ଭୁବନେଶ୍ବର: ପିଆଜ ଦର ବୃଦ୍ଧି ନେଇ ସାରା ଦେଶରେ ସମାନ ଅବସ୍ଥା ରହିଥିବା କଥା ଖାଦ୍ୟଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ସ୍ବାଇଁ କହିଛନ୍ତି । କେବଳ 3 ରାଜ୍ୟରେ ପିଆଜ ଦର ଓଡ଼ିଶାଠାରୁ କମ ଅଛି। ଗତ ଦିନମାନଙ୍କରେ ଲଗାଣ ବର୍ଷା ଯୋଗୁ ଉତ୍ପାଦନ ବ୍ୟାହତ ହୋଇଛି। ମାର୍କେଟକୁ ପିଆଜ ପହଞ୍ଚି ପାରୁନାହିଁ।
ଆମେ ବାହାର ରାଜ୍ୟରୁ ପିଆଜ କିଣି 284ଟି Fair Price Shop ଜରିଆରେ କମ ଦାମରେ ବିକୁଛୁ। ଯେଉଁଠି ଗ୍ରାହକଙ୍କ ପାଇଁ ଦୋକାନୀ ଅସୁବିଧା କରିବେ, ସରକାର ସଜାଗ ଅଛନ୍ତି ଓ କାର୍ଯ୍ୟାନୁଷ୍ଠାନ ନେବେ। କେନ୍ଦ୍ର ସରକାର ବିଦେଶରୁ ପିଆଜ କିଣିବାର ବ୍ୟବସ୍ଥା କରୁଛନ୍ତି। ମହଜୁଦ କାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ରଣେନ୍ଦ୍ର ସ୍ବାଇଁ କହିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ