ETV Bharat / city

ଝଗଡା ଲାଗିଥିଲେ ପ୍ରେମୀ ଯୁଗଳ, ମଧ୍ୟସ୍ଥି ସାଜି ଯୁବତୀଙ୍କୁ ନିର୍ଦ୍ଧୁମ ଛେଚିଲେ ସ୍ୱିଗି ବଏ - ଆଇଜି ପାର୍କ ନିକଟରେ ଯୁବକ ଯୁବତୀଙ୍କ ଝଗଡା

ଭୁବନେଶ୍ବର ସ୍ଥିତ ଇନ୍ଦିରା ଗାନ୍ଧୀ ପାର୍କ (IG Park) ନିକଟରେ ଉତ୍ତେଜନା । ଅଧିକ ପଢନ୍ତୁ

ଝଗଡା ଲାଗିଥିଲେ ପ୍ରେମୀ ଯୁଗଳ, ମଧ୍ୟସ୍ଥି ସାଜି ଯୁବତୀଙ୍କୁ ନିର୍ଦ୍ଧୂମ ଛେଚିଲେ ସ୍ବିଗି ବଏ

author img

By

Published : Mar 29, 2022, 10:38 PM IST

Updated : Mar 29, 2022, 10:51 PM IST

ଭୁବନେଶ୍ବର: ବିଚ ରାସ୍ତାରେ ମହିଳାଙ୍କୁ ଅଜଣା ଯୁବକଙ୍କ ମାଡ । ଥରେ କି ଦୁଇଥର ନୁହଁ ବାରମ୍ବାର ମାରୁଥିବାର ଦେଖିବାକୁ ମିଳିଛି । ଭୁବନେଶ୍ବର ସ୍ଥିତ ଇନ୍ଦିରାଗାନ୍ଧୀ ପାର୍କ(IG Park) ନିକଟରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ଯେଉଁଠି ଲୋକଙ୍କ ଉପସ୍ଥିତିରେ ଅତି ନିର୍ଦ୍ଦୟ ଭାବେ ଯୁବତୀଙ୍କୁ ମାଡ ମାରୁଛନ୍ତି ଜଣେ ସ୍ବିଗି ଟି-ସାର୍ଟ ପିନ୍ଧିଥିବା ଡେଲିଭେରୀ ବଏ ।

ଝଗଡା ଲାଗିଥିଲେ ପ୍ରେମୀ ଯୁଗଳ, ମଧ୍ୟସ୍ଥି ସାଜି ଯୁବତୀଙ୍କୁ ନିର୍ଦ୍ଧୁମ ଛେଚିଲେ ସ୍ୱିଗି ବଏ

କାରଣ ଯୁବତୀ ଓ ତାଙ୍କ ପ୍ରେମିକଙ୍କ ମଧ୍ୟରେ ପାଟିତୁଣ୍ଡ ବେଳେ ମୁଣ୍ଡ ପୁରାଇଥିଲେ ସ୍ବିଗି ବଏ । ଯୁବତୀ ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କୁ ପଥରରେ ମାଡ ମାରିବା ସହ ହାତରେ ମଧ୍ୟ ଚାପୁଡା ମାରୁଥିଲେ । ଯାହାକୁ ଦେଖି ସ୍ବିଗି ବଏ ମାମଲା ବୁଝିବାକୁ ଚେଷ୍ଟା କରିଥିଲେ । ହେଲେ ଯୁବତୀ ଜଣକ ତାଙ୍କ କଥାରେ କେହି ମୁଣ୍ଡ ନପୁରାଇବାକୁ କହିବା ସହ ତୁମ ପରିଚୟ କଣ ତୁମେ କିଏ ଆମ କଥାରେ ମୁଣ୍ଡ ପୁରାଇବ ବୋଲି ରାଗିଯାଇ ପ୍ରଶ୍ନ କରିଥିଲେ । ଏହାପରେ ମୁଁ ପବ୍ଲିକ ବୋଲି କହିଥିଲେ ସ୍ବିଗି ବଏ । ଏତିକିରେ ରାଗିଯାଇ ଅଶ୍ଳୀଳ ଶବ୍ଦ କହିବା ଆରମ୍ଭ କରିଥିଲେ ଯୁବତୀ ଜଣକ ।

ଏହାପରେ ସ୍ବିଗି ବଏଙ୍କ ରାଗ ଦ୍ବିଗୁଣିତ ହୋଇ ଯାଇଥିଲା । ଯୁବତୀ ଜଣଙ୍କୁ ଚାପୁଡା ପରେ ଚାପୁଡା ମାରିଥିଲେ ସ୍ବିଗି ବଏ । ଏହି ସମୟର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏନେଇ ଖବର ପାଇ ପୋଲିସ ପିସିଆର ଆସି ବୁଝସୁଝା କରି ଛାଡି ଦେଇଛି । ତେବେ ପୋଲିସ ମାମଲାରେ କୌଣସି ଏଫଆଇଆର ରୁଜୁ ନ କରିବା ସହ କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରି ନାହିଁ, ଯାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Mar 29, 2022, 10:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.