୍ଷାରେ ପଛରେ ପଡିଯାଉଛନ୍ତି ଛାତ୍ରଛାତ୍ରୀ । କୋରୋନା ସମୟରେ ଅନଲାଇନ ପାଠପଢା ପାଇଁ ବଦଳି ଯାଇଛି ଲେଖିବା ଶୖଳୀ । କାରଣ ଶ୍ରେଣୀଗୃହ ଶିକ୍ଷାଦାନ ବନ୍ଦ ହେବାରୁ ପିଲାମାନଙ୍କ ଲେଖିବା ଅଭ୍ୟାସ ବି ବଦଳି ଯାଇଛି । ତେଣୁ ହଠାତ ସ୍କୁଲ ଖୋଲିବା ପରେ ପରୀକ୍ଷା ଖାତାରେ ଲେଖିନପାରି ମାନସିକ ଚାପରେ ପଡୁଛନ୍ତି ଛାତ୍ରଛାତ୍ରୀ ।

ଶ୍ରେଣୀ ଗୃହ ପାଠପଢା ସମୟରେ ହସ୍ତାକ୍ଷର ଲେଖିବା ଏବଂ ହୋମୱାର୍କ କରିବା ଦ୍ଵାରା ଛାତ୍ରଛାତ୍ରୀ ଲେଖିବା ସହିତ ସବୁବେଳେ ଜଡ଼ିତ ରହୁଥିଲେ । କିନ୍ତୁ ୨ ବର୍ଷର ଅନଲାଇନ କ୍ଲାସ ପରେ ଏହି ଅଭ୍ୟାସରୁ ସେମାନେ ସମ୍ପୂର୍ଣ୍ଣ ବାହାରି ପଡ଼ିଛନ୍ତି । ପିଲାମାନଙ୍କର ଏହି ସମସ୍ୟା ଏବେ ଅଭିଭାବକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ ସେମାନଙ୍କୁ କିଭଳି ସ୍ବଭାବିକ ଧାରାକୁ ଫେରାଇ ଅଣାଯାଇ ପାରିବ, ସେନେଇ ଅହରହ ଉଦ୍ୟମ କରାଯାଉଛି । ଲେଖିବା ସାମର୍ଥ୍ୟ ହ୍ରାସ ଯୋଗୁଁ ପିଲାଙ୍କ ସୃଜନଶୀଳତା ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବା ଆଶଙ୍କା ରହିଛି ।

ବିଦ୍ୟାଳୟରେ ଅଧିକ ମାତ୍ରାରେ ଛାତ୍ରଛାତ୍ରୀ ଏହି ସମସ୍ୟାର ଶିକାର ହେବା ଦେଖାଯାଉଛି । ଏପରିକି ଯଦି ସାମାନ୍ୟ ଦୀର୍ଘ ଉତ୍ତର ବିଶିଷ୍ଟ ପ୍ରଶ୍ନ କରାଯାଉଛି ତେବେ ଏହାର ଉତ୍ତର ଲେଖିବା ପିଲାଙ୍କ ନିକଟରେ କଷ୍ଟସାଧ୍ୟ ହୋଇପଡ଼ୁଛି । ଛାତ୍ରଛାତ୍ରୀ ଯଦି ସଠିକ୍ ଉତ୍ତର ନଲେଖିବେ ବା ଆବଶ୍ୟକତା ଅନୁସାରେ ଦୀର୍ଘ ଉତ୍ତର ଲେଖିନପାରିବେ ତେବେ ମାର୍କ କମିବା ଆଶଙ୍କାଙ୍କୁ ଏଡ଼ାଇ ଦିଆଯାଇନପାରେ । ଏନେଇ ପିଲାମାନେ ମାନସିକ ଚାପରେ ରହୁଛନ୍ତି । ସବୁ ବିଦ୍ୟାଳୟର ଅଧାରୁ ଅଧିକ ଛାତ୍ରଛାତ୍ରୀ ଏବେ ଏଭଳି ସମସ୍ୟା ଭୋଗୁଥିବା ବେଳେ ଅଭ୍ୟାସ ହିଁ ଏକମାତ୍ର ଭରସା ପାଲଟିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.